କ୍ରିକେଟରେ ‘୧୧୧’ ରନ୍‌କୁ କାହିଁକି ଅଶୁଭ କୁହାଯାଏ , ଜାଣନ୍ତୁ ଆଉ କିଛି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

କ୍ରିକେଟରେ ‘୧୧୧’ ରନ୍‌କୁ କାହିଁକି ଅଶୁଭ କୁହାଯାଏ , ଜାଣନ୍ତୁ ଆଉ କିଛି ତଥ୍ୟ

କ୍ରିକେଟ ହେଉଛି ପୁରା ଦୁନିଆର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଖେଳ। ଆଉ ଏହି ଖେଳର ପୂରା ବିଶ୍ୱରେ ୨.୫ ବିଲିୟନ୍‌ ଫ୍ୟାନ୍‌ ଅଛନ୍ତି। ଦକ୍ଷିଣ ପୂର୍ବ ଇଂଲଣ୍ଡରୁ ଏହାର ଆରମ୍ଭ ହୋଇଥିଲା। ତେବେ କ୍ରିକେଟ ବିଷୟରେ ଆସନ୍ତୁ କିଛି ରୋଚକ ତଥ୍ୟ ଜାଣିବା।

୧-ଏସିଆ ବାହାରେ ଆଜି ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନି ଗୋଟିଏ ବି ଶତକ ମାରି ନାହାନ୍ତି।

୨-ଦିକ୍ଷିଣ ଆଫ୍ରିକା ୪ଥର ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଖେଳିସାରିଛି ଆଉ ୪ଥର ଯାକ ହାରିଛି।

୩-କ୍ରିକେଟର ଶୁଭାରମ୍ଭ ଇଂଲଣ୍ଡରୁ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଦେଶ ଗୋଟିଏ ବି ବିଶ୍ୱକପ୍‌ ଜିତି ପାରି ନାହିଁ।

୪- ଟେଷ୍ଟ ମ୍ୟାଚ୍‌ରେ ୩ଟି ସେଞ୍ଚୁରୀ ମାରିବାରେ ସର୍ବକନିଷ୍ଟ ଖେଳାଳି ହେଉଛନ୍ତି ଡନ୍‌ ବ୍ରାଡ୍‌ ମ୍ୟାନ୍‌।

୫-ଭାରତ ହେଉଛି ଏଭଳି ଏକ ଟିମ୍ ଯିଏ ୬୦ ଓଭର, ୫୦ ଓଭର ଏବଂ ୨୦ ଓଭର ଖେଳରେ ବିଶ୍ୱକପ୍ ଜିତିଛି। କାରଣ ୧୯୭୧ରୁ ୧୯୮୩ ପର୍ଯ୍ୟନ୍ତ  ଯେତେ ବି ଦିନିକିଆ ଆନ୍ତର୍ଯାତୀୟ ମ୍ୟାଚ୍‌ ହେଉଥିଲା ସବୁ ୬୦ ଓଭର ବିଶିଷ୍ଟ ଥିଲା।

୬-ଟିମ୍‌ ଇଣ୍ଡିଆର କପିଳ୍‌ ଦେବ ହେଉଛନ୍ତି ଏମିତି ଖେଳାଳି ଯିଏ ତାଙ୍କ କ୍ୟାରିଅରରେ କେବେ ନୋ’ ବଲ ପକାଇନାହାନ୍ତି।

୭-କ୍ରିକେଟରେ ୧୧୧ ସ୍କୋର୍‌କୁ  ଅନ୍‌ଲକି ବୋଲି ଧରାଯାଇଥାଏ । କାରଣ ୧୧୧(୩ଟି ଷ୍ଟମ୍ପ୍‌ ତଥା ୧୧୧) ୱିଇକେଟକୁ ପ୍ରତିନିଧିତ୍ୱ କରିଥାଏ।

୮-କ୍ରିସ୍‌ଗେଲ ହେଉଛନ୍ତି ଜଣେ ଖେଳାଳି ଯିଏ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ବଲରେ ଛକା ମାରିଛନ୍ତି।

୯-ସୌରଭ ଗାଙ୍ଗୁଲି ଏବଂ ରୋହିତ ଶର୍ମା କେବଳ ଏହି ଦୁଇଜଣ ବିଶ୍ୱକପ୍‌ ନକ୍‌ଆଟ ମ୍ୟାଚ୍‌ରେ ସେଞ୍ଚୁରୀ ମାରିଛନ୍ତି।

୧୦-ସୌରଭ ଗାଙ୍ଗୁଲି ହେଉଛନ୍ତି ଏକା ଖେଳାଳି ଯିଏ ଲଗାତାର ୪ଟି ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତିଛନ୍ତି।

୧୧-ଡନ୍‌ ବ୍ରାଡମ୍ୟାନ୍‌  ତାଙ୍କ ପୁରା କ୍ୟାରିୟରରେ ୬ଟି ଛକା ମାରିଛନ୍ତି।

୧୨- ୧୯୭୩ରେ ବିଶ୍ୱର ପ୍ରଥମ ମହିଳା ୱାଲଡ୍‌ କପ୍‌ ହୋଇଥିଲା । ଆଉ ୧୯୭୫ରେ ପ୍ରଥମ ପୁରୁଷ ବିଶ୍ୱକପ୍‌ କ୍ରିକେଟ୍‌ ଖେଳାଯାଇଥିଲା।

 

 



from Odisha Reporter https://ift.tt/2NKl9A7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages