
ଅନୁଗୋଳ (ବିରଜା ଦାସ): ‘ସୁନ୍ଦରୀ’ ବର୍ତ୍ତମାନ ସାତକୋଶିଆ ହାତୀଧରା ଜଙ୍ଗଲରେ ରହିଛି। ତାକୁ କାବୁ କରିବା ପାଇଁ ଆଜି ରାତିରେ ଆରମ୍ଭ ହେବ ଅପରେଶନ୍। ଏଥିପାଇଁ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଛି।
ଏହି ଟିମ୍ରେ ମଧ୍ୟପ୍ରଦେଶର କାହ୍ନା, ୱାଇଲ୍ଡ୍ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ନନ୍ଦନକାନନ ପ୍ରାଣୀ ଉଦ୍ୟାମ ଓ ସାତକୋଶିଆ ବନ ବିଭାଗର କର୍ମକର୍ତ୍ତା ଅଛନ୍ତି। ବର୍ତ୍ତମାନ ଏହି ଟିମ୍ ଜଙ୍ଗଲ ଭିତରେ ସୁନ୍ଦରୀର ସ୍ଥିତି ଅନୁଧ୍ୟାନ କରିଛନ୍ତି
‘ସୁନ୍ଦରୀ’କୁ ନେଇ ଲୋକେ ଆତଙ୍କିତ ଅଛନ୍ତି। ବର୍ତ୍ତମାନ ସୁନ୍ଦରୀ ଜନବସତି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବାରୁ ବନ ବିଭାଗର ଚିନ୍ତା ବଢ଼ିଯାଇଛି। ତେଣୁ ‘ସୁନ୍ଦରୀ’କୁ କୌଣସି ମତେ ଜଙ୍ଗଲ ଭିତରକୁ ବା କୋର୍ ଅଞ୍ଚଳକୁ ଛାଡ଼ିବା ପାଇଁ ଯୋଜନା କରାଯାଇଛି।
‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କିମ୍ବା ଟ୍ରାପ୍ କରି ଧରାଯିବ, ତାହା ଅଦ୍ୟାବଧି ସ୍ଥିର ହୋଇନାହିଁ। ଆବଶ୍ୟକ ହେଲେ ‘ସୁନ୍ଦରୀ’କୁ ଧରିବା ପାଇଁ ଆଜି ରାତିରୁ ଅପରେଶନ ଆରମ୍ଭ ହେବ ବୋଲି ଆଡିସନାଲ୍ ପିସିସିଏଫ୍ ତଥା ସାତକୋଶିଆ ଫିଲ୍ଡ୍ ଡାଇରେକ୍ଟର ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି।
ବାଘୁଣୀ ‘ସୁନ୍ଦରୀ’କୁ ନେଇ ସାତକୋଶିଆ ଅଞ୍ଚଳରେ ଲଙ୍କାକାଣ୍ଡ ପରେ ବର୍ତ୍ତମାନ ବନ ବିଭାଗ ତାର ପ୍ରକ୍ରିୟା ପରିବର୍ତ୍ତନ କରିଛି। ଇତିମଧ୍ୟରେ ସାତକୋଶିଆ ଡିଏଫ୍ଓ ଏସ୍ଏମ୍ଟି ରହମାନଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି।
from Odisha Reporter https://ift.tt/2zvSjLb
No comments:
Post a Comment