ରାଜ୍ୟ ସରକାରଙ୍କ ସଫଳତା ବଖାଣିବାକୁ ବଛାହେଲେ ଏଇ ୬ ଓଡ଼ିଆ ଚ୍ୟାନେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ରାଜ୍ୟ ସରକାରଙ୍କ ସଫଳତା ବଖାଣିବାକୁ ବଛାହେଲେ ଏଇ ୬ ଓଡ଼ିଆ ଚ୍ୟାନେଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନିଜ ସଫଳତା ଓ ବିକାଶ ସଂପର୍କରେ ତିଆରି କରିବେ ଛୋଟ ଛୋଟ ଭିଡିଓ ଫିଲ୍ମ। ଆଉ ଏହାର ନିର୍ମାଣ ଦାୟିତ୍ୱ ନେବେ ରାଜ୍ୟର ୬ଟି ଓଡ଼ିଆ ଟିଭି ଚ୍ୟାନେଲ୍‌। ଏହି ୬ଟି ଟିଭି ଚ୍ୟାନେଲ୍‌କୁ ତାଲିକାଭୁକ୍ତ କରିଥିବା ସଂପର୍କରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର କମ୍‌ ସେକ୍ରେଟାରୀ ହେମନ୍ତ ଶର୍ମା ଗତ ୨୯ ତାରିଖରେ ଏ ସଂପର୍କରେ ଏକ ଚିଠି ସବୁ ବିଭାଗର ଆଡିସନାଲ୍ ସେକ୍ରେଟାରୀ, ପ୍ରିନ୍ସିପାଲ୍ ସେକ୍ରେଟାରୀ ଓ କମିଶନର କମ୍ ସେକ୍ରେଟାରୀଙ୍କୁ ପଠାଇ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ ୬ଟି ଓଡ଼ିଆ ଟିଭି ଚ୍ୟାନେଲ୍‌କୁ ସରକାର ଏଥିପାଇଁ ତାଲିକାଭୁକ୍ତ କରିଛନ୍ତି ସେଗୁଡ଼ିକ ହେଲେ- କନକ ଟିଭି, ନ୍ୟୁଜ୍ ୱାର୍ଲଡ ଓଡ଼ିଶା, ଏମ୍‌ବିସି ଟିଭି, ନ୍ୟୁଜ୍-18 ଓଡ଼ିଆ, ଜି-କଳିଙ୍ଗ ଏବଂ କଳିଙ୍ଗ ଟିଭି। ଏହି ଟିଭି ଚ୍ୟାନେଲ୍‌ ଗୁଡ଼ିକ ରାଜ୍ୟ ସରକାରଙ୍କ ସହ ମିଡିଆ ପାର୍ଟନର ଭାବେ କାମ କରିବେ।

ଏମାନଙ୍କ କାମ ହେଲା, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ବାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟର ସଫଳ କାହାଣୀ, ବିଭିନ୍ନ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମ୍‌ ଓ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ୩ ମିନିଟ୍‌ ଅବଧିର ଭିଡିଓ ଡକ୍ୟୁମେଣ୍ଟାରୀ ନିର୍ମାଣ କରିବେ। କେବଳ ନିର୍ମାଣ କରିବେନି, ସେହି ସବୁ ଭିଡିଓ ଡକ୍ୟୁମେଣ୍ଟାରୀକୁ ସଂପୃକ୍ତ ଟିଭି ଚ୍ୟାନେଲ୍‌ଗୁଡ଼ିକ ପ୍ରସାରଣ ମଧ୍ୟ କରିବେ।

ଏହି ତାଲିକାଭୁକ୍ତ ଓଡ଼ିଆ ଟିଭି ଚ୍ୟାନେଲ୍‌ଗୁଡ଼ିକ ସହ ସମନ୍ବୟ ରକ୍ଷା କରିବାକୁ ସବୁ ବିଭାଗ ଜଣେ ଲେଖାଏଁ ନୋଡାଲ୍ ଅଫିସର ନିଯୁକ୍ତ କରିବାକୁ କମିଶନର କମ୍ ସେକ୍ରେଟାରୀ ହେମନ୍ତ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ନୋଡାଲ୍‌ ଅଫିସର ଜଣକ ନିଜ ବିଭାଗର ବିକାଶମୂଳକ କାର୍ଯ୍ୟ ଗୁଡ଼ିକ ସଂପର୍କରେ ସଂପୃକ୍ତ ଟିଭି ଚ୍ୟାନେଲ୍‌ଗୁଡ଼ିକୁ ସମୟକୁ ସମୟ ଜଣେଇବେ।

ସେହିପରି ତାଲିକାଭୁକ୍ତ ଟିଭି ଚ୍ୟାନେଲ୍‌ଗୁଡ଼ିକ ମଧ୍ୟ ନିଜ ପଟରୁ ବିଭିନ୍ନ ବିଭାଗର ବିକାଶମୂଳକ ଯୋଜନା ଉପରେ ଟିଭି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗ ଗୁଡ଼ିକ ସହ ସଂପର୍କରେ ରହିବେ ଓ ଆଲୋଚନା କରିବେ।



from Odisha Reporter https://ift.tt/2Cej3mq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages