‘ଗୋଲ୍‌ଡ୍‌’ ରଚିଲା ଇତିହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

‘ଗୋଲ୍‌ଡ୍‌’ ରଚିଲା ଇତିହାସ

akhaya

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାର୍‌ ଅଭିନୀତ ଫିଲ୍ମ ‘ଗୋଲ୍‌ଡ୍‌’ ଇତିହାସ ସୃଷ୍ଟି କରିଛି। ଭାରତୀୟ ବଜାରରେ ଭଲ ବ୍ୟବସାୟ କରିବା ପରେ ଖିଲାଡ଼ି ଷ୍ଟାର୍‌ଙ୍କ ଏହି ଫିଲ୍ମ ସାଉଦି ଆରବରେ ରିଲିଜ୍‌ ହୋଇଛି।

ଧାର୍ମିକ ଭାବନା ଯୋଗୁ ସାଉଦି ଆରବରେ କୌଣସି ଫିଲ୍ମ ରିଲିଜ୍ ଉପରେ ୩୫ ବର୍ଷ ଧରି କଟକଣା ଥିଲା। ଏହି କଟକଣା ହଟିବା ପରେ ରଜନୀକାନ୍ତ ଅଭିନୀତ ତାମିଲ୍‌ ଓ ତେଲୁଗୁ ଫିଲ୍ମ ‘କାଲା’ର ହିନ୍ଦୀ ଡବିଂ ପ୍ରଥମେ ସେଠାକାର ବିଭିନ୍ନ ହଲ୍‌ରେ ରିଲିଜ୍‌ ହୋଇଥିଲା। ତେବେ ବଲିଉଡ୍‌ ଫିଲ୍ମଭାବେ ଦୀର୍ଘ ୩୫ ବର୍ଷ ପରେ ସାଉଦି ଆରବରେ ରିଲିଜ୍ ହେବାରେ ‘ଗୋଲ୍‌ଡ୍‌’ ହେଉଛି ପ୍ରଥମ।

goldଏହି ସୂଚନା ନିଜେ ଅକ୍ଷୟ କୁମାର୍‌ ଟ୍ୱିଟ୍‌ କରି ଦେଇଛନ୍ତି। ଅକ୍ଷୟ ଲେଖିଛନ୍ତି, ‘‘ଭାରତର ପ୍ରଥମ ଗୋଲ୍‌ଡ୍‌ ମେଡାଲ୍‌ ଜିତିବା କାହାଣୀ ପରି ପ୍ରଥମ ଥର ସାଉଦି ଆରବରେ ରିଲିଜ୍‌ ହୋଇଛି ବଲିଉଡ୍‌ ମୁଭି। ମୋତେ ଏହା ଶେୟାର୍‌ କରି ଖୁବ୍‌ ଖୁସି ଲାଗୁଛି। ‘ଗୋଲ୍‌ଡ୍‌’ ସାଉଦି ଆରବରେ ରିଲିଜ୍‌ ହୋଇଥିବା ପ୍ରଥମ ବଲିଉଡ୍‌ ଫିଲ୍ମ।’’

‘ଗୋଲ୍‌ଡ୍‌’ର ବ୍ୟାବସାୟିକ ସଫଳତା ଅକ୍ଷୟ କୁମାର୍‌ଙ୍କୁ ମଧ୍ୟ ବେଶ୍ ଉତ୍ସାହିତ କରିଛି। କୁହାଯାଉଛି, ଏହି ଫିଲ୍ମ ଅକ୍ଷୟଙ୍କ ବଲିଉଡ୍‌ କ୍ୟାରିୟର୍‌କୁ ଆଉ ଦୁଇ ପାଦ ଆଗେଇ ନେଇଛି।

kala

ଆଧୁନିକ ଚଳଚ୍ଚିତ୍ର ସାଉଦି ଆରବର ସାଂସ୍କୃତିକ ଓ ଧାର୍ମିକ ପରିଚୟରେ ଆଞ୍ଚ୍‌ ଆଣୁଥିବା ଅଭିଯୋଗ କରି ମୌଳବାଦୀମାନେ ତୀବ୍ର ବିରୋଧ କରିବା ଯୋଗୁ ପ୍ରାୟ ୩୫ ବର୍ଷ ତଳେ ସେଠାରେ ଏହିସବୁ ଫିଲ୍ମର ରିଲିଜ୍‌କୁ ବ୍ୟାନ୍‌ କରାଯାଇଥିଲା। ତେବେ ଗତ ଏପ୍ରିଲ ୧୮ ତାରିଖରେ ଏହି ବ୍ୟାନ୍‌ ହଟିଥିଲା। ଏହା ପରେ ଭାରତୀୟ ଫିଲ୍ମ କାଲା’ ଓ ହଲିଉଡ୍‌ ମୁଭି ‘ବ୍ଲାକ୍‌ ପ୍ୟାନ୍ଥର୍’, ‘ଗୋଲ୍‌ଡ୍‌’ ପୂର୍ବରୁ ସେଠାରେ ରିଲିଜ୍‌ ହୋଇଥିଲା।



from Odisha Reporter https://ift.tt/2wwnbJk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages