୧୯ ଦିନ ପରେ ଅନଶନ ଭାଙ୍ଗିଲେ ହାର୍ଦ୍ଦିକ ପଟେଲ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

୧୯ ଦିନ ପରେ ଅନଶନ ଭାଙ୍ଗିଲେ ହାର୍ଦ୍ଦିକ ପଟେଲ 

ଅହମଦାବାଦ: ପଟିଦାର ସଂପ୍ରଦାୟଙ୍କ ପାଇଁ ସଂରକ୍ଷଣ ଓ କୃଷକଙ୍କ ଋଣ ଛାଡ଼ ଦାବିରେ ୧୯ ଦିନ ହେଲା ଆମରଣ ଅନଶନ କରୁଥିବା ହାର୍ଦ୍ଦିକ ପଟେଲ୍‌ ଆଜି ଶେଷରେ ଏହାକୁ ଭାଙ୍ଗିଛନ୍ତି। 
ହାର୍ଦ୍ଦିକ ୧୯ ଦିନ ହେଲା କିଛି ନ ଖାଇ ପିଇ ଆନ୍ଦୋଳନ କରୁଥିଲେ ହେଁ ତାଙ୍କ ସହ ଗୁଜରାଟ୍‌ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଆଲୋଚନା ହୋଇନାହିଁ।
ଉପବାସ ହେତୁ ହାର୍ଦ୍ଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ତେଣୁ ଆଜି ପଟିଦାର ସଂପ୍ରଦାୟର ନେତା ନରେଶ ପଟେଲ୍‌ ଓ ସିକେ ପଟେଲ୍‌ ହାର୍ଦ୍ଦିକଙ୍କୁ ବୁଝାସୁଝା କରି ଲେମ୍ବୁ ପାଣି ପିଆଇ ଅନଶନ ଭଙ୍ଗ କରିଛନ୍ତି। ଲେମ୍ବୁପାଣି ପିଇବା ପରେ ହାର୍ଦ୍ଦିକ କହିଛନ୍ତି, ପଟିଦାର ଓ କୃଷକଙ୍କ ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି, ତାହା ଆଗକୁ ମଧ୍ୟ ଜାରି ରହିବ।
ଅଗଷ୍ଟ ୨୫ରେ ହାର୍ଦ୍ଦିକ ଅହମଦାବାଦଠାରେ ଥିବା ତାଙ୍କ ଘର ନିକଟରେ ଅନଶନ ଆରମ୍ଭ କରିଥିଲେ। ଗୁଜରାଟ କୃଷକଙ୍କ ଋଣ ଛାଡ଼ ଏବଂ ଓବିସି ଶ୍ରେଣୀରେ ପଟିଦାର ସଂପ୍ରଦାୟକୁ ସାମିଲ କରି ସଂରକ୍ଷଣ ଦେବା ଦାବିରେ ସେ ଏହି ଅନଶନ ଆରମ୍ଭ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଦେଶଦ୍ରୋଦ ମାମଲାରେ ଗିରଫ ହୋଇଥିବା ଅଳ୍ପେଶ କଠେରିଆକୁ ପୁଲିସ୍‌ ମୁକ୍ତ କରୁ ବୋଲି ମଧ୍ୟ ହାର୍ଦ୍ଦିକ ଦାବି କରିଥିଲେ।
ଅନଶନର ୧୪ ତମ ଦିନରେ ହାର୍ଦ୍ଦିକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଦୁଇଦିନ ରହିବା ପରେ ପୁଣିଥରେ ଅନଶନ ଆରମ୍ଭ କରିଥିଲେ ହାର୍ଦ୍ଦିକ।


from Odisha Reporter https://ift.tt/2x92Ol5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages