
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ପକ୍ଷୀଙ୍କ ମଧ୍ୟରେ ସବୁଠୁ ଭୟଙ୍କର ହେଉଛି ଚିଲ। ଚିଲର ଶିକାର ତରିକା ବି ଭାରି ଭୟଙ୍କର। ଚିଲ ଯେତେ ଉପରେ ଉଡ଼ିଲେ ମଧ୍ୟ ତାର ତୀକ୍ଷ୍ମ ନଜରରୁ ଶିକାର ବର୍ତ୍ତି ପାରେ ନାହିଁ। କୁହାଯାଏ ଚିଲ ସବୁଠୁ ଉପରେ ଉଡ଼େ। ଏପରିକି ମେଘ ଉପରେ ଚିଲ ଉଡ଼େ ବୋଲି କୁହାଯାଏ।
ହେଲେ ଖାଦ୍ୟାଭାବ ହେଉ ବା ଜଳବାୟୁ ପରିବର୍ତ୍ତନ ହେଉ ଆଜି ଚିଲ ପକ୍ଷୀ ବିଲୁପ୍ତ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଚିଲକୁ ନେଇ ଆପଣ ଅନେକ ଭିଡିଓ ଦେଖିଥିବେ।
ହେଲେ ଆଜି ଆମେ ଆପଣଙ୍କୁ ଏକ ଆକର୍ଷଣୀୟ ଭିଡିଓ ଦେଖାଇବୁ , ଯେଉଁଥିରେ ଗୋଟିଏ ଶଙ୍ଖ ଚିଲ କେମିତି ଚମତ୍କାର କୌଶଳରେ ପାଣି ଭିତରୁ ମାଛକୁ ଝାମ୍ପି ନେଉଛି । ଯାହାକୁ ଦେଖିଲେ ଆପଣ ଚମକି ପଡ଼ିବେ। ଏହି ଭିଡିଓଟି ୟୁଟ୍ୟୁବ୍ରେ ଉପଲବ୍ଧ। ଏହି ଭିଡିଓଟି ୩,୭୯୩,୪୪୧ଥର ଭ୍ୟୁ ହୋଇସାରିଲାଣି।
from Odisha Reporter https://ift.tt/2xqWSDV
No comments:
Post a Comment