ଶୋଇବା ଅଭ୍ୟାସରୁ ଜାଣନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଶୋଇବା ଅଭ୍ୟାସରୁ ଜାଣନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ

puspa6

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆବଶ୍ୟକତା ଅନୁସାରେ ଶୋଇଲେ, ଶରୀରକୁ ଶକ୍ତି ମିଳେ। ଅଧିକ ପରିଶ୍ରମ ପରେ ଶୋଇଲେ ହିଁ ଶରୀରର ସମସ୍ତ ଅଙ୍ଗକୁ ଆରାମ ମିଳିଥାଏ। କିନ୍ତୁ ଆବଶ୍ୟକ ପରିମାଣର ନଶୋଇଲେ, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଏବଂ ହୃତ୍‌ପିଣ୍ଡଜନିତ ରୋଗ ହେବାର ଆଶଙ୍କା ରହିଥାଏ। ତେବେ ଆପଣଙ୍କ ଶୋଇବାର ଅଭ୍ୟାସ ହିଁ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ  ସୂଚନା ଦେଇଥାଏ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ।

ଶୋଇବା ସମୟରେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା:
ଯଦି ଆପଣ ଶୋଇବା ସମୟରେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ତେବେ ଏହା ‘ସ୍ଲିପ୍‌ ଏପ୍‌ନିଆ’ ରୋଗର ସଙ୍କେତ। ବର୍ତ୍ତମାନର ବଦଳୁଥିବା ଜୀବନଶୈଳୀରେ ‘ସ୍ଲିପ୍‌ ଏପ୍‌ନିଆ’ ରୋଗ ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି, ଦିନଚର୍ଯ୍ୟାରେ ଅନିୟମିତତା। ବିଶେଷଜ୍ଞଙ୍କ ମତରେ, ଯଥାସମ୍ଭବ ଆପଣ ନିଜ ଖାଇବା ଓ ପିଇବାର ଯତ୍ନ ନେବା ସହ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ। ଯଦି ଶୋଇବା ସମୟରେ ନିଃଶ୍ୱାସ ନେବାରେ ଆପଣ କଷ୍ଟ ଅନୁଭବ କରୁଛନ୍ତି,ତେବେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।puspa7ବାରମ୍ୱାର ପରିସ୍ରା ଲାଗିବା:
ଶୋଇବା ସମୟରେ ବାରମ୍ୱାର ପରିସ୍ରା ଲାଗିଲେ, ଏହା ଡାଇବେଟିସ୍‌ର କାରଣ ମଧ୍ୟ ହୋଇପାରେ। ରାତିରେ ଦୁଇ ଥରରୁ ଅଧିକ ପରିସ୍ରା କରିବାକୁ ଯିବା, ଡାଇବେଟିସ୍‌ ବା ପ୍ରି-ଡାଇବେଟିସ୍‌ର ଲକ୍ଷଣ। ବାରମ୍ୱାର ପରିସ୍ରା ଲାଗିଲେ,ଶରୀରରେ ସୁଗାର୍‌ର ମାତ୍ରା ଅଧିକ ଥିବାର ସୂଚନା ମିଳିଥାଏ। ଯେବେ ସୁଗାର୍‌ର ସ୍ତର ବଢ଼େ, ଏହା ପରିସ୍ରା ଆକାରରେ ବାହାରକୁ ବାହାରିଥାଏ।

କଡ଼ ଲେଉଟାଇବା ବେଳେ ହୃତ୍‌ସ୍ପନ୍ଦନ ବଢ଼ିବା:
ଆପଣ ରାତିରେ ଶୋଇଥିବା ସମୟରେ କଡ଼ ଲେଉଟାଇବା ବେଳେ ଯଦି ଆପଣଙ୍କ ହୃତ୍‌ସ୍ପନ୍ଦନ ଅଧିକ ହେଉଛି, ତେବେ ଏହା ଓଭର୍‌ଆକ୍ଟିଭ୍‌ ଥାଇରଏଡ୍‌ର କାରଣ ହୋଇପାରେ। ଏଭଳି ସମସ୍ୟା ଦେଖାଦେଲେ, ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।

ଅଚାନକ ନିଦ ଭାଙ୍ଗିଯିବା:puspa8ଶୋଇବା ସମୟରେ ଅଚାନକ ନିଦ ଭାଙ୍ଗିବା ଏବଂ ପରେ ଆଉ ନିଦ ନଲାଗିବା ଏକ ମାନସିକ ରୋଗର ଲକ୍ଷଣ। ଏହି ରୋଗ ସମାଜର ପାଖାପାଖି ୩ପ୍ରତିଶତ ଲୋକଙ୍କ ମଧ୍ୟରେ ଦେଖାଯାଇଥାଏ।

ବିଳମ୍ୱରେ ଶୋଇ ଶୀଘ୍ର ଉଠିବା:
ଯଦି ଆପଣ ରାତିରେ ବିଳମ୍ୱରେ ଶୋଉଛନ୍ତି ଏବଂ ସକାଳେ ଶୀଘ୍ର ଉଠି ଯାଉଛନ୍ତି, ତେବେ ଏହା Circadian rhythm disorder କାରଣରୁ ହୋଇଥାଏ। ସକାଳୁ ଶୀଘ୍ର ଉଠିବା ଖରାପ ନୁହେଁ, କିନ୍ତୁ ଆପଣ ଲଗାତର ଅଳ୍ପ ସମୟ ଶୋଇ ଅର୍ଥାତ୍‌ ବିଳମ୍ବରେ ଶୋଇ ଶୀଘ୍ର ଉଠିଲେ, ଭବିଷ୍ୟତରେ ଏହା ଆପଣଙ୍କୁ ଗଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପକାଇବାର ଆଶଙ୍କା ରହିଛି।



from Odisha Reporter https://ift.tt/2DFXE6K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages