
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଭୋଟର୍ମାନେ ସିଧାସଳଖ ଭୋଟ ଦେଇ ଏମାନଙ୍କୁ ଚୟନ କରିବେ। ଗତକାଲି କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ପୂର୍ବରୁ ପରୋକ୍ଷ ଭାବେ ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ନିର୍ବାଚିତ ହେଉଥିଲେ।
ଏପରିକି ଉପାଧ୍ୟକ୍ଷ, ଡେପୁଟି ମେୟର ପଦ ପାଇଁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଏ ସଂକ୍ରାନ୍ତ ଆଇନ ସଂଶୋଧନ ପାଇଁ ଖୁବ୍ଶୀଘ୍ର ବିଧାନସଭାକୁ ଆସିବ ବୋଲି ଜଣାପଡ଼ିଛି। ଏହା ଦ୍ୱାରା ଅଧ୍ୟକ୍ଷ ଓ ମେୟର ନିର୍ବାଚନରେ ସ୍ୱଚ୍ଛତା ଆସିବ ବୋଲି ସରକାର ବିଚାର କରୁଛନ୍ତି।
ସେହିପରି ଓଡ଼ିଆ ଭାଷାକୁ ସରକାରୀ ଭାଷା ମାନ୍ୟତା କ୍ଷେତ୍ରରେ ଦଣ୍ଡବିଧାନ ନେଇ ମଧ୍ୟ ଏକ ସଂଶୋଧନ କରାଯାଇଥିବା ଜଣାପଡ଼ିଛି।ଦଣ୍ଡବିଧାନରେ ଖିଲାପ କଲେ ଉଭୟ ବିଭାଗ ଓ କର୍ମଚାରୀ ବା ଉଭୟଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ହୋଇଥିବା କୁହାଯାଉଛି।
from Odisha Reporter https://ift.tt/2wRW2ke
No comments:
Post a Comment