ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସାବରୀମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସାବରୀମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ

sss

ନୂଆଦିଲ୍ଲୀ: କେରଳର ସାବରୀମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ। ଶୁକ୍ରବାର ସୁପ୍ରିମ୍‌କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଏହା ସହିତ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୧୦ରୁ ୫୦ ବର୍ଷର ମହିଳାଙ୍କୁ ଏହି ମନ୍ଦିରକୁ ପ୍ରବେଶ ନିଷେଧ ଥିଲା।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ସପକ୍ଷରେ ମତ ଦେଇଥିଲା ବେଳେ ଜଣେ ବିଚାରପତି ସବରୀମାଳା ମନ୍ଦିରର ଯୁକ୍ତି ସପକ୍ଷରେ ମତ ଦେଇଥିଲେ।

କୋର୍ଟଙ୍କ ରାୟ ଶୁଣାଇ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଥିଲେ, ଆସ୍ଥା ନାଁରେ ଲିଙ୍ଗଗତ ବିଭେଦ ଗ୍ରହଣ କରାଯାଇପାରିବ ନାହିଁ। ଆଇନ୍ ଓ ସମାଜର କାମ ହେଉଛି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା। ମହିଳାଙ୍କ ପାଇଁ ଅଲଗା ନିୟମ ସେମାନଙ୍କ ସମ୍ମାନକୁ ହ୍ରାସ କରୁଛି। ଭଗବାନ ଅୟପ୍ପାଙ୍କ ଭକ୍ତଙ୍କୁ ଭିନ୍ନ ଭିନ୍ନ ଶ୍ରେଣୀରେ ବିଭକ୍ତ କରି ହେବ ନାହିଁ।

ପ୍ରଧାନ ବିଚାରପତି କହିଥିଲେ, ଧାରା ୨୫ ଅନୁସାରେ ସମସ୍ତେ ସମାନ। ସମାଜରେ ପରିବର୍ତ୍ତନ ଆସିବା ଜରୁରୀ। ମହିଳାମାନଙ୍କୁ ଦୁର୍ବଳ ଓ ଅସ୍ୱଚ୍ଛ ମନେ କରି ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିଲା।

ଜଷ୍ଟିସ୍ ନରୀମନ ତାଙ୍କ ଫଇସଲା ଶୁଣାଇ କହିଥିଲେ ଯେ ମହିଳାମାନଙ୍କୁ କୌଣସି କ୍ଷେତ୍ରରେ ନୀଚ୍ଚ କରି ଦେଖାଯିବା ସମ୍ବିଧାନର ଉଲ୍ଲଂଘନ।

ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଏହି ମାମଲାରେ ସବରୀମାଳା ମନ୍ଦିର ପକ୍ଷରେ ନିଜ ଫଇସଲା ଶୁଣାଇ କହିଥିଲେ ଯେ ଧାର୍ମିକ ଆସ୍ଥାଗୁଡ଼ିକୁ ଧାରା ୧୪ ଆଧାରରେ ତଉଲା ଯାଇ ପାରିବ ନାହିଁ। ଆସ୍ଥା ସହିତ ଜଡ଼ିତ ମାମଲାଗୁଡ଼ିକ ଉପରେ ସମାଜ ହିଁ ନିଷ୍ପତ୍ତି ନେବା ଦରକାର। ଏଥିରେ କୋର୍ଟ ନିଷ୍ପତ୍ତି ନେବା ଉଚିତ୍ ନୁହେଁ। ଧାରା ୨୫ ଅନୁସାରେ ସବରୀମାଲା ମନ୍ଦିର ପାଖରେ ଏହି ଅଧିକାର ରହିଛି। କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିପାରିବ ନାହିଁ।

କୋର୍ଟଙ୍କ ରାୟ ଆସିବା ପରେ ସାବରୀମାଳା ମନ୍ଦିର କର୍ତ୍ତୃପକ୍ଷ ରିଭ୍ୟୁ ପିଟିସନ୍ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି।

କାହିଁକି ମହିଳାଙ୍କୁ କରାଯାଇଥିଲା ବାରଣ?

କେରଳର ପତଥନମାଥିଟ୍ଟା ଜିଲ୍ଲାର ପଶ୍ଚିମ ଘାଟର ପାହାଡ଼ ଉପରେ ସ୍ଥିତ ସବରୀମାଳା ମନ୍ଦିରରେ ୧୦ରୁ ୫୦ ବର୍ଷର ମହିଳାଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା। ଏନେଇ ମନ୍ଦିର କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଥିଲେ ଯେ ମାସିକ ଋତୁସ୍ରାବ ବେଳେ ଏମାନେ ଶୁଦ୍ଧତା ବଜାୟ ରଖିପାରିବେ ନାହିଁ।



from Odisha Reporter https://ift.tt/2NPbI2n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages