ଯେଉଁ ବିଦେଶୀ କମ୍ପାନୀଠାରୁ ସେଦିନ ଅପମାନ ପାଇ ଫେରି ଆସିଥିଲେ ରତନ ଟାଟା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଯେଉଁ ବିଦେଶୀ କମ୍ପାନୀଠାରୁ ସେଦିନ ଅପମାନ ପାଇ ଫେରି ଆସିଥିଲେ ରତନ ଟାଟା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲିଶରେ ଗୋଟେ କଥା ଅଛି success is the best revenge। ଏହାର ଅର୍ଥ ସଫଳତା ହେଉଛି ପ୍ରତିଶୋଧର ବଡ଼ ଅସ୍ତ୍ର। ଆମେ ଆଜି ଦେଶର ସେମିତି ଜଣେ ପ୍ରତିଷ୍ଟିତ ତଥା ମହାନ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ  ସେହି ସଫଳତାକୁ ମାଧ୍ୟମ କରି ନିଜ ଅପମାନର ପ୍ରତିଶୋଧ ନେଇଥିଲେ।

ଆଉ ସେ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା।
ରତନ ଟାଟାଙ୍କ ଜନ୍ମ ୧୯୩୭ ମୁମ୍ବାଇରେ ହୋଇଥିଲା।

ସେ ଟାଟା ଗ୍ରୁପ‌ର ପ୍ରତିଷ୍ଠାତା ଜାମଶେଦଜୀ ଟାଟାଙ୍କର ନାତି। ୧୯୬୧ରେ ମସିହାରେ ସେ ଟାଟା ଗ୍ରୁପ୍‌ରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ଦାୟିତ୍ୱ ନେବା ପରେ ଟାଟା କମ୍ପାନୀର ବିଭିନ୍ନ ସେକ୍ଟରରେ କଳେବର ବୃଦ୍ଧି ହୋଇଥିଲା। ଧୀରେ ଧୀରେ ଟାଟା ମୋଟର୍ସ ଏବଂ ଟାଟା ଷ୍ଟିଲ ଭଳି କମ୍ପାନୀକୁ ପ୍ରତିଷ୍ଠା କରି ସଫଳତାର ଶିଖରରେ ପହଞ୍ଚାଇଥିଲେ ରତନ ଟାଟା।

୧୯୯୧ରୁ ୨୦୧୨ ପର୍ଯ୍ୟନ୍ତ ସେ କମ୍ପାନୀର ଅଧ୍ୟକ୍ଷ ଥିଲେ। ଭାରତ ସରକାର ରତନ ଟାଟାଙ୍କୁ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ କରିଛନ୍ତି। ଟାଟା କମ୍ପାନୀର ବ୍ୟବସାୟ ୧୦୦ଟି ଦେଶକୁ ଲମ୍ୱିଛି। ଏହି କମ୍ପାନୀରେ ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ଵ କର୍ମଚାରୀ ନିଯୁକ୍ତ ଅଛନ୍ତି। ତେବେ କମ୍ପାନୀ ଆୟ କରୁଥିବା ସମ୍ପୂର୍ଣ୍ଣ ଲାଭାଂଶର .୬୬ ପ୍ରତିଶତ ଜନହିତକର କାର୍ଯ୍ୟ ପାଇଁ ଦାନ କରାଯାଏ।

ଏବେ ଆସନ୍ତୁ ଜାଣିବା, ରତନ ଟାଟା କିଭଳି ନିଜ ଅପମାନର ବଦଲା ନେଇଥିଲେ।

ଘଟଣାଟି ସେ ସମୟର ଯେତେ ବେଳେ ୧୯୯୮ରେ ଟାଟା ଇଣ୍ଡିକା କାର ବଜାରକୁ ପ୍ରବେଶ କରିଥିଲା। ରତନ ଟାଟାଙ୍କର ଏହା ଡ୍ରିମ୍‌ ପ୍ରୋଜେକ୍ଟ ଥିଲା। ଏଥିପାଇଁ ରତନ ଟାଟାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।

କିନ୍ତୁ ବ୍ୟବସାୟରେ ଇଣ୍ଡିକାକୁ ସେତେବେଳେ ଆଖିଦୃଶିଆ ସଫଳତା ମିଳି ନଥିଲା। ଯେଉଁ କାରଣରୁ କମ୍ପାନୀକୁ ବହୁ କ୍ଷତି ସହିବାକୁ ପଡ଼ିଲା। ତେବେ ଟାଟା ମୋଟର୍ସର ଅଂଶୀଦାରମାନେ ଏହାର କ୍ଷତି ଭରଣା ପାଇଁ କମ୍ପାନୀକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଲେ। ଏମିତି ପରିସ୍ଥିତିରେ ଅନିଚ୍ଛା ସତ୍ୱେ ନିଜ ଛାତିରେ ପଥର ରଖି ରତନ ଟାଟାଙ୍କୁ ଏଥିରେ ରାଜି ହେବାକୁ ପଡ଼ିଥିଲା।

ପରାମର୍ଶ ମୁତାବକ ଟାଟା ମୋଟର୍ସକୁ ବିକ୍ରି ପାଇଁ ରତନ ଟାଟା ଫୋର୍ଡ କମ୍ପାନୀ ପାଖକୁ ଯାଇଥିଲେ।  ଯାହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାରେ ଅବସ୍ଥିତ। ଫୋର୍ଡ କମ୍ପାନୀର ଅଧିକାରୀ, ରତନ ଟାଟା ଏବଂ ତାଙ୍କ ସହ ଯାଇଥିବା ପାର୍ଟନରଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା।  ହେଲେ ଫୋର୍ଡ କମ୍ପାନୀର ଚେୟାରମ୍ୟାନ୍‌ ଉଇଲିୟମ୍‌ ଫୋର୍ଡ ରତନ ଟାଟାଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର କରିଥିଲେ।

ଆଉ କଥା କଥାରେ କହିଥିଲେ ଯଦି ତୁମ ପାଖରେ ଏହି ବ୍ୟବସାୟ କରିବାର କୌଶଳ ଜଣାନାହିଁ ତେବେ ଏହି କାର ଲଞ୍ଚ କରିବାକୁ ଏତେ ଟଙ୍କା କାହିଁକି ବିନିଯୋଗ କରୁଥିଲ? ଆମେ ତୁମ କମ୍ପାନୀକୁ କିଣି ତୁମକୁ ଦୟା କରିଛୁ। ଏ କଥା ରତନ ଟାଟାଙ୍କୁ ଖୁବ୍‌ ବାଧିଥିଲା। ରାତାରାତି ସେ ଏହି ଡିଲକୁ ଖାରଜ କରି ପାର୍ଟନରଙ୍କ ସହ ସ୍ୱଦେଶ ଫେରି ଆସିଲେ ଟାଟା।

ଉଇଲିୟମ୍‌ ଫୋର୍ଡଙ୍କ ସେହି ଅପମାନଜନକ ଟିପ୍ପଣୀକୁ ରତନ ଟାଟା ଭୁଲି ପାରି ନ ଥିଲେ।

ତାହା ତାଙ୍କ ମନକୁ ବାରମ୍ୱାର ଆଘାତ ଦେଉଥିଲା। ଏହା ପରେ ରତନ ଟାଟା ନିଜ କମ୍ପାନୀକୁ କାହାକୁ ବିକ୍ରି ନ କରିବାକୁ ନିଷ୍ପତ୍ତି ନେଲେ। ପରେ କମ୍ପାନୀକୁ କ୍ଷତିରୁ ମୁକୁଳାଇବା ପାଇଁ ସେ ଦିନରାତି ଏକ୍ କରିଦେଲେ। ଆଉ ଧୀରେ ଧୀରେ କମ୍ପାନୀର ବ୍ୟବସାୟରେ ସୁଧାର ଆସିଲା। ଯାହା ତାଙ୍କୁ ଖୁବ୍‌‍ ଫାଇଦା ଦେଇଥିଲା। ଅନ୍ୟପଟେ ଫୋର୍ଡ କମ୍ପାନୀ କ୍ଷତିରେ ଚାଲିବା ଆରମ୍ଭ କଲା। ଆଉ ୨୦୦୮ ବେଳକୁ ଫୋର୍ଡ କମ୍ପାନୀ ଦେବାଳିଆ ପରିସ୍ଥିତିକୁ ଆସିଯାଇଥିଲା। କମ୍ପାନୀର ଏହି ସଙ୍କଟ ସମୟରେ ରତନ ଟାଟା ଫୋର୍ଡ କମ୍ପାନୀର ଲଗ୍‌ଜୁରୀ କାର ଜାଗୁଆର୍ ଏବଂ ଲ୍ୟାଣ୍ଡ ରୋଭର୍ ବ୍ରାଣ୍ଡ କିଣିବା ପାଇଁ ପ୍ରସ୍ତାବ ରଖିଥିଲେ।

ବଦଳରେ ଫୋର୍ଡ କମ୍ପାନୀକୁ ଭଲ ଓ ଅଧିକ ଦାମ ଦେବେ ବୋଲି କହିଥିଲେ। କାରଣ ଉଇଲିୟମ୍‌ ଫୋର୍ଡ ଏହି ଦୁଇଟି କାର ନିର୍ମାଣ ପାଇଁ ଅଧିକ କ୍ଷତିରେ ପଡ଼ିଥିଲେ। ତେବେ ଏହି ବିଷମ ପରିସ୍ଥିତିରେ ରତନ ଟାଟାଙ୍କ ପ୍ରସ୍ତାବକୁ ଆନନ୍ଦର ସହକାରେ ଗ୍ରହଣ କରିନେଇଥିଲେ ଉଇଲିୟମ୍‌ ଫୋର୍ଡ। ପରେ ସେ ନିଜ ପାର୍ଟନରଙ୍କ ସହ ଟାଟା କମ୍ପାନୀର ମୁଖ୍ୟାଳୟରେ ପହଞ୍ଚିଥିଲେ। ଠିକ ଯେମିତି ରତନ ଟାଟା ବିଲ ଫୋର୍ଡଙ୍କୁ ଭେଟିବା ପାଇଁ ତାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ।

ମିଟିଂରେ ଏହି ନିଷ୍ପତ୍ତି ହୋଇଥିଲା ଯେ, ଜାଗୁଆର୍ ଏବଂ ଲ୍ୟାଣ୍ଡରୋଭର୍ ବ୍ରାଣ୍ଡ ୯୩୦୦ କୋଟିର ପ୍ରକଳ୍ପ ଟାଟା ସମୂହ ଅଧୀନରେ ରହିବ। ଏଥର ମଧ୍ୟ ଆଲୋଚନାରେ ରତନ ଟାଟା ପୂର୍ବ କଥାକୁ ଦୋହରାଇଥିଲେ। ହେଲେ ଟିକେ ସକାରାତ୍ମକ ଢଙ୍ଗରେ। ସେ କହିଥିଲେ ଯେ, ଆମେ ତୁମ କମ୍ପାନୀକୁ କିଣି ବହୁତ ତୁମର ବଡ଼ ଉପକାର କରିଛୁ।

ଏବେି ବି ଜାଗୁଆର୍ ଏବଂ ଲ୍ୟାଣ୍ଡରୋଭର୍ କାର୍‌ର ଚାହିଦା କହିଲେ ନସରେ। ଆଉ କମ୍ପାନୀ ଏଥିରୁ ଭଲ ଲାଭ ମଧ୍ୟ କରୁଛି।

ରତନ ଟାଟା ଚାହିଁଥିଲେ ଫୋର୍ଡଙ୍କୁ ସେହି ମିଟିଂରେ ପୂର୍ବ ପ୍ରତିଶୋଧର କଡ଼ା ଜବାବ ଦେଇପାରିଥାନ୍ତେ। କିନ୍ତୁ ରତନ ଟାଟା ନିଜ ସଫଳତାକୁ ନେଇ ଉଚ୍ଛନ୍ନ ହୋଇ ନଥିଲେ।

ଇଏ ହେଉଛି  ଜଣେ ସଫଳ ବ୍ୟକ୍ତି ଏବଂ ଜଣେ ମହାନ ବ୍ୟକ୍ତିଙ୍କ ଗୁଣ ମଧ୍ୟରେ ତଫାତ। ଯେତେବେଳେ ଜଣେ ମଣିଷ ଅପମାନର ଶିକାର ହୁଏ ଏହାର ପରିଣାମ ସୂରୁପ ମନରେ କ୍ରୋଧ ଜାଗ୍ରତ ହୁଏ। କିନ୍ତୁ ମହାନ ବ୍ୟକ୍ତିମାନେ ନିଜ କ୍ରୋଧକୁ ଲକ୍ଷ୍ୟ ହାସଲ ପାଇଁ ବ୍ୟବହାର କରନ୍ତି। ଯାହାର ଉଦାହରଣ ହେଉଛନ୍ତି ରତନ ଟାଟା।

ସୌଜନ୍ୟ: ପତ୍ରିକା



from Odisha Reporter https://ift.tt/2QcHns1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages