
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ମାସର କେତେକ ଘଟଣାବଳୀ ବିଜେଡି ଓ ବିଜେପିକୁ ପୁଣିଥରେ ପରସ୍ପରର ନିକଟତର କରାଇଥିବା ବେଳେ, ନିର୍ବାଚନୀ ବର୍ଷରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରଖି ବିଜେପି ଏବେ ତା’ର ରଣନୀତି ପରିବର୍ତ୍ତନ କରିଛି। ରାଜ୍ୟରେ ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ କର୍ମୀମାନଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏବେ ବିଜେପି ନେତୃତ୍ୱ ପ୍ରୟାସ ଆରମ୍ଭ କରିଛନ୍ତି।
ଚଳିତ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୪ରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତ ଏବଂ ପୁରୀରେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ମାଧ୍ୟମରେ ଦଳୀୟ କର୍ମୀଙ୍କ ମନୋବଳକୁ ବୃଦ୍ଧି ନିମନ୍ତେ ବିଜେପି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ତେବେ ଏହା ବାସ୍ତବରେ ବିଜେଡି ସହ ଲଢ଼େଇ ପାଇଁ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ନା ଅସ୍ତିତ୍ୱ ରକ୍ଷା ନିମନ୍ତେ ଏକ ଗୁଗ୍ଲି ତାକୁ ନେଇ ଚର୍ଚ୍ଚା।
ରାଜ୍ୟରେ କଂଗ୍ରେସକୁ ପଛରେ ପକାଇ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିବା ବିଜେପି ପାଇଁ ଏସବୁ ଘଟଣାବଳୀ ବୁମେରାଂ ହୋଇଛି। କାରଣ ରାଜ୍ୟରେ ଦଳର ସଂଗଠନ ବଢ଼ିବା ପରିବର୍ତ୍ତେ ଧୀରେଧୀରେ ଛିଡ଼ିବାରେ ଲାଗିଛି। ଯାହାକୁ ଆକଳନ କରି ବିଜେପି ଜାତୀୟ ନେତୃତ୍ୱ ଏବେ ପୁଣିଥରେ ରାଜ୍ୟରେ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଏପରି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ସୁହାଇବା ପାଇଁ ଲୋକସଭାରେ ଅନାସ୍ଥା ଭୋଟରୁ ନାଟକୀୟ ଢଙ୍ଗରେ ବିଜେଡି ଦୂରେଇ ରହିବା, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଓ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡି ସୁପ୍ରିମୋଙ୍କ ସାମିଲ ହେବା ଭଳି ଘଟଣା ପରେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳିଥିଲା।
କିନ୍ତୁ ରାଜ୍ୟରେ କଂଗ୍ରେସକୁ ପଛରେ ପକାଇ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିବା ବିଜେପି ପାଇଁ ଏସବୁ ଘଟଣାବଳୀ ବୁମେରାଂ ହୋଇଛି। କାରଣ ରାଜ୍ୟରେ ଦଳର ସଂଗଠନ ବଢ଼ିବା ପରିବର୍ତ୍ତେ ଧୀରେଧୀରେ ଛିଡ଼ିବାରେ ଲାଗିଛି। ଯାହାକୁ ଆକଳନ କରି ବିଜେପି ଜାତୀୟ ନେତୃତ୍ୱ ଏବେ ପୁଣିଥରେ ରାଜ୍ୟରେ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଏପରି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ କୋର୍ ଟିମର ସଦସ୍ୟ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଓଡ଼ିଶାରେ ବିଜେପି ସଂଗଠନର ସର୍ବେସର୍ବା। ତାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରାଜ୍ୟର ସଂଗଠନ ଗତ ୪ବର୍ଷ ହେଲା ରହିଛି। କିନ୍ତୁ ଯେତେବେଳେ ବି ଜାତୀୟ ରାଜନୀତିରେ ବିଜେଡିର ସହାୟତା ନେବା ବିଜେପି ପାଇଁ ଏକ ବାଧ୍ୟବାଧକତା ସାଜୁଛି, ତା’ର ସାଇଡ୍ ଇଫେକ୍ଟ ରାଜ୍ୟ ବିଜେପିକୁ ଭୋଗିବାକୁ ପଡ଼ୁଥିବା କଥା ଧର୍ମେନ୍ଦ୍ର ଦଳର ଜାତୀୟ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି।
କାରଣ ଉପରୋକ୍ତ ୩ଟି ପ୍ରସଙ୍ଗ ରାଜ୍ୟରେ ବିଜେପି ପରିବର୍ତ୍ତେ ବିଜେଡିକୁ ଅଧିକ ଫାଇଦା ଦେଇଛି। ରାଜ୍ୟ ବିଜେପି ନେତାମାନେ ଯେତେ ଚିକ୍ରାର କଲେ ମଧ୍ୟ ସେମାନଙ୍କର ଜାତୀୟ ନେତୃତ୍ୱ ସହ ବିଜେଡି ସୁପ୍ରିମୋଙ୍କ ଘନିଷ୍ଠ ସମ୍ପର୍କ ରହିଛି ବୋଲି ପରୋକ୍ଷରେ ଦର୍ଶାଇବାକୁ କୌଣସି ସୁଯୋଗକୁ ବିଜେଡି ହାତଛଡ଼ା କରିନାହିଁ। ଆଉ ଏହା ହିଁ ରାଜ୍ୟରେ ବିଜେପିର କଳେବର ବୃଦ୍ଧିରେ ଏବେ ପ୍ରତିବନ୍ଧକ ସାଜିଛି। ନିର୍ବାଚନୀ ବର୍ଷରେ ବିଜେପି ସଂଗଠନ ରାଜ୍ୟରେ ଏଭଳି ସ୍ଥାଣୁ ପାଲଟିଥିବାରୁ କେନ୍ଦ୍ର ନେତୃତ୍ୱ ଓଡ଼ିଶାକୁ ଫୋକସରେ ରଖିବା ସ୍ୱାଭାବିକ।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ କୋର୍ ଟିମର ସଦସ୍ୟ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଓଡ଼ିଶାରେ ବିଜେପି ସଂଗଠନର ସର୍ବେସର୍ବା। ତାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରାଜ୍ୟର ସଂଗଠନ ଗତ ୪ବର୍ଷ ହେଲା ରହିଛି। କିନ୍ତୁ ଯେତେବେଳେ ବି ଜାତୀୟ ରାଜନୀତିରେ ବିଜେଡିର ସହାୟତା ନେବା ବିଜେପି ପାଇଁ ଏକ ବାଧ୍ୟବାଧକତା ସାଜୁଛି, ତା’ର ସାଇଡ୍ ଇଫେକ୍ଟ ରାଜ୍ୟ ବିଜେପିକୁ ଭୋଗିବାକୁ ପଡ଼ୁଥିବା କଥା ଧର୍ମେନ୍ଦ୍ର ଦଳର ଜାତୀୟ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି।
ଆଉ ସେହି କାରଣରୁ ବିଜେପି ଏବେ ମୋଦି ଓ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସହ ମହିଳା ଜାତୀୟ କାର୍ଯ୍ୟକାରିଣୀ ପାଇଁ ପୁରୀକୁ ଚୟନ କରିଛି।ଏହା ଦଳୀୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିବା ସହ ବିଜେଡି ସଙ୍ଗେ ନିର୍ଣ୍ଣାୟକ ଲଢ଼େଇ ନିମନ୍ତେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି।
୨୪ରୁ ୩ ଦିନିଆ ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୁରୀରେ ଅନୁଷ୍ଠିତ ହେବ । ପ୍ରଥମଦିନ ଏଥିରେ ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଯୋଗ ଦେବେ।
from Odisha Reporter https://ift.tt/2Mln3RT
No comments:
Post a Comment