ଯାଞ୍ଚ ହେଉଛି ଇଭିଏମ୍ ଓ ଭିଭିପାଟ୍,ତେଣେ ଚାଲିଛି ସବୁ ଦଳର ନିର୍ବାଚନୀ ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଯାଞ୍ଚ ହେଉଛି ଇଭିଏମ୍ ଓ ଭିଭିପାଟ୍,ତେଣେ ଚାଲିଛି ସବୁ ଦଳର ନିର୍ବାଚନୀ ପ୍ରସ୍ତୁତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଭିଏମ୍ ଓ ଭିଭିପାଟ୍ କେତେ ସୁରକ୍ଷିତ? ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ଲାଗି ନିର୍ବାଚନ କମିଶନ ପ୍ରୟାସ ଆରମ୍ଭ କରିଛନ୍ତି। ତନ୍ନ ତନ୍ନ କରି ଯାଞ୍ଚ ହେଉଛି ଇଭିଏମ୍ ଓ ଭିଭିପ୍ୟାଟ୍। ରାଜନୀତିକ ଦଳଙ୍କ ପ୍ରତିନିଧି, ବିଶେଷଜ୍ଞ ଓ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବାଲଟ୍ ଓ କଣ୍ଟ୍ରୋଲ ୟୁନିଟ୍ ତଥା ଅନ୍ୟାନ୍ୟ ବ୍ୟବସ୍ଥାର ଚେକିଂ କରାଯାଇଛି।

ଢେଙ୍କାନାଳ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଏହି ଯାଞ୍ଚ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଇଭିଏମ୍‌ ଓ ଭିଭିପାଟ୍‌ ଯାଞ୍ଚ ହେବ। ଏହାପରେ ମକ୍ ପୋଲ କରାଯିବ। ଭୋଟ୍ ସହିତ ଭିଭିପାଟ୍ ସ୍ଲିପ୍ ମେଳ ଖାଉଛି ନା ନାହିଁ, ତାର ଅନୁଧ୍ୟାନ ହେବ।

ସେପଟେ ପୋଲିଂ ଷ୍ଟେସନ୍, ମ୍ୟାନପାଓ୍ୱାର, ପୁଲ୍ ମ୍ୟାନେଜମେଣ୍ଟ ଆଦିର ଡାଟାବେସ୍ ପ୍ରସ୍ତୁତ କରି ଆସନ୍ତା ୩୦ ତାରିଖ ସୁଦ୍ଧା ଡ୍ରାଫ୍ଟ ଇଲେକସନ୍‌ ମ୍ୟାନେଜମେଣ୍ଟ ପ୍ଲାନ୍‌ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ

ରାଜନୈତିକ ଦଳର ଫୋକସ୍‌ରେ ରହିଛି ମାଇକ୍ରୋ ଲେଭଲ ମ୍ୟାନେଜମେଣ୍ଟ୍‌ ବା ବୁଥ୍ ପରିଚାଳନା। ‘ମୋ ବୁଥ୍ ସବୁଠୁ ମଜଭୁତ୍’ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାରୁ ଲକ୍ଷ୍ୟ ରଖିଥିବା ବିଜେପି ଏବେ ଟି-୨୦ ଫର୍ମୁଲା ଗ୍ରହଣ କରିଛି। ଜଣେ ଜଣେ କାର୍ଯ୍ୟକର୍ତ୍ତା ଅତିକମ୍‌ରେ ୨୦ଟି ପରିବାରକୁ ଭେଟି ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ପହଞ୍ଚାଇବେ।

ଏପଟେ ଓ୍ୱାର୍ଡ କମିଟି, ହ୍ୱାଟସ୍‌-ଆପ୍ ଗ୍ରୁପ୍ ଓ ହାଉସ ଟ୍ୟାଗିଂ ମାଧ୍ୟମରେ ବିଜେଡି ବି ବୁଥ୍‌ରେ ଭୋଟ୍ ବ୍ୟାଙ୍କ ମଜଭୁତ କରିବାକୁ ପ୍ରୟାସ ଜାରିରଖିଛି।

କଂଗ୍ରେସ ‘ମୋ ବୁଥ୍ ମୋ ଗୌରବ’ କାର୍ଯ୍ୟକ୍ରମ ମାଧ୍ୟମରେ ବୁଥ୍ ଲେଭେଲ୍ ଏଜେଣ୍ଟ ନିଯୁକ୍ତି କରି ଭୋଟରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଯୋଜନା କରିଛି।

କିଏ କଣ କହୁଛନ୍ତି

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି-“ଓଡ଼ିଶାରେ ୩୬୦୦୦ ବୁଥ୍‌ ରହିଛି। ସେଥିରୁ ୨୨୦୦୦ ବୁଥ୍‌ରେ ଆମେ ପହଞ୍ଚି ସାରିଲୁଣି। ବାକି ବୁଥ୍‌ରେ ପହଞ୍ଚିବା ପାଇଁ ଆମେ ଚେଷ୍ଟା କରୁଛୁ।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି-“ବିଜେଡି ୱାର୍ଡ଼ କମିଟି ଓ ହ୍ୱାଟସ୍‌-ଆପ୍ ଗ୍ରୁପ୍ ମାଧ୍ୟମରେ ଭୋଟରଙ୍କ ପାହଞ୍ଚୁଛି। ବିରୋଧୀଙ୍କର କୌଣସି କାର୍ଯ୍ୟକ୍ରମ ବିଜେଡି ଉପରେ କିଛି ପ୍ରଭାବ ପକାଇପାରିବ ନାହିଁ।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି-“କର୍ମୀ ଓ ଭୋଟରଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ପଞ୍ଚାୟତ ସ୍ତରରେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ଲୋକେ ସାମିଲ୍‌ ମଧ୍ୟ ହେଉଛନ୍ତି।”



from Odisha Reporter https://ift.tt/2xk6mBI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages