
ପୁରୀ (ଓଡ଼ିଶା ରିପୋର୍ଟର): ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ଶ୍ରୀମନ୍ଦିର ସଂସ୍କାର ନେଇ ସର୍ବୋଚ୍ଚ କୋର୍ଟଙ୍କ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର କେତେ ସହମତ, ତାହା ଉପରେ ସେ ଆଲୋଚନା କରିବେ।
ଏହାଛଡ଼ା ଏନେଇ କଣ ରହିଛି ଭକ୍ତଙ୍କ ମତ? କେଉଁ ସବୁ ପ୍ରସ୍ତାବକୁ ହେଉଛି ବିରୋଧ? ଟିକନିଖି ତଥ୍ୟ ଜାଣିବାକୁ ପୁରୀରେ ୨ଦିନ ଧରି ମାରାଥନ୍ ଆଲୋଚନା କରିବେ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ଆଲୋଚନାରେ ସାମିଲ ହେବେ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଛତିଶା ନିଯୋଗ, ପୁରୀ ଜିଲ୍ଲା ଜଜ୍ ଓ ଶ୍ରୀମନ୍ଦିର ସଂସ୍କାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ବି.ପି. ଦାସ।
ଗତ ଜୁନ ୮ ତାରିଖରେ ୧୨ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ। ସେଥିରୁ ୪ଟି ପ୍ରସ୍ତାବ ଯଥା-ବଂଶାନୁକ୍ରମିକ ସେବାର ଉଚ୍ଛେଦ, ଅନ୍ନଦାନ ଆଟିକା ବନ୍ଦ, ଦାନ ଦକ୍ଷିଣା ଆଦାୟ ସମ୍ପୂର୍ଣ୍ଣ ବନ୍ଦ, ରୋଷଘର ଚୂଲା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ଶ୍ରୀମନ୍ଦିର ପ୍ରଶାସନ ହାତରେ ରଖାଯିବା ଓ ଶ୍ରୀମନ୍ଦିର ଆଇନ୍ ୧୯୫୪ରେ ସଂଶୋଧନ ପ୍ରସ୍ତାବକୁ ତୀବ୍ର ବିରୋଧ କରୁଛନ୍ତି ସେବାୟତ।
ଏହାଛଡ଼ା ଶ୍ରୀମନ୍ଦିରରେ ଶୌଚାଳୟ ବ୍ୟବସ୍ଥା, ମନ୍ଦିର ପାଣ୍ଠି ଅଡିଟ୍ ଓ ସେବାୟତଙ୍କୁ ପରିଚୟପତ୍ର ସହ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ରହିଥିବା ପ୍ରସ୍ତାବ ଉପରେ ସମ୍ପୂର୍ଣ୍ଣ ସହମତିର ଆବଶ୍ୟକତା ରହିଛି।
from Odisha Reporter https://ift.tt/2MQ7FgD
No comments:
Post a Comment