
ରାୟଗଡ଼ା(ମନୋଜ କୁମାର ପାତ୍ର): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କାଙ୍କୁବାଡ଼ି ଗାଁରେ ମହିଳାମାନଙ୍କ ଗାଧୋଉଥିବା ବେଳର ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏବେ ବି ଗାଁରେ ଉତ୍ତେଜନା ଲାଗି ରହିଛି। ଉଭୟ ଗୋଷ୍ଠୀ ଅଲଗା ଅଲଗା ସଂପ୍ରଦାୟର ହୋଇଥିବାରୁ ପୁଲିସ୍ ଘଟଣାକୁ ଗୁରୁତର ସହ ନେଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୁଲିସ୍ ମୁତୟନ କରାଯାଇଛି।
ଅଭିଯୋଗ ଅନୁସାରେ, ଗତକାଲି ଗାଁର ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳାମାନେ ନଈରେ ଗାଧୋଉଥିବା ବେଳେ ଅନ୍ୟ ଏକ ସଂପ୍ରଦାୟର କିଛି ଯୁବକ ମୋବାଇଲ୍ରେ ଫଟୋ ଉଠାଇଥିଲେ। ଏହାକୁ ବିରୋଧ କରି ଉକ୍ତ ମହିଳାମାନେ ଯୁବକମାନଙ୍କ ଠାରୁ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ସେମାନେ ଏକଥା ଗାଁରେ କହିଥିଲେ।
ପରେ ଫଟୋ ଉଠାଇଥିବା ଯୁବକମାନଙ୍କୁ ଫଟୋ ଗୁଡ଼ିକୁ ଡିଲିଟ୍ କରିବା ପାଇଁ କୁହାଯାଇଥିଲା। ହେଲେ ସେମାନେ ନ ମାନିବାରୁ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା।
ଯୁବକମାନଙ୍କ ପକ୍ଷରୁ କିଛି ଲୋକ ଆସି ଉକ୍ତ ମହିଳାମାନଙ୍କ ଘରେ ପଶି ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଏନେଇ ଥେରୁବାଲି ଫାଣ୍ଡିରେ ଅଭିଯୋଗ ହୋଇଛି।
ଯୁବକମାନଙ୍କ ପକ୍ଷରୁ ଫଟୋ ଉଠାଇବା ଅଭିଯୋଗକୁ ମିଥ୍ୟା ବୋଲି କୁହାଯାଇଛି। ସେମାନେ ନଦୀଆଡେ ଯାଇଥିବା ବେଳେ ଅନ୍ୟ ସାହିର କିଛି ଲୋକ ସେମାନଙ୍କୁ ବାନ୍ଧି ମାଡ଼ ମାରିବାରୁ ଘଟଣା ବଢ଼ିଥିଲା ବୋଲି ସେମାନେ କହିଛନ୍ତି।
from Odisha Reporter https://ift.tt/2D5ktAr
No comments:
Post a Comment