ଟିମ୍‌ ଇଣ୍ଡିଆ ସହ ତିକ୍ତ-ମଧୁର ସ୍ମୁତିକୁ ମନେ ପକାଇଲେ ୱାସିମ ଆକ୍ରମ: କାହାଣୀ ୩୧ ବର୍ଷ ତଳର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଟିମ୍‌ ଇଣ୍ଡିଆ ସହ ତିକ୍ତ-ମଧୁର ସ୍ମୁତିକୁ ମନେ ପକାଇଲେ ୱାସିମ ଆକ୍ରମ: କାହାଣୀ ୩୧ ବର୍ଷ ତଳର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ୍‌ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌ ସବୁବେଳେ ରୋମାଞ୍ଚକର ହୋଇଥାଏ। ଉଭୟ ଦେଶ ପରସ୍ପରର ପାରମ୍ପିକ ଶତ୍ରୁ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଯେ କୌଣସି ମ୍ୟାଚ୍‌ ଚିତ୍ତାକର୍ଷକ ହୋଇଥାଏ। ମଇଦାନ୍‌ରେ ଉଭୟ ଟିମ୍‌ର ଖେଳାଳି ଯେମିତି ଜୋସ୍‌ରେ ରୁହନ୍ତି ସେମିତି ଦର୍ଶକମାନେ ମଧ୍ୟ ଉତ୍ସାହର ସହ ଖେଳକୁ ଉପଭୋଗ କରନ୍ତି। ଲଢେଇ ଜୋରଦାର ହୁଏ।

ଏସିଆ କପରେ ଅହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହେବା ପୂର୍ବରୁ ୩୧ ବର୍ଷ ତଳର ଅନୁଭୂତିକୁ ମନେ ପକାଇଛନ୍ତି ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ୱାଶିମ୍‌ ଆକ୍ରମ। ତାଙ୍କ ମତରେ ଭାରତ-ପାକିସ୍ତାନ ମ୍ୟାଚ୍‌ ସରିବା ପରେ ମଧ୍ୟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଲଢିବାର ଶକ୍ତି କମି ନଥାଏ।

ଆକ୍ରମ କହିଛନ୍ତି ଯେ, ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ ଚାଲିଥିଲେ ମଇଦାନ୍‌ରେ ଖେଳାଳିମାନେ ସବୁ କିଛି ଭୁଲିଯାଆନ୍ତି। ଲକ୍ଷ୍ୟ କେବଳ ବିଜୟ  ଉପରେ ଥାଏ। ଏକ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ଦୁବାଇରେ ଆୟୋଜିତ ‘ସଲାମ୍‌ କ୍ରିକେଟ୍‌ ମଞ୍ଚ’ରେ ୱାଶିମ୍‌ ଆକ୍ରମ ଯୋଗ ଦେଇ କହିଛନ୍ତି ଯେ, ଟିମ୍‌ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍‌ ଖେଳିବାର ମଜା ଅଲଗା।

ମ୍ୟାଚ୍‌ ବେଳେ କଡ଼ା ଟକର ହୁଏ। ଲଢ଼େଇ ବି ଜୋରଦାର ହୁଏ। ହେଲେ ଖେଳ ସରିଗଲେ ସମସ୍ତେ ଏକାଠି ହୋଇ ପାର୍ଟି କରୁ । ମଉଜ ମସ୍ତିରେ ମାତୁ।

୧୯୮୭ରେ ବେଙ୍ଗାଲୁରୁରେ ହୋଇଥିବା ଏକ୍‌ ମ୍ୟାଚ୍‌ ବିଷୟରେ ମନେ ପକାଇ ସେ କହିଛନ୍ତି ଯେ, ଏହି ସିରିଜ୍‌ ଚାଲିଥିଲା ବେଳେ ଥରେ ଜାଭେଦ୍‌ ମିଆଁଦାଦ୍‌ ଏବଂ ଦିଲ୍ଲୀପ ଭେଙ୍ଗସରକାର ପଡ଼ିଆ ମଝିରେ ମୁହାଁମୁହିଁ ହୋଇଥିଲେ। ଉଭୟେ ତୁ-ତୁ-ମେ-ମେ ହୋଇଥିଲେ। ମ୍ୟାଚ୍‌ ସରିବା ପରେ କିନ୍ତୁ ଉଭୟେ ଗୋଟିଏ ଟେବୁଲରେ ବସି ପାର୍ଟି କରିଥିଲେ।

ସୁନୀଲ ଗାଭାସ୍କରଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ ସେ କହିଥିଲେ ଯେ, ପୂର୍ବରୁ ହୋଲି କେମିତି ଖେଳାଯାଏ ସେ କେବଳ ଟିଭିରେ ଦେଖିଥିଲେ। ହେଲେ ୧୯୮୭ରେ ବେଙ୍ଗାଲୁରୁ ମ୍ୟାଚ୍‌ ପରେ ସେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ସହ ଯେଉଁ ରଙ୍ଗ ଖେଳିଥିଲେ ସେହି ସ୍ମୁତି ଆଜି ବି ତାଜା ହୋଇ ରହିଛି। ସେଦିନ ହିଁ ହୋଲି କେମିତି ମସ୍ତି ଓ ଆନନ୍ଦର ସହିତ ଖେଳାଯାଏ ସେ ଜାଣିବାକୁ ପାଇଲେ ବୋଲି କହିଛନ୍ତି।



from Odisha Reporter https://ift.tt/2OrhpiZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages