ବିଜେପି-ବିଜେଡି ମଧ୍ୟରେ ବଢ଼ଛି ରାଜନୈତିକ ଦୂରତା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ବିଜେପି-ବିଜେଡି ମଧ୍ୟରେ ବଢ଼ଛି ରାଜନୈତିକ ଦୂରତା !

crack

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ ନରେନ୍ଦ୍ର ମୋଦି ସିଧାସଳଖ ଟାର୍ଗେଟ କରିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନବୀନଙ୍କ ବିରୋଧରେ ରାଜ୍ୟ ବିଜେପି ବ୍ୟବହାର କରୁଥିବା ଶଦ୍ଦକୁ ନେଇ ଯେଭଳି ଢଙ୍ଗରେ ମୋଦି ଆଟାକ୍‌ କଲେ ତାହା ବିଜେପି କ୍ୟାମ୍ପକୁ ବେଶ୍ ଉତ୍ସାହିତ କରିଛି।

ଅନ୍ୟପକ୍ଷରେ ବିଜେଡି ବି ସମାନ ଢଙ୍ଗରେ ପ୍ରତି ଆକ୍ରମଣ କରି ପ୍ରମାଣ କରିଛି, ଦୁହିଁଙ୍କ ଭିତରେ ରାଜନୈତିକ ଦୂରତା ବଢୁଛି। ମୋଦିଙ୍କ ଆଟାକ୍ ଓ ନବୀନଙ୍କ କାଉଣ୍ଟର ଆଟାକ ଦେଖି ରାଜନୈତିକ ବିଶାରଦ ଭବିଷ୍ୟବାଣୀ କରୁଛନ୍ତି ‘୧୯ ପୂର୍ବରୁ ଦୁଇଦଳ ଭିତରେ କୌଣସି ରାଜନୈତିକ ବୁଝାମଣାର ବାଟ ଖୋଲିବା ସମ୍ଭାବନା ନାହିଁ।

ନବୀନ ସରକାର ବିରୋଧରେ ବିଜେପି ଆଣୁଥିବା ଦୁର୍ନୀତି ଅସ୍ତ୍ରକୁ ଅଧିକ ଶାଣିତ କରିଛି ମୋଦିଙ୍କ ଶଦ୍ଦ ବାଣ। ‘ପିସି କାରବାର’ରୁ ଆରମ୍ଭ କରି ଚାରା ଘୋଟାଲା, ସମବାୟ ଓ ଓମଫେଡ୍ ଦୁର୍ନୀତିର କଥା କହି ମୋଦି ଯେଭଳି ନବୀନଙ୍କୁ ସିଧା ଟାର୍ଗେଟ କଲେ ତାହା ଦୁଇ ଦଳର ସଂପର୍କକୁ ନେଇ ମଧ୍ୟ ପ୍ରଶ୍ନ ଛିଡ଼ା କରିଛି।

କିଛି ଦିନ ତଳେ ସଂସଦର ଅନାସ୍ଥା ଭୋଟ୍ ଓ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡିର ସହଯୋଗ ପରେ ଦୁହିଁଙ୍କ ସଂପର୍କର ଗଣିତକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ଏହା ପୂର୍ଣଚ୍ଛେଦ ପକାଇ ଦେଇଛି।

୪ ମାସ ତଳେ ବିକାଶର ହିସାବ ଦେବାକୁ କଟକ ଆସିଥିବା ମୋଦି ମହାନଦୀ ଓ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏଥର କିନ୍ତୁ ଆଭିମୁଖ୍ୟ ଥିଲା ଅଧିକ କଠୋର।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, “ଏହା ଏକ ଭ୍ରଷ୍ଟ ସରକାର। ଯେଉଁ କଥାକୁ ଆମେ ସବୁଦିନ କହୁଥିଲୁ ଦେଶର ପ୍ରଧାନମନ୍ତ୍ରୀ ସେ କଥା କହିଲେ। ଏହା ଓଡ଼ିଶାର ଜନସାଧାରଣଙ୍କ ଉପରେ ଆଗାମୀ ଦିନରେ ନିଶ୍ଚିତ ପ୍ରଭାବ ପକାଇବ।”

ଅନ୍ୟପକ୍ଷରେ ବିଜେଡି ମଧ୍ୟ ସମାନ ଢଙ୍ଗରେ ଉତ୍ତର ରଖିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଏବେ ପ୍ରଧାନମନ୍ତ୍ରୀ ମଧ୍ୟ ଆମ ଶାଣିତ ଆକ୍ରମଣ ସୀମା ମଧ୍ୟକୁ ଚାଲି ଆସିଲେ। ପ୍ରଧାନମନ୍ତ୍ରୀ କହିଥିବାରୁ ବିଜେପି ଖୁସି ହେଉଥାଇ ପାରେ। ହେଲେ ପ୍ରଧାନମନ୍ତ୍ରୀ ଏପରି କହି ନ୍ୟୂନ ସ୍ତରକୁ ଚାଲି ଆସିଲେ।”

ମୋଦିଙ୍କ କଡ଼ା ଆଭିମୁଖ୍ୟ ପଛର କାରଣକୁ ନେଇ ରାଜନୈତିକ ବିଶାରଦ ବି ଢେର ଗଣିତ କଷୁଛନ୍ତି। ଟିଡିପି ଓ ପିଡିପି ଏନଡିଏକୁ ବାଏ ବାଏ କରିବା ଓ ଶିବସେନା ସହ ସଂପର୍କ ବିଗିଡ଼ିବା ପରେ ଜାତୀୟ ସ୍ତରରେ ନୂଆ ସାଥୀ ଖୋଜୁଛି ବିଜେପି। ଏପରି ସ୍ଥିତିରେ ବିଜେଡି ଏନ୍‌ଡିଏର ସାଥୀ ହେବା ନେଇ ଜାତୀୟ ଗଣମାଧ୍ୟମରେ କିଛିଦିନ ତଳେ ହେଉଥିବା ଚର୍ଚ୍ଚାକୁ ମୋଦିଙ୍କ ଆଟାକ୍ ପାଣିଚିଆ କରିଦେଇଛି।

ଅନ୍ୟପକ୍ଷରେ କଂଗ୍ରେସ କିନ୍ତୁ ଭିନ୍ନ କଥା କହୁଛି। ଉପରେ କଳି କଲେ ବି ଦୁହଁଙ୍କ ଭିତରେ ସଂପର୍କ ଥିଲା ଓ ରହିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।



from Odisha Reporter https://ift.tt/2ORXrOA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages