ଖେଳରତ୍ନ ପାଇଁ ବିରାଟ୍‌ ଓ ମୀରାବାଈ ଚାନୁଙ୍କ ନାମ ସୁପାରିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଖେଳରତ୍ନ ପାଇଁ ବିରାଟ୍‌ ଓ ମୀରାବାଈ ଚାନୁଙ୍କ ନାମ ସୁପାରିସ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲିଙ୍କ ନାଁକୁ ଚଳିତ ବର୍ଷ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ୍‌ କରାଯାଇଛି। ବିରାଟ୍‌ଙ୍କ ବ୍ୟତୀତ ଭାର ଉତ୍ତୋଳନକାରୀ ମୀରାବାଈ ଚାନୁଙ୍କ ନାଁକୁ ମଧ୍ୟ ଦେଶର ଏହି ସର୍ବୋଚ୍ଚ ଖେଳ ପୁରସ୍କାର ପାଇଁ ସୁପାରିସ୍‌ କରାଯାଇଛି।

ପୁରସ୍କାର କମିଟର ଜଣେ ସଦସ୍ୟ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପୁରସ୍କାର କମିଟି ପକ୍ଷରୁ ଚଳିତ ବର୍ଷ ଖେଳରତ୍ନ ପୁରସ୍କାର ପାଇଁ ବିରାଟ୍‌ ଓ ମୀରାବାଈ ଚାନୁଙ୍କ ନାଁ କ୍ରୀଡ଼ା ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି।

୨୦୧୬ରେ ଖେଳରତ୍ନ ପୁରସ୍କାର ପାଇବା ତାଲିକାରୁ ବାଦ୍‌ ପଡ଼ିଥିବା ବିରାଟ୍‌ ସୌଭାଗ୍ୟବଶତଃ ଏଥର ସୁଯୋଗ ପାଇଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ୱର ଏକ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ବିରାଟ୍‌ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ଯଦି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଏହି ସୁପାରିସ୍‌କୁ ମଞ୍ଜୁରୀ ଦିଅନ୍ତି, ତା’ହେଲେ ବିରାଟ୍‌ ତୃତୀୟ କ୍ରିକେଟର୍‌ ଭାବେ ଏହି ସମ୍ମାନଜନକ ପୁରସ୍କାର ତାଲିକାରେ ନିଜକୁ ସାମିଲ କରିପାରିବେ। ୧୯୯୭ରେ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକର ଓ ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଏହି ପୁରସ୍କାର ପାଇଥିଲେ।

ଗତ ୩ବର୍ଷ ହେଲା ବିସିସିଆଇ ବିରାଟ୍‌ଙ୍କ ନାଁକୁ ଖେଳରତ୍ନ ପାଇଁ ସୁପାରିସ୍‌ କରିଥିଲେ ହେଁ ଏହାକୁ ମଞ୍ଜୁରୀ ମିଳି ନଥିଲା।

ଗତବର୍ଷ ପୂର୍ବତନ ଭାରତୀୟ ହକି ଷ୍ଟାର ସର୍ଦ୍ଦାର ସିଂହ ଓ ପାରା ଆଥଲେଟ୍‌ ଦେବେନ୍ଦ୍ର ଝାଝରିଆଙ୍କୁ ଖେଳରତ୍ନ ପୁରସ୍କାର ମିଳିଥିଲା।

ଅନ୍ୟପକ୍ଷରେ ମୀରାବାଈ ଚାନୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।



from Odisha Reporter https://ift.tt/2MF6d0D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages