
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକରୁ ୯୦୦୦ କୋଟି ଟଙ୍କା ଠକି ଫେରାର୍ ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଗତକାଲି ଲଣ୍ଡନର ଓଭାଲ୍ ଷ୍ଟାଡିୟମ୍ରେ ଦେଖିବାକୁ ମିଳିଥିଲା। ସେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ଦେଖିବାକୁ ସେଠାକୁ ଆସିଥିଲେ।
ମାଲ୍ୟା ଧଳା ରଙ୍ଗର ଟ୍ରାଉଜର୍, ବ୍ଲାକ୍ ବ୍ଲେଜର ଓ ଆଖିରେ କଳା ଚଷମା ଲଗାଇ ଷ୍ଟାଡିୟମକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।
ସେ କେବେ ଭାରତ ଫେରିବେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ମାଲ୍ୟା ହସି ହସି କହିଥିଲେ,“ ଜଜ୍ ନିଷ୍ପତ୍ତି ନେବେ, ମୁଁ ଭାରତ ଫେରିବି କି ନାହିଁ।”
ମାଲ୍ୟା ଭାରତରୁ ଫେରାର୍ ହେବା ପରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଆସିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ସେ ୨୦୧୭ ଜୁନ୍ ୧୧ରେ ଆଇସିସି ଚାମ୍ପଅନ୍ସ ଟ୍ରଫି ଦେଖିବାକୁ ଓଭାଲ୍ ଷ୍ଟାଡିୟମ୍କୁ ଆସିଥିଲେ। ହେଲେ ସେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ବେଳେ ତାଙ୍କୁ କିଛି ଦର୍ଶକ ‘ଚୋର..ଚୋର’ କହି ନାରାବାଜି କରିଥିଲେ।
ସୂଚନାଯୋଗ୍ୟ, ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ବ୍ରିଟେନ୍ର ଏକ କୋର୍ଟରେ ଶୁଣାଣି ଚାଲିଛି।
from Odisha Reporter https://ift.tt/2O0zCEd
No comments:
Post a Comment