ଏଇ ସହରରେ ହେବାକୁ ଯାଉଛି ଦେଶର ପ୍ରଥମ ‘ଡଗ୍‌ ପାର୍କ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଏଇ ସହରରେ ହେବାକୁ ଯାଉଛି ଦେଶର ପ୍ରଥମ ‘ଡଗ୍‌ ପାର୍କ’

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର କୋନ୍ଦାପୁରଠାରେ ଦେଶରେ ପ୍ରଥମ ‘ଡଗ୍‌ ପାର୍କ’ ଉଦ୍‌ଘାଟିତ ହେବ। ୧.୩ ଏକର ପରିମିତ ଜମିରେ ଠିଆ ହୋଇଥିବା ଉକ୍ତ ପାର୍କ ଗ୍ରେଟର ହାଇଦ୍ରାବାଦ୍‌ ମ୍ୟୁନିସିପାଲ କର୍ପୋରେଶନ୍‌ (ଜିଏଚ୍‌ଏମ୍‌ସି) ଦ୍ୱାରା ନିର୍ମାଣ କରାଯାଇଛି। ପୂର୍ବରୁ ଏହି ସ୍ଥାନ ଏକ ଡମ୍ପିଂ ୟାର୍ଡ ଥିଲା। ଆସନ୍ତା ୧୦ ଦିନ ମଧ୍ୟରେ ଏହି ପାର୍କ ଉଦ୍‌ଘାଟନ କରାଯିବ। ଏହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୧.୧ କୋଟି ଟଙ୍କା ।

ଏହି ପାର୍କରେ ବିଭିନ୍ନ ପ୍ରଜାତିରେ କୁକୁରଙ୍କୁ ଆପଣ ଦେଖିବାକୁ ପାଇବେ। ଏହା ବ୍ୟତୀତ ଏହି ପାର୍କରେ କୁକୁର ତାଲିମ କେନ୍ଦ୍ର, ବ୍ୟାୟାମ ଉପକରଣ, ଦୁଇଟି ଲନ୍‌, ବଡ ଓ ଛୋଟ କୁକୁରଙ୍କ ନିମନ୍ତେ ପୃଥକ୍‌ ଆବଦ୍ଧ ଗୃହ ରହିଛି।

ଜିଏଚ୍‌ଏମ୍‌ସିର ଜୋନାଲ କମିଶନର ଡି. ହରିଚନ୍ଦନା କହିଛନ୍ତି ଯେ,  ଏହା ହେଉଛି ଦେଶର ପ୍ରଥମ ଡଗ୍‌ ପାର୍କ ।

ହରିଚନ୍ଦନା କୁକୁରମାନଙ୍କୁ ଭାରି ଭଲ ପାଉଥିବାରୁ ଏହା ତାଙ୍କ ପ୍ରୟାସରେ ହିଁ ପ୍ରସ୍ତୁତ ହୋଇଛି ବୋଲି କୁହାଯାଉଛି। ସେ ଦେଶ ବାହାରେ ବିଭିନ୍ନ ଡଗ୍‌ପାର୍କ ଦେଖିଛନ୍ତି। ଏଣୁ ଦେଶରେ ଅନ୍ତର୍ଜାତୀୟ ମାନର ଡଗ୍‌ପାର୍କ ପ୍ରତିଷ୍ଠା କରାଯିବା ତାଙ୍କର ଏକ ସ୍ୱପ୍ନ ଥିଲା ବୋଲି ସେ କହିଛନ୍ତି।



from Odisha Reporter https://ift.tt/2xlF79Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages