
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କରେ ଟ୍ୱିଟ୍ କରି ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ ଆୟାର ମିତ୍ର। ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସଂପର୍କରେ ଅଶାଳୀନ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ।
ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ବିରୋଧରେ ଏଭଳି ନିନ୍ଦା ଓ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତଙ୍କ ବିରୋଧରେ କୋଣାର୍କ ଥାନାରେ IPCର ଧାରା ୧୫୩-କ, ୨୯୫-କ, ୨୯୮ ଓ ଆଇଟି ଆଇନ୍ର ଧାରା ୬୬ରେ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଏହା ପରେ ଆଜି ଦିଲ୍ଲୀ ପୁଲିସ ଅଭିଜିତଙ୍କୁ ଗିରଫ କରିଛି। ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ଲାଗି ଓଡ଼ିଶା ପୁଲିସ ଦିଲ୍ଲୀ ସାକେତ୍ କୋର୍ଟରେ ଆବେଦନ କରିଥିଲା। ତେବେ ଆୟର ତଦନ୍ତରେ ସହଯୋଗ କରୁଥିବା ଦୃଷ୍ଟିରୁ କୋର୍ଟ ଓଡ଼ିଶା ପୁଲିସ୍ର ଟ୍ରାଞ୍ଜିଟ୍ ରିମାଣ୍ଡ ଆବେଦନକୁ ଖାରଜ କରିଦେଇଛନ୍ତି।
ଏପରିକି କୋର୍ଟ ଆୟାର ମିତ୍ରଙ୍କୁ ଜାମିନରେ ଛାଡ଼ି ଦେଇଛନ୍ତି। ଅକ୍ଟୋବର ୨୮ ତାରିଖ ପୂର୍ବରୁ କୋଣାର୍କ ଥାନାରେ ହାଜର ହେବାକୁ ଓ ପୁଲିସର ତଦନ୍ତରେ ସହଯୋଗ କରିବାକୁ ଆୟାର ମିତ୍ରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗକାରୀଙ୍କ ମୂଳ ଆବେଦନକୁ ମୋଡ଼ି ଦେଲା ପୁଲିସ
ଓଡ଼ିଶା ବିରୋଧରେ ଅରୁଚିକର ମନ୍ତବ୍ୟକୁ ନେଇ ଗତ ୧୮ ତାରିଖରେ କୋଣାର୍କ ଥାନାରେ ଅଭିଜିତ୍ ଆୟାର ମିତ୍ରଙ୍କ ବିରୋଧରେ ଏତଲା ଦାୟର କରିଥିଲେ ସ୍ଥାନୀୟ ଅଞ୍ଚଳର ବିମ୍ବାଧର ବେଉରା। କୋଣାର୍କ ସଂପର୍କରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ଏଥିରେ ଅଭିଯୋଗ କରାଯାଇଛି।
ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ପୁଲିସ ଆୟାର ମିତ୍ରଙ୍କ ବିରୋଧରେ ଯେଉଁ ଦଫା ଲଗାଇଛି ତାଙ୍କୁ ଜାଣିଥିବାରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମଧ୍ୟ ସମାନ ଦଫା ଲଗାଇଛି। ମାତ୍ର ବୈଜୟନ୍ତ, ହେଲିକପ୍ଟରରେଆୟାର ମିତ୍ରଙ୍କ ସହ କେବଳ କୋଣାର୍କ ଉପରେ ଉଡ଼ିଥିବା ଅଭିଯୋଗକାରୀ ଲେଖିଥିଲେ।
ହେଲେ ଏତଲା ରୁଜୁ କଲାବେଳକୁ ଅଭିଜିତ ଓ ବୈଜୟନ୍ତ ଉଭୟ ଅରୁଚିକର ମନ୍ତବ୍ୟ ଦେଇଥିବା ଉଲ୍ଲେଖ କରାଗଲା। ଯାହା ମୂଳ ଅଭିଯୋଗଠାରୁ ଭିନ୍ନ। ତେଣୁ ବୈଜୟନ୍ତଙ୍କୁ ବଦନାମ କରିବାକୁ ରୀତିମତ ଷଡ଼ଯନ୍ତ୍ର ଚାଲିଥିବା ଏଥିରୁ ସନ୍ଦେହ ହେଉଛି। ଜବାବରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି।
ସେପଟେ ଆଜି ଆୟାର ମିତ୍ରଙ୍କ ବିରୋଧରେ ଭୁବନେଶ୍ୱର ସହିଦ୍ ନଗର ଥାନାରେ ମଧ୍ୟ ଆଇ ମନୋଜ ସ୍ୱାଇଁ ନାମକ ବ୍ୟକ୍ତି ଅନୁରୂପ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2NUMGy5
No comments:
Post a Comment