
ଆନନ୍ଦପୁର(ମୁନା ସିଂ): ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।
ରେମ୍ଭାଳ, କୁଶେଇ ଓ ଘାଗରା ନଦୀରେ ବନ୍ୟା ଆସିଛି। ଫଳରେ ଆନନ୍ଦପୁର ଓ ଘଷିପୁରା ବ୍ଳକ୍ର ମୋଗିନ୍ଦା, ଗାଳବଣୀ, କଣ୍ଟିପାଳ, ତରତରା, ଦଉଡ଼ିପାଳ, ପଞ୍ଚୁପୁଲି, ଦଳସୁଆଁ, ତରିମୂଳ, ବଳରାମପୁର,ବେଳବାହାଳି ଓ ଖଲଗା ଆଦି ଅନେକ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।
ସେହିପରି ଶାଳ ବଣି ଓ କଣ୍ଟିପାଳ ପଞ୍ଚାୟତର ଅନେକ ବନ୍ଧରେ ଘାଇ ସୃଷ୍ଟି ହୋଇଛି। ତେଣୁ ଅନେକ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଅନେକ ଜମିରେ ବାଲି ଚରି ଯାଇଛି।
କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି।
from Odisha Reporter https://ift.tt/2PoiAQq
No comments:
Post a Comment