
ନୂଆଦିଲ୍ଲୀ: ଜଣେ କି ଦୁଇ ଜଣ ନୁହଁ। ଜଣେ ଯୁବତୀଙ୍କ ସହ ୧୦୦ ଜଣ ଯୌନପିପାଶୁ ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଏହି ଘଟଣା ଯେତିକି ଉଦ୍ବେଗଜନକ ସେତିକି ହୃଦୟବିଦାରକ। ଶତାବ୍ଦୀର ସବୁଠୁ କରୁଣ କାହାଣୀ। ଇଂଲଣ୍ଡର ଜଣେ ଯୁବତୀଙ୍କୁ ୧୬ ବର୍ଷ ଧରି ୧୦୦ ଜଣ ପୁରୁଷଙ୍କ ସହ ଶୋଇବା ପାଇଁ ବାଧ୍ୟ କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି।
ଶିଶୁ ଯୌନ ନିର୍ଯାତନା ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା ସେବେଠାରୁ ସେ ଯୌନ ଉତ୍ପୀଡ଼ନର ଶିକାର ହୋଇ ଆସୁଛନ୍ତି।
ସେ କହିଛନ୍ତି ଯେ, ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଘଟି ଆସୁଛି। ଇଂଲଣ୍ଡର Sheffield କୋର୍ଟରେ ଏହି ଶୁଣାଣି ବେଳେ ଏମିତି ଚାଞ୍ଚଲ୍ୟକର ଘଟଣାର ଖୁଲାସା ହୋଇଛି। ଏହି ଘଟଣାରେ ୮ ଜଣ ଏସୀୟ ନାଗରିକ ଅଭିଯୁକ୍ତ ଅଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି। ଏମାନଙ୍କ ନାମରେ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଆହୁରି ୫ ଜଣଙ୍କ ସହ ଯୌନ ନିର୍ଯାତନାର ମାମଲା ରହିଛି।
ଇଂଲଣ୍ଡର Sheffield କୋର୍ଟରେ ଏହି ମାମଲା ଚାଲୁଥିବା ବେଳେ ଯୁବତୀ ଜଣକ ଭିଡିଓ କନଫରେନିସଂରେ ନିଜ ସହ ଘଟିଥିବା ଅମାନବୀୟ ଘଟଣା ସମ୍ପର୍କରେ ବଖାଣିଥିଲେ।
ଅପରେଶନ ଯୁବତୀ ଜଣକ ୧୪ ବର୍ଷରୁ ଗର୍ଭବତୀ ହୋଇ ପିଲା ଜନ୍ମଦେଇଥିବା କହିଛି। ଅପରେଶନ Stowwood ଜରିଆରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେହପରି ଗତ ଶୁଣାଣି ବେଳେ ଏକ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିଥିଲା। ଜଣେ ଯୁବତୀ ଏକାଧିକ ପୁରୁଷଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ପରେ ଗର୍ଭବତୀ ହୋଇଥିଲେ। ତେବେ ପରିବାର ଲୋକେ ସମ୍ପୃକ୍ତ ଯୁବତୀଙ୍କର ଗର୍ଭପାତ କରିଥିଲେ।
ସୌଜନ୍ୟ: ଆଜ୍ତକ
from Odisha Reporter https://ift.tt/2CCdjTS
No comments:
Post a Comment