ମହିଳାଙ୍କ ମୃତ୍ୟୁର ୧୩ ବର୍ଷ ପରେ ୪୧ ବର୍ଷର ପୂରୁଣା ମାମଲାରେ ମିଳିଲା ନ୍ୟାୟ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ମହିଳାଙ୍କ ମୃତ୍ୟୁର ୧୩ ବର୍ଷ ପରେ ୪୧ ବର୍ଷର ପୂରୁଣା ମାମଲାରେ ମିଳିଲା ନ୍ୟାୟ  

ବାରଣାସୀ: ଆମ ଦେଶର ଆଇନ୍‌ ବ୍ୟବସ୍ଥା କେତେ ସୁଦୃଢ଼ ଆପଣମାନେ ତ ଜାଣିଥିବେ। କେତେବେଳେ ଜଜ୍‌ ନଥିବା ଯୋଗୁ ତ କେବେ ଡେଟ୍‌ ନ ମିଳିବା ଯୋଗୁ କେବେ ପୁଣି ଆଦାଲତର ଲମ୍ବା ପ୍ରକ୍ରିୟା ଯୋଗୁ ଅନେକ କେସ୍ ଦୀର୍ଘସମୟ ଧରି ପଡ଼ି ରହିଥାଏ। ବାରମ୍ବାର ଶୁଣାଣି ପରେ ବି ନ୍ୟାୟ ମିଳି ନଥାଏ। ଆଜି ଆମେ ଆପଣଙ୍କୁ ଉତ୍ତରପ୍ରଦେଶ ସହର ମିର୍ଜାପୁରର ଏମିତି ଏକ କାହାଣୀ ବିଷୟରେ କହିବୁ ଯେଉଁଠି ଏକ ମାମଲା ୪୧ ବର୍ଷ ଧରି ଅଦାଲତରେ ପଡ଼ି ରହିବା ପରେ ଶେଷରେ ମୃତ୍ୟୁ ପରେ ‌ଆବେଦନକାରୀଙ୍କୁ ମିଳିଲା ନ୍ୟାୟ।

ଗଙ୍ଗାଦେବୀ କେବେ ହେଲେ କୌଣସି ଜିନିଷରେ ହାର ମାନନ୍ତି ନାହିଁ। ଯେତେବେଳେ ମିର୍ଜାପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ୧୯୭୫ ମସିହାରେ ତାଙ୍କୁ ଜମି ବିବାଦ ନେଇ ପ୍ରପର୍ଟି ଆଟାଚ୍‌ମେଣ୍ଟର ନୋଟିସ୍‌ ଦେଇଥିଲେ ସେତେବେଳେ ସେ ଏହି ଅନ୍ୟାୟ ବିରୋଧରେ ବିଦ୍ରୋହ କରିଥିଲେ। ସେ ସିଭିଲ ଜଜ୍‌ଙ୍କ ଫଏସଲାର କଡ଼ା ମୁକାବିଲା କରିଥିଲେ। ଦୁଇ ବର୍ଷ ପରେ ୧୯୭୭ରେ ସେ କେସ୍‌ ଜିତିଯାଇଥିଲେ।

ହେଲେ ବୋଧ ହୁଏ ତାଙ୍କ ଭାଗ୍ୟରେ ଏହି ବିଜୟ ଲେଖା ନଥିଲା। କାରଣ କେସ୍‌ର ଟ୍ରାଏଲ ସମୟରେ, ଗଙ୍ଗା ଦେବୀଙ୍କୁ ୩୨୧ଟଙ୍କା କୋର୍ଟ ଫିସ୍‌ ଜମା କରିବାକୁ କୁହାଗଲା, ଯାହାକି ସେ ପୂର୍ବରୁ ଦେଇଦେଇଥିଲେ। କିନ୍ତୁ ସେ ଯେବେ କୋର୍ଟର ଫାଇନାଲ କପି ଆଣିବାକୁ ଗଲେ ଯାହା ତାଙ୍କ ସପକ୍ଷରେ ଥିଲା, କେହିଜଣେ ନୋଟିସ୍‌ କରିଦେଲେ ଯେ ଗଙ୍ଗାଦେବୀ କୋର୍ଟ ଫିସ୍‌ର ରସିଦ୍‌ ଆଟାଚ୍‌ କରିନାହାନ୍ତି। ଏହିଭଳି ଭାବେ କୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହଜି ଯାଇଥିଲା।

ଏବେ ଅଦାଲତ ତାଙ୍କୁ ପୁଣିଥରେ ଏହି ମୂଲ୍ୟ ପୈଠ କରିବାକୁ କହିଲେ। ହେଲେ ଗଙ୍ଗାଦେବୀ ପୁଣିଥରେ ଫିସ୍‌ ଦେବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଫଳରେ ଏହି ମାମଲା ଦୀର୍ଘ ୪୧ ବର୍ଷ ଧରି ଝୁଲି ରହିଲା। ଶେଷରେ ୧୯୭୫ରେ ଦାଏର ହୋଇଥିବା ଏହି ମାମଲାର ୨୦୧୮ ମସିହା ଅଗଷ୍ଟ ୩୧ରେ ମିର୍ଜାପୁର ସିଭିଲ ଜଜ୍‌(ସିନିୟର ଡିଭିଜନ୍) ଲଭଲି ଜୈସ୍‌ୱାଲ୍‌ ଫଏସଲା କରିଥିଲେ। ଏଥର ବି ଫଏସଲା ଗଙ୍ଗାଦେବୀଙ୍କ ସପକ୍ଷରେ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଏତେ ବର୍ଷ ଧରି ଯେଉଁ ଜିତ୍‌ ପାଇଁ ସେ ଲଢ଼ିଥିଲେ, ସେହି ବିଜୟର ଖୁସି ମନାଇବାକୁ ଗଙ୍ଗାଦେବୀ ଆଉ ଏ ଦୁନିଆରେ ନାହାନ୍ତି।  ୨୦୦୫ରେ ତାଙ୍କର ପରଲୋକ ଘଟିଥିଲା।

କ’ଣ ପାଇଁ ୪୨ ବର୍ଷ ଧରି ପଡ଼ିରହିଥିଲା କେସ୍?

ସୂଚନା ଅନୁଯାୟୀ ଗଙ୍ଗାଦେବୀ ୩୨୧ ଟଙ୍କା କୋର୍ଟ ଫିସ୍‌ ଦ୍ୱିତୀୟ ଥର ଦେବାକୁ ଚାହୁଁ ନଥିଲେ। ଏହି ମାମଲା ସହ ଜଡ଼ିତ ଥିବା ଜଣେ ଓକିଲ କହିଛନ୍ତି, ‘ମନେ ରଖିବା ଉଚିତ୍‌ ଯେ ୪ ଦଶକ ପୂର୍ବରୁ ୩୨୧ ଟଙ୍କା ଏକ କମ୍‌ ମୂଲ୍ୟର ରାଶି ନଥିଲା। ସେ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ, ହେଲେ ତାଙ୍କ ଆବେଦନକୁ ସ୍ୱୀକାର କରାଯାଇ ନଥିଲା। ଓଲଟା ତାଙ୍କ ବିରୋଧରେ ‘ନନ୍‌-ପେମେଣ୍ଟ ଅଫ୍ କୋର୍ଟ ଫିସ୍‌’ର କେସ୍‌ ଚାଲିଥିଲା। କେସ୍‌ର ଫାଇଲ୍‌ ୧୧ ଜଣ ଜଜ୍‌ଙ୍କ ପାଖକୁ ଯାଇଥିଲା।’

କିଭଳି ମିଳିଲା ନ୍ୟାୟ?  

ଏହି ମାମଲା ଯେତେବେଳେ ଜଜ୍‌ ଲଭଲି ଜୈସ୍‌ୱାଲ୍‌ଙ୍କ ପାଖରେ ପହଞ୍ଚିଥିଲା ସେ ଏହି କେସ୍‌କୁ ଭଲଭାବେ ଯାଞ୍ଚ କରିଥିଲେ। ଏହି ତାଜା ଯାଞ୍ଚରୁ ଜଣାପଡ଼ିଥିଲା ଯେ କୋର୍ଟର ଫିସ୍‌ ୧୯୭୭ ମସିହା ଏପ୍ରିଲ୍‌ ୯ରେ ଜମା କରିଦିଆ ଯାଇଥିଲା। ଏହା ପରେ ସେ ରାୟ ଶୁଣାଇଥିଲେ ଯେ କୌଣସି ପ୍ରକାରର କୋର୍ଟ ଫିସ୍‌ ପେଣ୍ଡିଂ ନାହିଁ। ସେ କହିଥିଲେ ଯେ କେସ୍ ଫାଇଲ୍‌ରେ କୌଣସି ତ୍ରୁଟି ଯୋଗୁ ଏହି ମାମଲା ଏତେ ଦିନ ପଡ଼ି ରହିଥିଲା।

ଏହା ପରେ ଗଙ୍ଗାଦେବୀଙ୍କ ପରିବାରକୁ ନ୍ୟାୟ ମିଳିଥିଲା। କିନ୍ତୁ ଦୁଃଖର ବିଷୟ ଯେ ଏତେ ବର୍ଷ ପରେ ନ୍ୟାୟ ମିଳିବାର ଖୁସି ମନାଇବାକୁ କୋର୍ଟରୁମ୍‌ରେ ତାଙ୍କ ପରିବାରର କେହି ଉପସ୍ଥିତ ନଥିଲେ। ତାଙ୍କ ପରିବାରକୁ ସପ୍ତାହେ ପରେ ସ୍ପିଡ୍ ପୋଷ୍ଟ ଜରିଆରେ କୋର୍ଟ ରାୟର କପି ପଠାଇ ଦିଆଗଲା।

ଗୋଟେ ପଟେ ସୁପ୍ରିମ୍‌ କୋର୍ଟଙ୍କ ବହୁ ଚର୍ଚ୍ଚିତ ୩୭୭ ଧାରା ଉପରେ ଐତିହାସିକ ରାୟକୁ ସାରା ବିଶ୍ୱ ସ୍ୱାଗତ କରି ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ପ୍ରଶଂସା କରୁଥିବାବେଳେ,ଆଜି ସାମ୍ନାକୁ ଆସିଥିବା ଗଙ୍ଗାଦେବୀଙ୍କ ମାମଲାରୁ ଭାରତୀୟ ନ୍ୟାୟ ବ୍ୟବସ୍ଥାର ଦୁର୍ବଳ ଓ ବର୍ଜ୍ଜନୀୟ ଦିଗଟି ଉଜାଗର ହୋଇଛି।

 



from Odisha Reporter https://ift.tt/2x6TE8w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages