
ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡ଼ିରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ମହିଳା ଜଣକ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ ଆରିଛନ୍ତି। ମୃତ ମହିଳା ଜଣକ ହେଲେ କବିତା ଦତ୍ତ।
ମଙ୍ଗଳବାର ରାତିରେ କବିତାଙ୍କ ସ୍ୱାମୀ ଭାଗବତ ବ୍ରହ୍ମପୁର ଯାଇଥିଲେ। ରାତି ୨ଟା ସମୟରେ ଗ୍ରାମବାସୀଙ୍କଠାରୁ ଖବର ପାଇ ଘରକୁ ଫେରିଥିଲେ।
ହେଲେ ପତ୍ନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତେବେ ଘରର ଆଜବେସଟ୍ସ ଛାତ ଭାଙ୍ଗି ଥିବାରୁ ତାଙ୍କୁ କେହି ହତ୍ୟା କରି ଓହଳାଇ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଭାଗବତ।
ସେପଟେ ଖବର ପାଇ କଣାସ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ସ୍ୱାମୀ ଭାଗବତ ଓ ତାଙ୍କ ୧୦ ବର୍ଷର ପୁଅକୁ ପଚରାଉଚରା କରିବା ସହ ଗ୍ରାମର ଅନ୍ୟ ଲୋକଙ୍କୁ ମଧ୍ୟ ଜେରା କରିଛି ପୁଲିସ।
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
from Odisha Reporter https://ift.tt/2pl6L2o
No comments:
Post a Comment