ଭାରତକୁ ମିଳେ ଗଲେ ଆଉ ଜଣେ ‘କ୍ୟାପ୍‌ଟେନ୍ କୁଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଭାରତକୁ ମିଳେ ଗଲେ ଆଉ ଜଣେ ‘କ୍ୟାପ୍‌ଟେନ୍ କୁଲ୍‌’

rohit

ଦୁବାଇ: ଭାରତ ପୁଣି ଥରେ ଏସିଆ କପ୍ ଜିତିଛି। ଏଥରକୁ ମିଶାଇ ଦଳ ୭ ଥର ଏହି କପ୍ ଜିତିଛି। ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ସତ୍ତ୍ୱେ ଦଳ ଏଥିରେ ଚାମ୍ପିଅନ୍ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତକୁ ଏହି ସଫଳତା ମିଳିଛି।

ଏହି ସଫଳତା ପରେ ରୋହିତ ଶର୍ମାଙ୍କୁ ତାଙ୍କର ନେତୃତ୍ୱ ନେବାର ଦକ୍ଷତା ପାଇଁ ବିଭିନ୍ନ ବର୍ଗରୁ ପ୍ରଶଂସା କରାଯାଉଛି।

ମହେନ୍ଦ୍ର ସିଂହ ଧୋନି ସମସ୍ତଙ୍କଠାରୁ ଅଧିକ ଶାନ୍ତ ଅଧିନାୟକ ଥିଲେ ବୋଲି କୁହାଯାଏ। ଏଣୁ ତାଙ୍କୁ ‘କ୍ୟାପ୍‌ଟେନ୍ କୁଲ୍‌’ କୁହାଯାଉଥିଲା। ସେ ଫିଲ୍ଡରେ ବିଶେଷ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ।

ଏବେକାର କ୍ୟାପ୍‌ଟେନ୍ ବିରାଟ କୋହଲି ଆଗ୍ରେସିଭ୍‌। ସେ ପ୍ରତିକ୍ରିୟା ପ୍ରକାଶ କରନ୍ତି। କିନ୍ତୁ ତାଙ୍କ ଅନୁପସ୍ଥିତିରେ ଟିମ୍‌ର ନେତୃତ୍ୱ ନେଇଥିବା ରୋହିତ ଶର୍ମା ଫିଲ୍ଡରେ ଆଦୌ ପ୍ରତିକ୍ରିୟା ପ୍ରକାଶ କରୁ ନଥିଲେ।

ସେ ପୂରା ଶାନ୍ତ ରହୁଥିଲେ। କେହି ଖେଳାଳି ଫିଲ୍ଡିଂ ମିସ୍ କଲେ ବା କ୍ୟାଚ୍ ନ ଧରି ପାରିଲେ ସେ ତାଙ୍କର ଅସନ୍ତୋଷ ଜାହିର କରୁ ନଥିଲେ। ବରଂ ଉତ୍ସାହିତ କରୁଥିଲେ। ତେଣୁ କୁହାଯାଉଛି ଭାରତକୁ ଆଉ ଜଣେ ‘କ୍ୟାପ୍‌ଟେନ୍ କୁଲ୍‌’ ମିଳିଗଲେ।

ravi2ଶୁକ୍ରବାର ଫାଇନାଲ୍‌ ମ୍ୟାଚ୍ ବେଳେ ବାଂଲାଦେଶର ଲିଟନ ଦାସ ୧୨୦ ରନ୍ କରିଥିଲେ। ତେବେ ସେ ବ୍ୟାଟିଂ କରୁଥିବା ବେଳେ ଅଧିନାୟକ ଭାବେ ରୋହିତ ବିଚଳିତ ଥିବା ଭଳି ଆଦୌ ଲାଗୁ ନଥିଲେ। ବରଂ ସେ ତାଙ୍କର ବୋଲରମାନଙ୍କୁ ଲଗାଇ ବାଂଲାଦେଶର ମିଡିଲ୍ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ। ସେଥିପାଇଁ ତ ଲିଟନ୍ ଦାସଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭଲ ସ୍କୋର କରିପାରି ନଥିଲେ।

କୋଚ୍ ରବିଶାସ୍ତ୍ରୀ ମଧ୍ୟ ତାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,“ରୋହିତ ଶର୍ମା ବହୁତ କୁଲ୍ ଦେଖାଯାଉଥିଲେ। ସେ ଧୈର୍ଯ୍ୟର ପରିଚୟ ଦେଇଥିଲେ। ସେ ବୋଲିଂରେ ଯେମିତି ପରିବର୍ତ୍ତନ କଲେ ତାହା ପ୍ରଶଂସନୀୟ। ଶେଷ ୩୦ ଓଭରରେ ଦଳ ମାତ୍ର ୧୦୦ ରନ୍ ଦେଇଥିଲା।”

କିଛି ଦିନ ପୂର୍ବରୁ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ବି ଏ କଥା କହିଥିଲେ। ସେ ରୋହିତଙ୍କୁ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଖେଳାଳି କ୍ଲାଇବ୍ ଲୟଡଙ୍କ ସହ ତୁଳନା କରିଥିଲେ। ସେ କହିଥିଲେ ରୋହିତ ପୂରା ତାଙ୍କ ପରି। ସେ ବି ପଡ଼ିଆରେ ଆଦୌ ଖେଳାଳିଙ୍କ ଉପରେ ବିରକ୍ତ ହେଉ ନଥିଲେ କି ଅସନ୍ତୋଷ ଜାହିର କରୁ ନଥିଲେ।

ସୂଚନାଯୋଗ୍ୟ, ବାଂଲାଦେଶ ଗତକାଲି ୨୨୨ ରନ୍ କରିଥିବା ବେଳେ ଭାରତ ୨୨୩ ରନ୍ କରି ମ୍ୟାଚ୍ ଜିତିଥିଲା ଓ ତା’ସହିତ ସପ୍ତମ ଥର ପାଇଁ ଏସିଆ କପ୍‌ରେ ଚାମ୍ପିଅନ୍ ହୋଇଥିଲା।



from Odisha Reporter https://ift.tt/2R8zLXW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages