
ଆବଶ୍ୟକ ସାମଗ୍ରୀ: କ୍ଷୀର, ମିଲ୍କ ପାଉଡର, ଇଲାଇଚି, ପିସ୍ତାବାଦାମ୍ ଓ ଚିନି
ପ୍ରସ୍ତୁତି ପ୍ରଣାଳୀ: ପେଡ଼ା ତିଆରି କରିବା ପାଇଁ ପ୍ରଥମେ ଖୁଆ ପସ୍ତୁତ କରନ୍ତୁ। ଖୁଆ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ କ୍ଷୀର ଢାଳନ୍ତୁ। ତା’ପରେ ସେଥିରେ ଗୁଆ ଘିଅ ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଅଳ୍ପ ଆଞ୍ଚରେ କ୍ଷୀରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ।
କ୍ଷୀର ଫୁଟି ବହଳ ହୋଇଗଲେ ସେଥିରେ ଚିନି, ଇଲାଇଚି ପାଉଡର ପକାଇ ତାକୁ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ମିଲ୍କ ପାଉଡର ପକାଇ ଭଲ କି ଗୋଳାଇ ଦିଅନ୍ତୁ। ଭଲ କି ଗୋଳାଇବେ, ନହେଲେ ମିଲ୍କ ପାଉଡର ବିଣ୍ଡା ହୋଇଯାଇପାରେ।
କ୍ଷୀରରେ ମିଲ୍କ ପାଉଡର ଭଲ ଭାବେ ମିଶି ବହଳିଆ ହୋଇଯିବା ପରେ ପ୍ରସ୍ତୁତ ହୋଇଗଲା ଖୁଆ। ତା’ପରେ ତାକୁ ଚୁଲିରୁ ଓହ୍ଲାଇ ଦେଇ ଟିକେ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।
ଏହା ପରେ ପାପୁଲିରେ ଘିଅ ଲଗାଇ ସେହି ଖୁଆକୁ ଆଣି ଗୋଲ ଗୋଲ କରି ଦିଅନ୍ତୁ। ତା’ପରେ ନିଜ ଇଛା ମୁତାବକ ଆପଣ ଏହାକୁ ଯେକୌଣସି ଆକାର ଦେଇ ପାରିବେ।
ଏହା ଉପରେ ଆପଣ ପିସ୍ତା ବାଦାମ୍ କିମ୍ବା ନିଜ ପସନ୍ଦ ମୁତାବକ ଯେକୌଣସି ଡ୍ରାଇ ଫ୍ରୁଟ୍ ରଖିପାରିବେ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପେଡ଼ା।
from Odisha Reporter https://ift.tt/2oxIi9S
No comments:
Post a Comment