ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ବିପଦର କାରଣ ହୋଇପାରେ ଆଲୋଭେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ବିପଦର କାରଣ ହୋଇପାରେ ଆଲୋଭେରା

2-drinks66

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ଆଲୋଭେରା ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଆପଣ ଶୁଣିଥିବେ। ଏହାକୁ ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର ମଧ୍ୟ କରୁଥିବେ। ଆଲୋଭେରା ତ୍ୱଚାରେ ଲଗାଇବା ସହ ଅନେକ ଏହାର ଜୁସ୍‌ ମଧ୍ୟ ପିଇଥା’ନ୍ତି। କିନ୍ତୁ ଧ୍ୟାନ ଦେବେ, ଯଦି ଆପଣ କମ୍‌ ରକ୍ତଚାପ ବା ହୃଦ୍‌ଘାତଜନିତ ସମସ୍ୟାରେ ଆକ୍ରାନ୍ତ. ତେବେ ଆଲୋଭେରା ଖାଇବାକୁ ନିବୃତ୍ତ ରୁହନ୍ତୁ।

ଏବେ ଆସନ୍ତୁ ଜାଣିବା, କେଉଁସବୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ, ଆଲୋଭେରାର ବ୍ୟବହାର ବା ସେବନ ଅଧିକ ବିପଦର ଆଶଙ୍କା ରଖୁଛି।aloevera00

୧. କୋଷ୍ଠକାଠିନ୍ୟ :

ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତେବେ ଆଲୋଭେରା ଜୁସ୍‌ ପିଅନ୍ତୁ ନାହିଁ। ଏଥିରେ ଥିବା ଲାକ୍ସାଟିଭ୍‌ ପ୍ରୋଟିନ୍‌ ଏହି ସମସ୍ୟାକୁ ବଢ଼ାଇଥାଏ। କେବଳ ଏତିକି ନୁହେଁ, ଆଲୋଭେରା ପ୍ରତିଦିନ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଏବଂ ଡାଇରିଆ ଆକ୍ରାନ୍ତ ହେବାର ଆଶଙ୍କା ମଧ୍ୟ ରହିଛି।

୨. ଗର୍ଭବତୀ ମହିଳା:

ଗର୍ଭବତୀ ମହିଳା ଭୁଲ୍‌ରେ ବି ଆଲୋଭେରାର ସେବନ କରନ୍ତୁ ନାହିଁ। କାରଣ, ଏହା ଖାଇବା ଦ୍ୱାରା ଗର୍ଭାଶୟ ସଙ୍କୁଚିତ ହୋଇପାରେ। ଏଥିପାଇଁ ଗର୍ଭସ୍ଥ ଶିଶୁ ଜନ୍ମ ସମୟରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି।aloeverayy

୩. କମ୍ ରକ୍ତଚାପ ରୋଗୀ:

ଆଲୋଭେରା ପ୍ରତିଦିନ ଖାଇଲେ ଆପଣଙ୍କ ରକ୍ତଚାପ କମ୍‌ ହୋଇପାରେ। ତେଣୁ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ଭଲ। କିନ୍ତୁ କମ୍‌ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ବିପଦ ଆଣିପାରେ।

୪. ହୃଦ୍‌ରୋଗୀ:

ଯେଉଁମାନଙ୍କର ହୃଦ୍‌ଘାତଜନିତ କୌଣସି ସମସ୍ୟା ଅଛି, ସେମାନେ ଆଲୋଭେରା ଖାଇବାରୁ ନିବୃତ୍ତ ରହିବା ଉଚିତ୍‌। ପ୍ରତିଦିନ ଏହାକୁ ଖାଇଲେ, ହୃତ୍‌ ସ୍ପନ୍ଦନ ଦୁର୍ବଳ ହୋଇଥାଏ।

lidah-buaya_45୫. ଡିହାଇଡ୍ରେସନ୍‌:

ସୁସ୍ଥ ରହିବା ସହ ଓଜନ ହ୍ରାସ ପାଇଁ ଅନେକ ଲୋକ ଆଲୋଭେରା ରସ ସକାଳେ ପିଇଥା’ନ୍ତି। ତେବେ ଏହା ଆପଣଙ୍କ ପାଇଁ ଡିହାଇଡ୍ରେସନ୍‌ର କାରଣ ମଧ୍ୟ ହୋଇପାରେ।

୬. ଅତ୍ୟଧିକ ବ୍ୟବହାର ତ୍ୱଚା ପ୍ରତି ବିପଦ:

ଆଲୋଭେରା ସ୍କିନ୍‌ ପାଇଁ ଉପକାରୀ ହୋଇଥାଏ। କିନ୍ତୁ ଏହାକୁ ଅଧିକ ପରିମାଣର ବ୍ୟବହାର କଲେ, ଆପଣଙ୍କ ତ୍ୱଚା ନାଲି ପଡ଼ିବା ସହିତ କୁଣ୍ଡାଇ ହୋଇଥାଏ।

aloeverajuice345୭. ମାଂସପେଶୀକୁ ଦୁର୍ବଳ କରେ:

ଆଲୋଭେରାରେ ଥିବା ଲାକ୍ସାଟିଭ୍‌ ଶରୀରର ମାଂସପେଶୀକୁ ଦୁର୍ବଳ କରିଥାଏ।

ଏଥିପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ସେବନ କରନ୍ତୁ ନାହିଁ।



from Odisha Reporter https://ift.tt/2oteAmg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages