ବିସିସିଆଇକୁ ପାକ୍‌ କ୍ରିକେଟ ବୋର୍ଡ଼ କହିଲା ଆମକୁ ୭୦ ମିଲିୟନ୍ ଡଲାର ଦିଅ, କାହିଁକି ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ବିସିସିଆଇକୁ ପାକ୍‌ କ୍ରିକେଟ ବୋର୍ଡ଼ କହିଲା ଆମକୁ ୭୦ ମିଲିୟନ୍ ଡଲାର ଦିଅ, କାହିଁକି ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ ସିରିଜ୍‌ ବିବାଦ ନେଇ ଆସନ୍ତାକାଲି ଆଇସିସିରେ ଶୁଣାଣି ହେବ।  ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହ କ୍ରିକେଟ୍ ସିରିଜ୍ ଖେଳିବା ନେଇ ଚୁକ୍ତି ହୋଇଥିଲା ।

ହେଲେ ଏଯାଏ ଭାରତ କୌଣସି ସିରିଜ୍ ଖେଳି ନ ଥିବା ଅଭିଯୋଗ ଆଣିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ।  ଏଥିପାଇଁ ବିସିସିଆଇ ଆଗରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିବି ୭୦ ମିଲିୟନ ଡଲାର କ୍ଷତିପୂରଣ ଦାବି କରିଛି। ଦୁଇଟି ଘରୋଇ ସିରିଜ୍‌ ଖେଳି ନ ଥିବା ଅଭିଯୋଗରେ ପାକିସ୍ତାନ ଆଇସିସିର ଦ୍ୱାରସ୍ଥ ହୋଇଥିଲା। ଯାହାର ଶୁଣାଣି ଆସନ୍ତାକାଲି ହେବ।

ଏକ ତିନି ଜଣିଆ ଆଇସିସି ଗଭର୍ଣ୍ଣିଙ୍ଗ ବଡି ଏଥିପାଇଁ ଗଠନ କରାଯାଇଛି। ତେବେ ପାକିସ୍ତାନରେ ଭାରତୀୟ ଖେଳାଳିଙ୍କ ସୁରକ୍ଷା ସମସ୍ୟା ତଥା  ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ହେତୁ ପାଖାପାଖି ଏକ ଦଶନ୍ଧି ହେବ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳାଯାଇ ନାହିଁ।  କେବଳ ବିଶ୍ୱକପ୍ ଓ ଏସିଆ କପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ପରସ୍ପରର ସାମ୍ନାସାମ୍ନି ହୋଇଛନ୍ତି।



from Odisha Reporter https://ift.tt/2QkgSjr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages