ଡାକି ଡାକି ଥକି ଯିବା ପରେ ଘର ବାହାରେ ଶୋଇପଡ଼ିଲେ ମା’; କବାଟ ଖୋଲିଲାନି ବ୍ୟାଙ୍କ ମ୍ୟାନେଜର୍‌ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଡାକି ଡାକି ଥକି ଯିବା ପରେ ଘର ବାହାରେ ଶୋଇପଡ଼ିଲେ ମା’; କବାଟ ଖୋଲିଲାନି ବ୍ୟାଙ୍କ ମ୍ୟାନେଜର୍‌ ପୁଅ

pua

ରାୟଗଡ଼ା (ମନୋଜ ପାତ୍ର): ‘ଇଣ୍ଡିଆନ୍ ଆଇଡଲ୍‌’ ଶୋ’ର ଏକ ଏପିସୋଡ୍‌ରେ ଗୀତିକାର ତଥା ଲେଖକ ମନୋଜ ମୁନ୍ତଶିର ମା’କୁ ନେଇ ଗୋଟିଏ କଥା କହିଥିଲେ। ସେ ହିନ୍ଦୀ ଭାଷାରେ କହିଥିଲେ। ତାକୁ ଅନୁବାଦ କଲେ ତାହା ଏମିତି କିଛି ହେବ-‘ଶହେ ଥର ଶୁଣିଛି ଏ କାହାଣୀ। ଭଗବାନ ସବୁ ସ୍ଥାନରେ ରହିପାରିବେ ନାହିଁ ବୋଲି ମା’କୁ ସୃଷ୍ଟି କରିଥିଲେ। କିନ୍ତୁ ତା’ପରେ କ’ଣ ହେଲା, ତାହା କେହି ଶୁଣାଇ ନାହାନ୍ତି। ଆଜି ମୁଁ ଶୁଣାଉଛି।’

‘ଏମିତି ନୁହେଁ ଯେ ମା’କୁ ସୃଷ୍ଟି କରି ଭଗବାନ ବହୁତ ଖୁସି ହୋଇଯାଇଥିଲେ। ସତ ଏହା ଯେ ମା’କୁ ସୃଷ୍ଟି କରି ଭଗବାନ ଖୁବ୍ ପସ୍ତାଇ ଥିଲେ। କାରଣ କେତେବେଳେ ଯେ ତାଙ୍କର ଗୋଟିଏ ଗୋଟିଏ ଯାଦୁ ଆଉ କିଏ (ମା) ଚୋରାଇ ନେଲା, ତାହା ସେ ଜାଣିପାରିଲେ ନାହିଁ।’

‘ଭଗବାନଙ୍କ କାମ ଥିଲା ପ୍ରେମ କରିବା। ତାହା ମା’ କଲା। ଭଗବାନଙ୍କ କାମ ଥିଲା ସୁରକ୍ଷା ଦେବା। ତାହା ବି ମା’ କଲା। ମୋଟାମୋଟି ଭଗବାନଙ୍କ ସବୁ କାମ ମା’ କଲା। ତେଣୁ ଭଗବାନ ପସ୍ତାଇଲେ। କାରଣ ମା’କୁ ସୃଷ୍ଟି କରି ସେ ବେକାର ହୋଇଗଲେ।’

ମନୋଜଙ୍କ ମତରେ ମା’କୁ ସୃଷ୍ଟି କରି ଭଗବାନ ପସ୍ତାଇଛନ୍ତି, କିନ୍ତୁ ରାୟଗଡ଼ା ସହରର ସେହି ମା’ ଜଣଙ୍କ ପୁଅ ଜନ୍ମ କରି ପସ୍ତାଉଥିବେ। ଅବଶ୍ୟ ମା’ମାନେ ଯେତେ କଷ୍ଟ ପାଇଲେ ସୁଦ୍ଧା ପୁଅଝିଅଙ୍କ ହାନି ହେଲା ଭଳି କଥା ଭାବନ୍ତି ନାହିଁ କି ସେମିତି କିଛି ଶବ୍ଦର ପ୍ରୟୋଗ ବି କରନ୍ତି ନାହିଁ। ଅଭିଶାପ ଦେବା ତ ବହୁ ଦୂର କଥା।

ଏମିତି ପୁଅ ଯେ ମା’ ଦୁଇ ଘଣ୍ଟା ଧରି ଘର ବାହାରେ ପଡ଼ି ରହିବା ସତ୍ତ୍ୱେ ଗେଟ୍‌ ଖୋଲିଲା ନାହିଁ କି ତାଙ୍କୁ ଭିତରକୁ ଆଣିଲା ନାହିଁ। ଶେଷରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଲେ। ପୁଲିସ୍ ଆସି ତାଙ୍କ ସାନ ପୁଅକୁ ଖବର ଦେଲା। ସାନ ପୁଅ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ। ଏ ଦୃଶ୍ୟ ସଭ୍ୟ ସମାଜକୁ ନିନ୍ଦିତ କରିଛି।

୯୦ ବର୍ଷର ଏହି ମହିଳା ଜଣଙ୍କ ତାଙ୍କ ସାନ ପୁଅ ଘରେ ୬ ମାସ ରହିବା ପରେ ବଡ଼ ପୁଅ ଘରକୁ ଆସିଥିଲେ। ହେଲେ ପୁଅ କି ବୋହୂ କେହି ଘରର ଦ୍ୱାର ଖୋଲିଲେ ନାହିଁ। ଯେତେ କାକୁତିମିନତି କଲେ ବି ସେମାନେ କବାଟ ଖୋଲି ନଥିଲେ। ସେ ଦୁଇ ଘଣ୍ଟା ଧରି ଘର ବାହାରେ ଗେଟ୍‌ ନିକଟରେ ପଡ଼ି ରହିଥିଲେ। ଶେଷରେ ସେ ସେଠାରେ ଶୋଇପଡ଼ିଥିଲେ।

ସ୍ଥାନୀୟ ଲୋକେ ଏହି ଘଟଣା ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ସାନ ପୁଅକୁ ଡାକି ମାଙ୍କୁ ତାଙ୍କ ଘରକୁ ପୁଣି ଫେରାଇ ଦେଇଥିଲା। ସ୍ଥାନୀୟ ଲୋକେ ଏହି ଦୃଶ୍ୟର ଫଟୋ ଉତ୍ତୋଳନ କରି ସୋଶାଲ ମିଡିଆରେ ପୋଷ୍ଟ୍‌ କରିବା ପରେ ପୂରା ଖବର ଜଣାପଡ଼ିଥିଲା।

ଅର୍ଥ ସମସ୍ୟା ଥିଲେ ସୁଦ୍ଧା ଅନେକ ପୁଅ ଅଛନ୍ତି ବୃଦ୍ଧାବସ୍ଥାରେ ମା’ଙ୍କ ଯତ୍ନ ନେବାରେ ଆଦୌ ଅବହେଳା କରନ୍ତି ନାହିଁ। ଆଉ ଏହି ଘଟଣାରେ ଉକ୍ତ ମହିଳାଙ୍କ ବଡ଼ ପୁଅଙ୍କର ଆର୍ଥିକ ସମସ୍ୟା ବୋଲି କିଛି ନାହିଁ। କାରଣ ସେ ଜଣେ ବ୍ୟାଙ୍କ୍ ମ୍ୟାନେଜର।

ପୁଅଝିଅଙ୍କ କର୍ତ୍ତବ୍ୟ ହେଉଛି ବାପାମା’ଙ୍କୁ ବୃଦ୍ଧାବସ୍ଥାରେ ସେବା କରିବା। କିନ୍ତୁ ଏଠିତ ସେବା କଥା ଦୂରେ ଥାଉ, ମା’କୁ ପୁଅ ଘରେ ପୂରାଇ ଦେଲା ନାହିଁ।



from Odisha Reporter https://ift.tt/2xHAt6m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages