
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଦୁଇ ଦୁଇଥର ମୋତେ ଦୁଷ୍କର୍ମ କରାଯାଇଛି। ଅଫିସ୍ରୁ ନେଇ ଘରେ ଛାଡିଦେବା ବହାନାରେ ଗାଡ଼ି ଭିତରେ ମତେ ଶାରୀରିକ ନିର୍ଯାତନା ଦେବା ପରେ ଜୋରକରି ମୋ ଭଡା ଘରେ ପଶି ମତେ ଦୁଷ୍କର୍ମ କରିଛନ୍ତି ସନ୍ତୋଷ।”
ଏୟାର ଓଡ଼ିଶା ଡାଇରେକ୍ଟର(ଅପରେସନ୍)ଙ୍କ ନାମରେ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବଙ୍ଗୀୟ ମହିଳା। ମହିଳା ଜଣକ ୨୦୧୮ ଜୁଲାଇ ୨ରେ ସିକ୍ୟୁରିଟି ସୁପର ଭାଇଜର ଭାବେ ଏହି କମ୍ପାନୀରେ ନିଯୁକ୍ତି ପାଇଥିଲେ।
ପୀଡିତାଙ୍କ କହିବା ମୁତାବକ, “୧୦ ଅଗଷ୍ଟରେ ମୋତେ ଘରେ ଛାଡି ଦେବାକୁ କହି ଜବରଦସ୍ତ ଅଫିସ ଗାଡିରେ ବସିବାକୁ କହିଥିଲେ ସନ୍ତୋଷ। ମୁଁ ଗାଡିରେ ବସିବା ପରେ ଏକ ମଦ ଦୋକାନ ପାଖେ ଅଟକି ଥିଲା ତାଙ୍କ କାର୍। ସେଠି ମଦ କିଣି ଗାଡି ଭିତରେ ବସି ମଦ ପିଇବା ବେଳେ ମୋତେ ବି ସେ ଡିଙ୍କସ୍ କରିବାକୁ କହିଥିଲେ। ମୁଁ ମନା କରିବାକୁ ମୋତେ କୋଲ୍ଡ ଡିଙ୍ଗ୍ସ ଅଫର କଲେ। ଏହି କୋଲ୍ଡ ଡ୍ରିଙ୍କସ୍ରେ କିଛି ନିଶା ମିଶିଥିଲା। ଗାଡ଼ି ଭିତରେ ମୋ ସହ ଅସଦାଚରଣ କରାଯାଇଥିଲା ଆଉ ପରେ ମୁଁ ଭଡା ରହୁଥିବା ଘରେ ପଶି ମୋତେ ସେ ଦୁଷ୍କର୍ମ କରିଥିଲେ।
ପରଦିନ ମୁଁ ଅଫିସ୍ ଯାଇ ଶିଘ୍ର ଫେରି ଆସିଥିଲି। ହେଲେ ତା ପରଦିନ ପୁଣି ଥରେ ସନ୍ତୋଷଙ୍କ ପଶୁ ପ୍ରବୃତ୍ତି ଜାଗ୍ରତ ହୋଇଥିଲା। ହେଲେ ଏଥର ସେ ଏକା ନ ଥିଲେ। ତାଙ୍କ ସାଙ୍ଗ ସନ୍ତୋଷ ଜାଲି ମଧ୍ୟ ତାଙ୍କ ସାଥିରେ ଥିଲେ। ଦୁହେଁ ଖଣ୍ଡଗିରି ଏକ ମଦ ଦୋକାନରୁ ମଦ କିଣିଲେ । ହେଲେ ଏଥର ଗାଡ଼ିରେ ବସି ପିଇ ନ ଥିଲେ।
କିନ୍ତୁ ମତେ ଜବରଦସ୍ତ ସନ୍ତୋଷ ଜାଲିଙ୍କ ଘରକୁ ନେଇଗଲେ। ସେଠି ମତେ ଦୁଷର୍ମ କଲେ।”
ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି ପୀଡିତା। ପ୍ରଥମେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ବେଳେ କ୍ୟାପିଟାଲ ଥାନାରେ ୧୬୧ ଧାରାରେ ତାଙ୍କ ବୟାନ ଭିଡିଓ ରେକର୍ଡିଂ ହୋଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଏୟାର ଓଡ଼ିଶା ସେୟାର ବିବାଦକୁ ନେଇ ଖଣ୍ଡଗିରି ପୁଲିସ ଦ୍ୱାରା ସନ୍ତୋଷ ଗିରଫ ହୋଇଥିଲେ। ଏବେ ଦୁଷ୍କର୍ମ ଅଭିଯୋଗ ପରେ ତାଙ୍କ ପାଇଁ ଅଡୁଆ ବଢିଛି। ଏପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଖୋଳତାଡ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ।
from Odisha Reporter https://ift.tt/2MLDdoa
No comments:
Post a Comment