
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ସଦ୍ୟ ସମାପ୍ତ ୧୮ତମ ଏସିଆନ୍ ଗେମ୍ସରେ ଇତିହାସରଚି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଯୁବ ବକ୍ସର ଅମିତ ପଙ୍ଘଲ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ସେ ଏସିଆନ୍ ଗେମ୍ସ୍ର ଫାଇନାଲ୍ରେ ଅଲମ୍ପିକ୍ସ ବିଜେତା ତଥା ଉଜ୍ବେକିସ୍ତାନର ବକ୍ସର ହାସନ୍ବୟ ଦୁସମାଟୋଭଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଆଜି ବକ୍ସିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ତାଙ୍କ ନାଁକୁ ସୁପାରିସ୍ କରାଯାଇଛି।

ଅମିତ କହିଛନ୍ତି, “ ମୋତେ ଅର୍ଜୁନ୍ ପୁରସ୍କାର ପାଇଁ ମନୋନୀତ କରାଯିବା ଏକ ଗର୍ବର ବିଷୟ। ମୁଁ ଏବେ କେତେ ଖୁସି, ସେ କଥା କେବଳ ମୁଁ ହିଁ ଜାଣିଛି। ମୋ ପଦକ
ସବୁବେଳେ ମୋ କଥା କୁହେ ଏବଂ ଏଭଳି ମେଡାଲ୍ କଥା କହୁ ବୋଲି ମୁଁ ସବୁବେଳେ ଚାହେଁ।” ଏହା ପୂର୍ବରୁ ଅମିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ
from Odisha Reporter https://ift.tt/2Qoyg7G
No comments:
Post a Comment