ଜିଏସ୍‌ଟି ଲାଗିଲେ ଅଧାଦରରେ ମିଳିବ ପେଟ୍ରୋଲ, ହେଲେ କାହିଁକି ରାଜି ହେଉ ନାହାନ୍ତି ସରକାର ? ପଢ଼ନ୍ତୁ ପୂରା ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଜିଏସ୍‌ଟି ଲାଗିଲେ ଅଧାଦରରେ ମିଳିବ ପେଟ୍ରୋଲ, ହେଲେ କାହିଁକି ରାଜି ହେଉ ନାହାନ୍ତି ସରକାର ? ପଢ଼ନ୍ତୁ ପୂରା ରହସ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହେଉଛି। ଯେଉଁଭଳି ଭାବେ ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି ତାହା ଉପଭୋକ୍ତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ପ୍ରତିଦିନ ତେଲ ଦର ବୃଦ୍ଧି ହେଉଛି। ଆଜି ବି ପେଟ୍ରୋଲ ଲିଟର୍‌ ପିଛା ଦର ୧୫ ପଇସା ବଢ଼ିଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୦.୯୩ ଟଙ୍କା ଓ ଡିଜେଲ୍‌ ଲିଟର୍‌ ପିଛା ୭୯.୨୦ ଟଙ୍କା ରହିଛି। ହେଲେ ତେଲ ଦରକୁ ନିୟନ୍ତ୍ରଣ ପାଇଁ ଏହା  ଉପରେ ଜିଏସ୍‌ଟି ଲାଗୁ ପାଇଁ  ବିଚାର କରାଯାଉଥିଲେ ମଧ୍ୟ ତାହା ଲାଗୁ କରାଯାଉ ନାହିଁ। ଯଦି ତେଲ ଉପରେ ଜିଏସ୍‌ଟି ଲାଗୁ ହୁଏ ବର୍ତ୍ତମାନ ଥିବା ଦରରୁ ପ୍ରାୟ ୫୦ ପ୍ରତିଶତ କମ୍‌ ହୋଇଯିବ।

କିନ୍ତୁ ତେଲକୁ କାହିଁକି ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ ଆସନ୍ତୁ ଜାଣିବା।

ସରକାର ଗୋଟିଏ ଦ୍ରବ୍ୟ ଉପରେ ଲାଗୁ ହେଉଥିବା ଟିକସକୁ ସରଳୀକରଣ ପାଇଁ ଜିଏସ୍‌ଟି ପ୍ରଚଳନ କରିଥିଲେ। ଏହି ଟିକସ୍‌କୁ ୪ଟି ସ୍ଲାବ୍‌ରେ ସୀମିତ ରଖିଥିଲେ ସରକାର। ତାହା ହେଉଛି ୫% ,୧୨%,୧୮% ଏବଂ ୨୮% । କୌଣସି ଦ୍ରବ୍ୟ ଉପରେ ସର୍ବନିମ୍ନ ଟିକସର ହାର ୫% ଥିବା ବେଳେ ସର୍ବାଧିକ ହେଉଛି ୨୮% ।

ସେହି ହିସାବରେ ଯଦି ସରକାର ପେଟ୍ରୋଲ ଉପରେ ଜିଏସ୍‌ଟି ଲାଗୁ କରନ୍ତି ତେବେ ସର୍ବନିମ୍ନ ୧୨ ପ୍ରତିଶତ ତଳକୁ  ଖସିବେ ନାହିଁ। କାରଣ ସରକାର କ୍ଷତି ସହିବେ ନାହିଁ।  ସେହି ଅନୁଯାୟୀ ପେଟ୍ରୋଲ ଲିଟର ଉପରେ ଯଦି ୧୨ପ୍ରତିଶତ ଜିଏସ୍‌ଟି ଲାଗୁ ହୁଏ ତେବେ ତେଲ ଦର ଲିଟର ପ୍ରତି ପ୍ରାୟ ୪୦ ଟଙ୍କାକୁ ଖସିଆସିବ।

୧୮ ପ୍ରତିଶତ ଲାଗୁ ହେଲେ  ପେଟ୍ରୋଲ ଲିଟର ୪୨ ଟଙ୍କାକୁ ଖସିଆସିବ।  ଯଦି ସର୍ବାଧିକ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ  ହୁଏ ପେଟ୍ରୋଲ ଲିଟର ପ୍ରତି ୫୦ରୁ ୫୨ ଟଙ୍କାରେ ସୀମିତ ରହିବ।

ତୈଳ ଉପରେ  ଦୁଇଟି ଟ୍ୟାକ୍ସ ଲାଗୁ ହୁଏ ।ପ୍ରଥମଟି କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଦ୍ୱିତୀୟଟି ରାଜ୍ୟ ଭାଟ୍‌। ଏହି ଦୁଇଟି ଟ୍ୟାକ୍ସ ମିଶି ପାଖାପାଖି ୫୦ରୁ ୭୦ ପ୍ରତିଶତ ଟ୍ୟାକ୍ସ ହୋଇଯାଉଛି।

ତେଣୁ ଜିଏସ୍‌ଟି ସର୍ବାଧିକ ୨୮ ପ୍ରତିଶତରେ ସୀମିତ ଥିବା ବେଳେ ପେଟ୍ରୋଲ ଉପରେ ଲାଗୁ ହେଉଥିବା କର ୫୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଛୁଇଁ ଯାଉଛି। ତାହା ପୁଣି ରାଜ୍ୟରୁ ରାଜ୍ୟ ମଧ୍ୟରେ ତାରତମ୍ୟ ରହୁଛି । ଏକ ଆକଳନରୁ  ଜଣାପଡ଼ିଛି ଯେ, ସରକାର ପ୍ରତି ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୩ରୁ ୪ ଲକ୍ଷ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି।

ଯଦି ସରକାର ଏହା ଉପରେ ଜିଏସ୍‌ଟି ଲାଗୁ କରନ୍ତି ତେବେ ସରକାରଙ୍କ ଏକ ମୁଖ୍ୟ ରାଜସ୍ୱ ଆୟକାରୀ ଉତ୍ସ ଉପରେ ପ୍ରଭାବ ପଡ଼ିବ। ବିଶେଷ କରି ରାଜ୍ୟ ସରକାରମାନେ ଅଧିକ କ୍ଷତି ସହିବେ। ଅନ୍ୟପଟେ ପେଟ୍ରୋଲ ଏବଂ ଜିଏସ୍‌ଟି ଉପରେ ଜିଏସ୍‌ଟି ଲାଗୁ ନେଇ ରାଜ୍ୟ ସରକାରମାନେ ଅରାଜି ଥିବା ଖୋଦ୍ ଅର୍ଥମନ୍ତ୍ରୀ ତଥା ଜିଏସ୍‌ଟି ପରିଷଦର ଅଧ୍ୟକ୍ଷ  ଅରୁଣ ଜେଟ୍‌ଲୀ କହିଥିଲେ। ଖାସ୍‌ ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରୁ ନାହାନ୍ତି ସରକାର।



from Odisha Reporter https://ift.tt/2MGbLrF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages