ରେଡ୍‌ ୱାଇନ୍‌ରୁ ମିଳିଥାଏ ଏସବୁ ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ରେଡ୍‌ ୱାଇନ୍‌ରୁ ମିଳିଥାଏ ଏସବୁ ଲାଭ

redwine

ନୂଆଦିଲ୍ଲୀ: ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ହେଲେ ମଦ ପିଇବା ସବୁବେଳେ ହାନିକାରକ ହୋଇନଥାଏ। ତେବେ ଏହାର କିଛି ଲାଭ ମଧ୍ୟ ରହିଛି। ବିଭିନ୍ନ ପ୍ରକାରର ମଦ ବଜାରରେ ମିଳୁଛି। ଏହା ମଧ୍ୟରେ ଏକ ମଦ ହେଉଛି ‘ରେଡ୍‌ ୱାଇନ୍‌’। ଯାହା କଳା ଅଙ୍ଗୁରରେ ପ୍ରସ୍ତୁତ କରାଯାଇଥାଏ। ଏହି ରେଡ୍‌ ୱାଇନ୍‌ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

ଆସନ୍ତୁ ଜାଣିବା ରେଡ୍‌ ୱାଇନ୍‌ ପିଇଲେ କେଉଁ ପ୍ରକାର ଲାଭ ମିଳିଥାଏ।

୧. ଏଥିରେ ଆଇରନ୍‌, ମ୍ୟାଗ୍ନେସିୟମ, ଭିଟାମିନ ବି(୬) ଓ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଏହାବାଦ୍‌ ଏଥିରେ ପ୍ରୋଏନ୍ଥୋସାୟନିଡିନ୍ସ (Proanthocyanidins) ଓ ରିଜର୍ଭଟ୍ରୋଲ (Reservatrol) ପରି ଆକ୍ଟିଭ୍‌ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

୨. ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥିବା କାରଣରୁଏହା ଚିନ୍ତା ଦୂର କରିଥାଏ ଓ ଫ୍ରି ରେଡିକାଲରୁ ଦୂରେଇ ରହିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଚର୍ମରେ ସତେଜତା ରହିଥାଏ।

୩. ଏହା ଉଚ୍ଚ କୋଲେଷ୍ଟ୍ରଲ୍‌କୁ ବଢ଼ାଇ ଥାଏ। ଏହାସହ ଏଥିରେ ଥିବା ପୋଲିଫେନୋଲ (Polyphenol) ଆଣ୍ଟିଅକ୍ସିଡାଣ୍ଟସ୍‌ LDL କୋଲେଷ୍ଟ୍ରଲ୍‌କୁ କମ କରିଥାଏ। ଯାହା ହୃଦୟ ପାଇଁ ଲାଭଦାୟକ ହୋଇଥାଏ ଓ ଓଜନକୁ ନିୟନ୍ତ୍ରଣରେ ରଖିଥାଏ।

୪. ଏହା ବ୍ଲଡ କ୍ଲଟିଂ ସମସ୍ୟା କମ କରିଥାଏ। ଏହାଦ୍ୱାରା ହୃଦଘାତ ଓ ପଲ୍‌ମୋନାରୀ ଇମ୍ବୋଲିଜିମ୍‌ (Pulmonary embolism) ପରି ବିପଦ କମ୍‌ ହୋଇଥାଏ।

୫. ଡାଇବେଟିସ୍‌ ରୋଗୀଙ୍କ ପାଇଁ ରେଡ୍‌ ୱାଇନ୍‌ ବହୁତ ଲାଭଦାୟକ। ଏହା ରକ୍ତରେ ସର୍କରାର ସ୍ତର କମ କରିଥାଏ ଓ ଇନ୍‌ସୁଲିନ୍‌ ଡିସ୍‌ଚାର୍ଜକୁ ପ୍ରୋତ୍ସାହିତ କରିଥାଏ।

୬. ସପ୍ତାହରେ ୩ରୁ ୪ ଥର ରେଡ୍‌ ୱାଇନ୍‌ ପିଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା କମ୍ ରହିଥାଏ। ଏହା ଶରୀରରେ କ୍ୟାନସର କୋଷିକା ବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ।

୭. ରେଡ୍‌ ୱାଇନ୍‌ରେ ଥିବା ରିଜର୍ଭଟ୍ରୋଲ ସ୍ମୃତିଶକ୍ତିକୁ ପ୍ରଖର କରିଥାଏ। ଏହାବାଦ୍‌ ଏହା ପେଟ ସଫା କରିବା ସହ ପଚନ ତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ।



from Odisha Reporter https://ift.tt/2QbSJM5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages