
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦର ସେହୱାଗ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଯାଇଛନ୍ତି ସତ, କିନ୍ତୁ କ୍ରିକେଟ୍ ଖେଳ ପ୍ରତି ଥିବା ତାଙ୍କ ଭଲ ପାଇବା କମିନାହିଁ। ସେହିପରି ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରିବା ମଧ୍ୟ ସେ ଛାଡ଼ିନାହାନ୍ତି। ନିକଟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସେହୱାଗ ଖେଳୁଥିବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ରେ ସେ ନିଜ ବ୍ୟାଟିଂ ଯାଦୁରେ ଷ୍ଟାଡିୟମରେ ଥିବା ଦର୍ଶକକୁ ବେଶ ମନୋରଞ୍ଜନ କରିଛନ୍ତି। ଏହି ମ୍ୟାଚ୍ରେ ସେହୱାଗ ଛକା ମାରି ପ୍ରମାଣିତ କରିଦେଇଛନ୍ତି ଯେ, ବାଘ ବୁଢ଼ା ହୋଇଗଲେ ମଧ୍ୟ ଶିକାର କରିବା କେବେ ଭୁଲେ ନାହିଁ।
୩୯ ବର୍ଷୀୟ ସେହୱାଗ ପୂର୍ବରୁ ଯେଉଁଭଳି ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ ଏବଂ ଯେଉଁଥିପାଇଁ ତାଙ୍କୁ ଦୁନିଆ ଜାଣିଥିଲା, ଏବେ ମଧ୍ୟ ସେ ସମାନ ଶୈଳୀରେ ବ୍ୟାଟିଂ କରୁଛନ୍ତି। ସେହୱାଗଙ୍କ ଏଭଳି ଛକା ମାରିବା ଶୈଳୀକୁ ଦେଖି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଆଡାମ୍ ଗିଲଖ୍ରୀଷ୍ଟ ମଧ୍ୟ ପ୍ରଶଂସା କରିଛନ୍ତି।
ବୀରେନ୍ଦର ସେହୱାଗ କର୍ଣ୍ଣାଟକ ଚଳଚ୍ଚିତ୍ର କପ୍(କେସିସି)ରେ କନ୍ଦମ୍ବା ଲାୟନ୍ସ ପକ୍ଷରୁ ମ୍ୟାଚ୍ ଖେଳୁଛନ୍ତି। ଏହି ୧୦ ଓଭର ବିଶିଷ୍ଟ ମ୍ୟାଚ୍ଟି ବେଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଥିଲା। ସେହୱାଗ ଟ୍ୱିଟର୍ରେ ଏହି ମ୍ୟାଚ୍ର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେୱାଗ ପ୍ରଥମେ ୪ ପରେ ଛକା ଓ ପୁଣି ଏକ ଚୌକା ମାରୁଥିବା ଦୃଶ୍ୟ ରହିଛି। ଏହି ଭିଡିଓକୁ ଦେଖି ଅନେକ ଲୋକ ସେହୱାଗଙ୍କୁ ପ୍ରଶଂସା କରିଛନ୍ତି।
The first over by Viru pic.twitter.com/rjPBgseras
— Tushar Misra (@tusharmisra) September 9, 2018
from Odisha Reporter https://ift.tt/2x4JvtV
No comments:
Post a Comment