
ନୂଆଦିଲ୍ଲୀ: କାର୍ଯ୍ୟକାଳ ପୂରଣ ହେବା ଆଗରୁ ତେଲେଙ୍ଗାନାରେ କ୍ଷମତାସୀନ କେ ଚନ୍ଦ୍ର ଶେଖର ରାଓ(କେସିଆର୍)ଙ୍କ ଟିଆର୍ଏସ୍ ରାଜ୍ୟ ବିଧାନସଭାକୁ ଭାଙ୍ଗିବାକୁ ଯୋଜନା ଆରମ୍ଭ କରିଥିବା ଜଣାପଡ଼ିଛି। ବିଧାନସଭାକୁ ଭାଙ୍ଗି କେସିଆର୍ ଆଗୁଆ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ଚାହୁଁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ ଆସନ୍ତା ଡିସେମ୍ବର ମାସରେ ଅନ୍ୟ ୪ ରାଜ୍ୟ ସହ ତେଲେଙ୍ଗାନ୍ରେ ମଧ୍ୟ ନିର୍ବାଚନ ହେବା ଟିଆର୍ଏସ୍ ଚାହୁଁଛି।
ଆସନ୍ତାକାଲି ଦିନ ୧ଟାରେ ତେଲେଙ୍ଗାନ ସରକାର କ୍ୟାବିନେଟ୍ ବୈଠକ ଡାକିଛନ୍ତି। ଏହି ବୈଠକ ପରେ ଏକ ସାଧାରଣ ସଭାର ଆୟୋଜନ ହେବ। ଟିଆର୍ଏସ୍ ପକ୍ଷରୁ ଏହି ସାଧାରଣ ସଭା ପାଇଁ ରଙ୍ଗାରେଡ୍ଡୀ ଜିଲ୍ଲାରେ ୨ ହଜାର ଏକର ବିଶିଷ୍ଟ ସ୍ଥାନ ଚିହ୍ନଟ ହୋଇଛି।
ଏହି ସଭାରେ କେସିଆର ବିଧାନସଭା ଭାଙ୍ଗିବା ସଂକ୍ରାନ୍ତରେ ଘୋଷଣା କରିପାରନ୍ତି ବୋଲି ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜ୍ୟର ଆଇଟି ମନ୍ତ୍ରୀ ତଥା କେସିଆର୍ଙ୍କ ପୁଅ କେଟିଏସ୍ କହିଛନ୍ତି “ଆସନ୍ତାକାଲି ଆମ ଦଳର ବରିଷ୍ଠ ନେତାମାନେ ବଡ଼ ଘୋଷଣା କରିପାରନ୍ତି। ଏହି ଘୋଷଣା ପରେ ରାଜ୍ୟ ରାଜନୀତି ନିଶ୍ଚିତ ସରଗରମ ହେବ ଏବଂ ସମସ୍ତେ ନିର୍ବାଚନ ମୁହାଁ ହୋଇପାରନ୍ତି।”
ତେବେ ସେ ସିଧାସଳଖ ବିଧାନସଭା ଭଙ୍ଗ କରାଯିବା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।
ତେଲେଙ୍ଗାନାରେ କ୍ଷମତାସୀନ କେସିଆର୍ ସରକାରଙ୍କ କାର୍ଯ୍ୟକାଳ ୨୦୧୯ ମସିହା ମେ ମାସରେ ଶେଷ ହେବ। ନିୟମ ଅନୁସାରେ ୨୦୧୯ ସାଧାରଣ ନିର୍ବାଚନ ସହ ତେଲେଙ୍ଗାନାରେ ମଧ୍ୟ ଭୋଟ୍ ଗ୍ରହଣ ହୋଇଥା।ଏ। କିନ୍ତୁ ଏଥର ସରକାର ଆଗୁଆ ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଏହାବାଦ୍ ସେପ୍ଟମ୍ବର ୨ ହେଉଛି ତେଲାଙ୍ଗାନ ଗଠନର ୪ର୍ଥ ବର୍ଷପୂର୍ତ୍ତି। ତେଣୁ ଆସନ୍ତାକାଲି କେସିଆର୍ ନିଜ ସରକାରଙ୍କ ରିପୋର୍ଟ କାର୍ଡ ଦେଇ ଆଗୁଆ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।
from Odisha Reporter https://ift.tt/2Q0DshY
No comments:
Post a Comment