ସୁନ୍ଦର ତ୍ୱଚା ପାଇଁ ଆପଣା’ନ୍ତୁ ଏହିସବୁ ସହଜ ଓ ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ସୁନ୍ଦର ତ୍ୱଚା ପାଇଁ ଆପଣା’ନ୍ତୁ ଏହିସବୁ ସହଜ ଓ ଘରୋଇ ଉପଚାର

face12

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସୁନ୍ଦର ଏବଂ କୋମଳ ତ୍ୱଚା ପାଇଁ ପ୍ରାୟ ସବୁ ଝିଅ ସ୍ୱପ୍ନ ଦେଖିଥା’ନ୍ତି। ଏଥିପାଇଁ ବିୟୁଟି ପାର୍ଲର୍‌ରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥା’ନ୍ତି। କିନ୍ତୁ ଏହିପରି ଯାବତୀୟ ପ୍ରୟାସ ପରେ ମଧ୍ୟ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ କେବଳ ଗୋଟିଏ ଦିନ ପାଇଁ ହିଁ ରହିଥାଏ।

ବିଶେଷ କରି, ଟାଣ ଖରା ଓ ପ୍ରଦୂଷଣ ଯୋଗୁ ମୁହଁର ସୌନ୍ଦର୍ଯ୍ୟକୁ ସୁରକ୍ଷା ଦେବା ଅନେକ ସମୟରେ କଷ୍ଟକର ହୋଇପଡ଼େ। ଏହା ସହିତ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମଧ୍ୟ ଆପଣ ନିଜ ମୁହଁ ଓ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ସମୟ ଦେଇ ପାରିନଥା’ନ୍ତି। ତେବେ ସ୍ୱଳ୍ପ ଖର୍ଚ୍ଚ ଏବଂ କମ୍‌ ସମୟ ଭିତରେ,ଏପରିକି ଘରୋଇ ଉପାୟରେ ଆପଣ କିପରି ନିଜ ତ୍ୱଚାର ଯତ୍ନ ନେଇପାରିବେ, ସେସମ୍ପର୍କରେ ଆଜି ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍‌ସ୍‌ ଦେବୁ।

ମନେ ରଖନ୍ତୁ, ଆମେ କହୁଥିବା ଘରୋଇ ଓ ସହଜ ଉପଚାରର ସମସ୍ତ ସାମଗ୍ରୀ ଆପଣଙ୍କ ରୋଷେଇ ଘରେ ହିଁ ରହିଛି। ଏସବୁକୁ ବ୍ୟବହାର କରି ଆପଣ ସୁନ୍ଦର ଏବଂ କୋମଳ ତ୍ୱଚା ପାଇପାରିବେ।

୧. ବେସନ, ମହୁ ଓ ଲହୁଣୀର ମିଶ୍ରଣ: 
dahiଆପଣଙ୍କ ରୋଷେଇ ଘର ଏସବୁ ସାମଗ୍ରୀ ମିଳିବା ଆଦୌ କଷ୍ଟକର ନୁହେଁ। ଆପଣ ଯେତିକି ମାତ୍ରାରେ ବ୍ୟବହାର କରିବାକୁ ଚାହୁଁଛନ୍ତି, ସେହି ପରିମାଣର ବେସନ, ମହୁ ଓ ଲହୁଣୀ ଆଣି ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଯଦି ମିଶ୍ରଣକୁ ମୋଟା କରିବାକୁ ଚାହୁଁଛନ୍ତି, ତେବେ ଏଥିରେ ଅଧିକ ବେସନ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏହା ଶୁଖିଗଲା ପରେ ମୁହଁକୁ ଧୋଇଦିଅନ୍ତୁ। ଦେଖିବେ, କିଛି ଦିନ ଏହି ମିଶ୍ରଣର ବ୍ୟବହାର ପରେ ଆପଣଙ୍କ ତ୍ୱଚା ନରମ ଓ କୋମଳ ହେବା ସହିତ ମୁହଁ ଚିକ୍କଣ ମଧ୍ୟ ଦେଖାଯିବ। ଯଦି ଆପଣଙ୍କ ସ୍କିନ୍‌କୁ ଏହା ସୁଟ୍‌ କରୁଛି, ତେବେ ଏହାକୁ ପ୍ରତିଦିନ ବ୍ୟବହାର କରିପାରିବେ।

୨. ଦହି ଓ କଦଳୀ ପେଷ୍ଟ୍‌:
homemade-face-ତ୍ୱଚାକୁ ସତେଜ ରଖିବାରେ କଦଳୀ ବହୁ ମାତ୍ରାରେ ସହାୟକ ହୋଇଥାଏ। କଦଳୀରେ ପୋଟାସିୟମ୍‌, ଭିଟାମିନ୍‌ ‘ବି’ ଏବଂ ‘ସି’ ରହିଛି। ଏସବୁ ପୁଷ୍ଟିକର ସାମଗ୍ରୀ ଆପଣଙ୍କ ତ୍ୱଚାକୁ ପ୍ରାକୃତିକ ମଶ୍ଚୁରାଇଜର୍‌ରେ ସାହାଯ୍ୟ କରିଥା’ନ୍ତି। ଏହାବ୍ୟତୀତ ଦହିରେ ଲାକ୍ଟିକ୍‌ ଏସିଡ୍‌ ରହିଛି, ଯାହା ଶରୀରର ମୃତ କୋଷଗୁଡ଼ିକୁ ବାହାର କରି ଏଥିରେ ପ୍ରାକୃତିକ ସତେଜତା ଭରିଥାଏ। ଗୋଟିଏ କଦଳୀରେ କିଛି ଦହି ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ୍‌କୁ ମୁହଁରେ ୧୫ରୁ ୨୦ମିନିଟ୍‌ ଲଗାଇ ରଖି ଏହା ପରେ ମୁହଁକୁ ଧୋଇ ଦିଅନ୍ତୁ।

୩. ନଡ଼ିଆ ତେଲ ଓ ଲେମ୍ୱୁ ରସର ମିଶ୍ରଣ:
Coconut-Oil-And-LemonJuiceନଡ଼ିଆ ତେଲ ଏବଂ ଲେମ୍ୱୁ ରସ ଆପଣଙ୍କ ତ୍ୱଚାକୁ ହାଇଡ୍ରେଡ୍‌ କରିବା ସହିତ ଏହା ଉଜ୍ଜ୍ୱଳ ଦେଖାଯିବାରେ ସାହାଯ୍ୟ କରିଥାଏ। ନଡ଼ିଆ ତେଲ ମଶ୍ଚୁରାଇଜର୍‌ର କାମ କରୁଥିବାବେଳେ ଲେମ୍ୱୁ ପ୍ରାକୃତିକ ବ୍ଲିଚ୍‌ କରିଥାଏ। ଏହି ଦୁଇଟିକୁ ମିଶାଇ ମୁହଁରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍‌ ଏହି ମିଶ୍ରଣକୁ ଲଗାଇ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ, ଆପଣଙ୍କ ମୁହଁ ଫ୍ରେସ୍‌ ଲାଗିବା ସହିତ ଏହା ଉଜ୍ଜ୍ୱଳ ମଧ୍ୟ ଦେଖାଯିବ। ଯଦି ଏହି ମିଶ୍ରଣକୁ ଲଗାଇବା ପରେ ଆପଣଙ୍କ ମୁହଁ ପୋଡ଼ୁଛି, ତେବେ ଶୀଘ୍ର ମୁହଁକୁ ଧୋଇ ଦିଅନ୍ତୁ।



from Odisha Reporter https://ift.tt/2oAQqXa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages