ଦାମଙ୍କ ପଛରେ ଏବେ ମାଳମାଳ ଗୁଇନ୍ଦା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଦାମଙ୍କ ପଛରେ ଏବେ ମାଳମାଳ ଗୁଇନ୍ଦା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏବେ ମାଳମାଳ ଗୁଇନ୍ଦା ଅଫିସରଙ୍କୁ ମୁତୟନ କରାଯାଇଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଦାମଙ୍କ ଟେଲିଫୋନଠୁ ଆରମ୍ଭ କରି ତାଙ୍କ ଘରକୁ ଯାତାୟାତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ କୁଆଡ଼େ ଗୁଇନ୍ଦାଙ୍କ ନଜର ରହୁଛି। ଏପରିକି ଦାମଙ୍କର ଯେଉଁମାନଙ୍କ ସହ ସମ୍ପର୍କ ରହିଛି ସେମାନଙ୍କୁ କୁଆଡ଼େ ଗୁଇନ୍ଦା ସ୍କାନରରେ ରଖାଯାଇଛି। ଜଣେ ଏସପି ପାହ୍ୟାର ଅଫିସର କୁଆଡ଼େ ଏବେ ଏସବୁ ନିୟନ୍ତ୍ରଣ କରି ନିୟମିତ ଭାବେ ତୃତୀୟ ମହଲାକୁ ରିପୋର୍ଟ କରୁଛନ୍ତି।

ଗୁଇନ୍ଦାଙ୍କ ଗତିବିଧି ବଢ଼ିଯାଇଥିବାରୁ କୁଆଡ଼େ ଦାମଙ୍କ ଘରକୁ ରାଜନେତାମାନଙ୍କ ଯାତାୟାତ ତ କମିଛି, ତା ସହିତ ତାଙ୍କ ସହ ଫୋନ୍ ଯୋଗେ କଥା ହେବାକୁ ମଧ୍ୟ ଅନେକ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଦାମ ଏବେ ନିଜର ଆଭିମୁଖ୍ୟକୁ କଠୋର କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରୁଥିବାରୁ ତାଙ୍କ ଉପରେ ଲଗାମ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଡାକ୍ତର ରାଉତଙ୍କର ଘର ଉପରେ ନଜର ରଖିବା ପାଇଁ କୁଆଡ଼େ ୨ଜଣ ଗୁଇନ୍ଦା କର୍ମଚାରୀ ୨୪ଘଣ୍ଟିଆ ଡ୍ୟୁଟି କରୁଛନ୍ତି।

ଦାମଙ୍କ ନାଁରେ କୋର୍ଟରେ ଥିବା ଏକ ଦଳିତ ନିର୍ଯାତନା ମାମଲାକୁ ତ୍ୱରାନ୍ୱିତ କରିବା ପାଇଁ କୁଆଡ଼େ ପ୍ରଶାସନ ତତ୍ପର ହୋଇପଡ଼ିଛି। ସେହିପରି ଦାମଙ୍କ ମାଲିକାନାରେ ଥିବା ଏକ ସମ୍ବାଦପତ୍ରକୁ କୁଆଡ଼େ ସରକାରୀ ବିଜ୍ଞାପନ ସମ୍ପୂର୍ଣ୍ଣ ବନ୍ଦ କରିଦିଆ ଯାଇଛି।

ଚର୍ଚ୍ଚା ହେଉଛି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାମବାବୁ ଏବେ ଗୁଇନ୍ଦା ସ୍କାନରରେ ରହୁଥିବାରୁ ଅନ୍ୟ ଦଳର ନେତା(ବିଜେଡିର ନୁହେଁ) ତାଙ୍କୁ ଦେଖା କରିବାକୁ କୁଆଡ଼େ ମନା କରିଦେଇଛନ୍ତି। ଗୁଇନ୍ଦା ବାହିନୀର ଏଭଳି ବ୍ୟାପକ ଗତିବିଧି ଦେଖି ବିଜେଡିରେ ଏବେ ନଥିବା ଜଣେ ବରିଷ୍ଠ ନେତା କୁଆଡ଼େ ଗତ ସପ୍ତାହରେ ତାଙ୍କୁ ଭେଟିବା ପାଇଁ ବି ମନା କରିଦେଇଥିଲେ।

ଦାମଙ୍କୁ ଆର୍ଥିକ ସହଯୋଗ ଦେବାର ସମ୍ଭାବନା ଥିବା ତାଙ୍କର ସମର୍ଥକମାନଙ୍କ ଉପରେ ବି ନଜର ରଖିବାକୁ କୁଆଡ଼େ ଗୁଇନ୍ଦାଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଚର୍ଚ୍ଚା।



from Odisha Reporter https://ift.tt/2N8BglD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages