
ୱାଶିଂଟନ୍:ଟେନିସ୍ ଇତିହାସରେ ଆଜି ଏକ ଅପ୍ରତ୍ୟାଶିତ ବଡ଼ ବିପର୍ଯ୍ୟୟ ଘଟିଛି। ୨୦ ଥର ଗ୍ରାଣ୍ଡ ସ୍ଲାମ୍ ଚାମ୍ପିୟନ ଓ ୫ଥର ୟୁଏସ୍ (ଆମେରିକା) ଓପନ୍ ଜିତିଥିବା ବିଶ୍ୱର ୨ ନଂ ଟେନିସ୍ ତାରକା ରୋଜର୍ ଫେଡରର୍ ପ୍ରଥମଥର ପାଇଁ କୌଣସି ଏକ ବଡ଼ ଟୁର୍ଣ୍ଣାମେଣ୍ଟ୍ର ରାଉଣ୍ଡ ୧୬ରୁ ବିଦାୟ ନେଇଛନ୍ତି।
ଆମେରିକା ଓପନର୍ ରାଉଣ୍ଡ ୧୬ର ଏକ ମୁକାବିଲାରେ ଫେଡର୍ରଙ୍କୁ ବିଶ୍ୱର ୫୫ ତମ ରାଙ୍କର ଟେନିସ୍ ଖେଳାଳି ତଥା ଅଷ୍ଟ୍ରେଲିଆ ତାରକା ଜନ୍ ମିଲ୍ଲାମାନ୍ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଦେଇଛନ୍ତି। ଆମେରିକା ଓପନ୍ ଟ୍ରଫି ଜିତିବାର ପ୍ରବଳ ଦାବିଦାର ଫେଡରର୍ଙ୍କୁ ଜନ୍ ୩-୬, ୭-୫,୭-୬ ଓ ୭-୬ ସେଟ୍ରେ ପରାସ୍ତ କରିଛନ୍ତି।

ଆଜିର ମ୍ୟାଚ୍ରେ ଫେଡର୍ର ପ୍ରଥମ ସେଟ୍ଟିକୁ ୬-୩ରେ ଜିତି ନେଇଥିଲେ। ଏପରି କି ଦ୍ୱିତୀୟ ସେଟ୍ରେ ମଧ୍ୟ ଲିଡ୍ ନିଜ ପାଖରେ ରଖିଥିଲେ। କିନ୍ତୁ ଜନ୍ ଚତ୍କାର କମ୍ବ୍ୟାକ୍ କରି ଫେଡର୍ରଙ୍କ ହାତରୁ ଏହାକୁ ଛଡ଼ାଇ ନେଇଥିଲେ। ଏହାପରେ ଜନ୍ ଦୁଇଟି ସେଟ୍ ୬-୭ ଓ ୬-୭ରେ ମ୍ୟାଚ୍ ଜିତିଯାଇ ଥିଲେ।
ଏଭଳି ଅପ୍ରତ୍ୟାଶିତ ପରାଜୟ ପରେ ସ୍ୱିଜରଲ୍ୟାଣ୍ଡର ୩୭ ବର୍ଷୀୟ ଟେନିସ୍ ତାରକା ଫେଡର୍ର କହିଛନ୍ତି, ମ୍ୟାଚ୍ ବେଳେ ସେ ଅଣନିଃଶ୍ୱାସୀ ଅନୁଭବ କରିଥିଲେ। ଅଧିକ ଝାଳ ବୋହିବାରୁ ମ୍ୟାଚ୍ ଉପରେ ସେ ଫୋକସ୍ କରିପାରି ନଥିଲେ। ଫଳରେ ତାଙ୍କୁ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ସେ କହିଛନ୍ତି।

from Odisha Reporter https://ift.tt/2Ceb6Os
No comments:
Post a Comment