
ନୂଆଦିଲ୍ଲୀ: ମେରଠର ସରଧନାର ବିଜେପି ବିଧାୟକ ସଙ୍ଗୀତ ସୋମଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ବିଧାୟକଙ୍କ ଘର ଉପରକୁ ଆଖିବୁଜା ଗୁଳି ଚଳାଇ ଥିଲେ। ଏହାପରେ ଘର ଭିତରକୁ ଲକ୍ଷ୍ୟ କରି ଏକ ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗି ଥିଲେ। ହେଲେ ଏହା ଫାଟି ନଥିଲା। ଗ୍ରେନେଡ୍ଟି ବିଧାୟକଙ୍କ ଏସ୍କର୍ଟ ଗାଡ଼ି ତଳେ ପଡ଼ିଥିଲା।
ଗତକାଲି ରାତି ପ୍ରାୟ ୧୨ଟା ବେଳେ ବିଧାୟକ ଏହି ଘରକୁ ଆସିଥିଲେ। ସେ ପହଞ୍ଚିବାର କିଛି ସମୟ ପରେ ଗେଟ୍ ସମ୍ମୁଖରେ ଗୁଳିମାଡ଼ ଶବ୍ଦ ଶୁଣାଯାଇଥିଲା। ଦୁର୍ବୃତ୍ତମାନେ ଏକ କାରରେ ଆସିଥିଲେ।
ଗୁଳିମାଡ଼ ବେଳେ ବିଧାୟକଙ୍କ ଘର ବାହାରେ ଜଣେ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ। ଅନ୍ୟମାନେ ଘର ଭିତରେ ଥିଲେ। ତାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଇଛି।
ଏନେଇ ସୂଚନା ପାଇବା ପରେ ବରିଷ୍ଠ ପୁଲିସ୍ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ପୁଲିସ୍ ଗ୍ରେନେଡ୍କୁ ନିଷ୍କ୍ରିୟ କରିଥିଲା।
ବିଧାୟକ କହିଛନ୍ତି,“ଦୁଇ ବର୍ଷ ତଳେ ଏକ ବିଦେଶୀ ନମ୍ବରରୁ ତାଙ୍କୁ ହତ୍ୟା ଧମକ ଆସିଥିଲା।”
from Odisha Reporter https://ift.tt/2xHkAgq
No comments:
Post a Comment