ନବୀନଙ୍କୁ ଚିଠିରେ ହତ୍ୟା ଧମକ; ଯାଞ୍ଚରେ ଲାଗିପଡ଼ିଲେ ଦୁଇ ରାଜ୍ୟ ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ନବୀନଙ୍କୁ ଚିଠିରେ ହତ୍ୟା ଧମକ; ଯାଞ୍ଚରେ ଲାଗିପଡ଼ିଲେ ଦୁଇ ରାଜ୍ୟ ପୁଲିସ

bilaspur-central-jain

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିରେ ହତ୍ୟା ଧମକ ଆସିଛି। ପଡ଼ୋଶୀ ଛତିଶଗଡ଼ର ବିଳାସପୁର ଜେଲ୍‌ରେ ଥିବା ଏକ କଏଦୀଠାରୁ ଏହି ଧମକପୂର୍ଣ୍ଣ ଚିଠି ଆସିବା ପରେ ଖୋଳତାଡ ଆରମ୍ଭ ହୋଇଛି। ଏ ନେଇ ପ୍ରତିକ୍ରିୟା ପ୍ରକାଶ ରଖିଛନ୍ତି ଇନ୍‌ଚାର୍ଜ ଡିଜି ସନ୍ତୋଷ ଉପାଧ୍ୟାୟ।

ସେ କହିଛନ୍ତି,“ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି। ଏନେଇ ଛତିଶଗଡ଼ ପୁଲିସ ସହ ଯୋଗାଯୋଗ କରାଯାଉଛି। ଦୁଇ ରାଜ୍ୟ ମିଳିତ ଭାବେ ଘଟଣାର ଯାଞ୍ଚ କରୁଛନ୍ତି। ସଂପୃକ୍ତ କଏଦୀର ମାନସିକ ସ୍ଥିତିର ମଧ୍ୟ ଯାଞ୍ଚ କରାଯିବ।”

ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ବିଳାସପୁର ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀଙ୍କ ହତ୍ୟା ଧମକ ଥିବା ଚିଠିକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଚିଠିରେ କଏଦୀ ଜଣକ ନବୀନଙ୍କଠାରୁ ୫୦ କୋଟି ଟଙ୍କା ଦାବି କରିଥିଲା।

ଏନେଇ ବିଳାସପୁର ଏସ୍‌ପି ଆରିଫ ଶେଖ କହିଛନ୍ତି-“କଏଦୀ ଜଣକ ହେଉଛି ୪୦ ବର୍ଷୀୟ ପୁଷ୍ପେନ୍ଦ୍ର ନାଥ ଚୌହାନ। ସେ ବହୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ସଜା କାଟୁଛି। ୨୦୦୯ରୁ ସେ ବିଳାସପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଭାବେ ରହିଛି।

ପୂର୍ବରୁ ବି ପୁଷ୍ପେନ୍ଦ୍ର ଅନେକ ଲୋକଙ୍କୁ ଏମିତି ଚିଠିରେ ଧମକ ଦେଇଛି। ବହୁ ମନ୍ତ୍ରୀ, ଅଫିସରଙ୍କ ସହ ଜଜଙ୍କୁ ବି ସେ ଧମକ ଦେଇଛି। ତାକୁ ପଚରାଉଚରା ପରେ ସେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ନବୀନଙ୍କୁ ଏମିତି ଧମକପୂର୍ଣ୍ଣ ଚିଠି ଲେଖିଥିବା ସ୍ୱୀକାର କରିଛି। ପଚରାଉଚରା ବେଳେ ପୁଷ୍ପେନ୍ଦ୍ର ମାନସିକ ବିକାରଗ୍ରସ୍ତ ଥିବା ଜଣାପଡୁଛି। ଏହା ପୁଷ୍ପେନ୍ଦ୍ରର ପୁରୁଣା ଧନ୍ଦା।”

ପୂର୍ବରୁ ମଧ୍ୟ ପୁଷ୍ପେନ୍ଦ୍ର ଓଡ଼ିଶାର ଜଣେ ଜିଲ୍ଲାପାଳଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଲେଖିଥିଲା।



from Odisha Reporter https://ift.tt/2PuQvXC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages