ଏଚ୍‌ଆଇଭି ରୋଗୀଙ୍କ ପାଇଁ ଖୁସି ଖବର, ଆଉ ଦୈନିକ ସେବନ କରିବାକୁ ପଡ଼ିବନି ଔଷଧ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଏଚ୍‌ଆଇଭି ରୋଗୀଙ୍କ ପାଇଁ ଖୁସି ଖବର, ଆଉ ଦୈନିକ ସେବନ କରିବାକୁ ପଡ଼ିବନି ଔଷଧ !

ନୂଆଦିଲ୍ଲୀ: ଘାତକ ରୋଗ ଏଡ୍‌ସ। ଏହି ଭାଇରସ୍‌ (HIV/Human immunodeficiency virus) ଶରୀରରେ ଇନ୍‌ଫେକ୍ସନ ସୃଷ୍ଟି କରି ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଦେଇଥାଏ। ଫଳରେ ରୋଗ ଶୀଘ୍ର ଭଲ ହୋଇ ନଥାଏ ଓ ଲୋକେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଅସୁରକ୍ଷିତ ଯୌନ ସଂପର୍କ ଯୋଗୁଁ ୮୮ ପ୍ରତିଶତ ବ୍ୟକ୍ତି ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥାନ୍ତି।

ଏଥିରେ ପୁରୁଷଙ୍କ ସଂଖ୍ୟା ଅଧିକ। ଏଡ୍‌ସର ସମ୍ପୂର୍ଣ୍ଣ ନିରାକରଣ ନେଇ କୌଣସି ସଫଳତା ମିଳି ନଥିବା ବେଳେ ରୋଗ ନିୟନ୍ତ୍ରଣ ନେଇ ଔଷଧ ରହିଛି। ଯାହାକୁ ଡାକ୍ତରଙ୍କ ପରାମର୍ଶ ଅନୁଶାରେ ରୋଗୀ ନିୟମିତ ସେବନ କରିଥାଏ। ହେଲେ ଏବେ ଏକ ଖୁସି ଖବର ଆସିଛି ଯାହାକି ଏଡ୍‌ସ ରୋଗୀଙ୍କୁ ଆଉ ନିୟମିତ ଟାବ୍‌ଲେଟ୍‌ ଖାଇବାକୁ ପଡ଼ିବ ନାହିଁ।

କାରଣ ନିକଟରେ ଇନ୍‌ଫ୍ୟୁଜନ୍‌ ନାମକ ଏକ ଟେକ୍‌ନିକ୍‌କୁ ବିକଶିତ କରାଯାଇଛି ଯାହା ଏଚ୍‌ଆଇଭି ଭଳି ମାରାତ୍ମକ ରୋଗ ପାଇଁ ଆଶ୍ୱସ୍ଥିକର ବିଷୟ ପାଲଟିଛି। ଏହି ଇନ୍‌ଫ୍ୟୁଜନ୍‌ ମାଧ୍ୟମମରେ ୬ ରୁ ୭ ମାସ ପର୍ଯ୍ୟନ୍ତ ରୋଗକୁ ନିୟନ୍ତ୍ରଣ ରଖାଯାଇପାରିବ। ଏହା ପୂର୍ବରୁ ଏଡ୍‌ସ ରୋଗକୁ ନିୟନ୍ତ୍ରଣ ପାଇଁ ଅନେକ ଟେକ୍‌ନିକ୍‌ର ଆବିଷ୍କାର ହୋଇସାରିଛି। କିନ୍ତୁ ସେ ସବୁ ଟେକ୍‌ନିକ୍ ରୋଗୀଙ୍କ ପାଇଁ ବେଶୀ ଫଳପ୍ରଦ ହୋଇ ପାରି ନାହିଁ। Rockefeller University ଏବଂ National Institute of Health ପକ୍ଷରୁ ଏହି ଇନ୍‌ଫ୍ୟୁଜନ୍‌ର ଆବିଷ୍କାର କରାଯାଇଛି। National Institute of Health ପକ୍ଷରୁ କୁହାଯାଇଛି ଯେ, ଏଡ୍‌ସକୁ Antiretroviral therapy(ଏଆରଟି) ମାଧ୍ୟମରେ ଚିକିତ୍ସା କରାଯାଉଥିଲା।

ଏଥିପାଇଁ ରୋଗୀଙ୍କୁ ନିୟମିତ ଔଷଧ ନେବାକୁ ପଡ଼ୁଥିଲା।  କିନ୍ତୁ କେତେକ ରୋଗୀଙ୍କୁ ଦୈନିକ ଔଷଧ ସେବନ କରିବା ଏକ କଠିନ କାମ ଲାଗୁଥିଲା। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଏହି ଇନ୍‌ଫ୍ୟୁଜନ୍‌କୁ ବିକଶିତ କରାଯାଇଛି। ଯାହା ସଫଳ ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସୌଜନ୍ୟ: ଆଜ୍‌ତକ୍‌



from Odisha Reporter https://ift.tt/2DBbHKy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages