
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ମୁସଲିମ କଲଚୁରାଲ୍ ସଂଘ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ସଂଘର ପ୍ରୟାସରେ ୩ ଯୋଡା ହିନ୍ଦୁ ଓ ୯ ଯୋଡା ମୁସଲିମ ସମ୍ପ୍ରଦାୟର ବରକନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏମାନେ ସମସ୍ତେ ଗରିବ ପରିବାରର ହୋଇଥିବାରୁ ସଂଘ ପକ୍ଷରୁ ବିବାହର ସମସ୍ତ ଖର୍ଚ୍ଚ କରାଯାଇଛି।
ବରକନ୍ୟାକୁ ଆବଶ୍ୟକ ଅନୁଯାୟୀ ଜିନିଷପତ୍ର ମଧ୍ୟ ଦିଆଯାଇଛି। ଏହି ଅବସରରେ ହିନ୍ଦୁ ଓ ମୁସଲିମ ମଧ୍ୟରେ ଭାଇଚାରା ଦେଖିବାକୁ ମିଳିଥିଲା। ସଂଘ ପକ୍ଷରୁ ବନ୍ଧୁ ନିମନ୍ତ୍ରଣ ସହ ସାଜସଜ୍ଜା ଆଦି ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା।
ହିନ୍ଦୁ ପୁଅଝିଅଙ୍କ ବିବାହ ହିନ୍ଦୁ ରୀତିନୀତିରେ ହୋଇଥିବା ବେଳେ ଇସଲାମ ଧର୍ମାବଲମ୍ବୀଙ୍କର ତାଙ୍କ ରୀତିନୀତିରେ ହୋଇଥିଲା।
ଏଥିରେ ଡିଆଇଜି ଆଶିଷ ସିଂଙ୍କ ସମେତ, ଜିଲ୍ଲାପାଳ, ଗଞ୍ଜାମ ଏସ୍ପି, ବ୍ରହ୍ମପୁର ବିଧାୟକ ପ୍ରମୁଖ ଯୋଗଦେଇଥିଲେ।
from Odisha Reporter https://ift.tt/2pvmnjU
No comments:
Post a Comment