ଭାଇଙ୍କୁ ରକ୍ଷା କରିବାକୁ ଯାଇ ଖାଇଲେ ଭୁଜାଲି ଚୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଭାଇଙ୍କୁ ରକ୍ଷା କରିବାକୁ ଯାଇ ଖାଇଲେ ଭୁଜାଲି ଚୋଟ

soro

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଭୁଜାଲି ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ବିଜୟ ମଳିକ।

ବିଜୟଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦପୁର ଗାଁର ଯାତ୍ରା ପଡ଼ିଆରେ ଗଜେନ୍ଦ୍ର ମଳିକଙ୍କ ସହ କୌଣସି କଥାକୁ ନେଇ ସେହି ଗାଁର ତିନି ଜଣ ଯୁବକଙ୍କର ବଚସା ହୋଇଥିଲା।

ସେମାନେ ଉତ୍ତ୍ୟକ୍ତ ହୋଇ ଗଜେନ୍ଦ୍ରଙ୍କୁ ଭୁଜାଲିରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ଗଜେନ୍ଦ୍ରଙ୍କ ଭାଇ ବିଜୟ ସେମାନଙ୍କୁ ବାଧା ଦେଇଥିଲେ। ଫଳରେ ସେମାନେ ବିଜୟଙ୍କ ଆକ୍ରମଣ କରିଥିଲେ। ତାଙ୍କ ପେଟରେ ଭୁଜାଲି ଚୋଟ ବାଜିଛି। ତା’ପରେ ଉକ୍ତ ଯୁବକମାନେ ଫେରାର ହୋଇଯାଇଥିଲେ।



from Odisha Reporter https://ift.tt/2PuZzvA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages