ଶାହାରୁଖ୍‌ କହିଲେ, ‘ସଲମାନ୍‌ ମୋତେ ଯୁଆଡ଼େ ଡାକିବେ, ମୁଁ ସିଆଡ଼େ ଯିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଶାହାରୁଖ୍‌ କହିଲେ, ‘ସଲମାନ୍‌ ମୋତେ ଯୁଆଡ଼େ ଡାକିବେ, ମୁଁ ସିଆଡ଼େ ଯିବି’

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ଟେଲିଭିଜନ୍‌ ଗେମ୍‌ ସୋ’ ‘ଦଶ୍ କା ଦମ୍‌’ର ଗ୍ରାଣ୍ଡ ଫିନାଲେରେ ‘ଦବଙ୍ଗ ଖାନ୍‌’ ସଲମାନ୍‌ଙ୍କ ସହ ବଲିଉଡ୍‌ ‘କିଙ୍ଗ୍’, ଶାହାରୁଖ୍‌ ଖାନ୍‌ ମଧ୍ୟ ନଜରକୁ ଆସିବେ। ଗ୍ରାଣ୍ଡ୍‌ ଫିନାଲେର ପ୍ରମୋରେ ଏହାର ଝଲକ ଦେଖିବାକୁ ମିଳିଛି । ଏଥିରେ ସଲମାନ୍‌ ଓ ଶାହାରୁଖ୍‌ ପରସ୍ପରକୁ ଥଟ୍ଟା କରୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଏପିସୋଡ୍‌ରେ ଶାହାରୁଖ୍‌ ଏମିତି ବି କଥା କହିଛନ୍ତି, ଯାହା ସମସ୍ତଙ୍କୁ ଭାବବିହ୍ୱଳ କରିଦେବ। ଏପରିକି ଆଖିରେ ଲୁହ ମଧ୍ୟ ଆଣିଦେବ ।

ଏହି ଶୋ’ରେ ଯୋଗଦେବା ଅବସରରେ ଏସ୍‌ଆର୍‌କେ ନିଜ ଫିଲ୍ମ କ୍ୟାରିୟରରେ ସଫଳତାର ସମସ୍ତ ଶ୍ରେୟ ସଲମାନ୍‌ଙ୍କ ବାପା ତଥା ବିଖ୍ୟାତ ଲେଖକ ସଲିମ ଖାନ୍‌ଙ୍କୁ ଦେଇଛନ୍ତି।

୫୨ ବର୍ଷ ବୟସ୍କ ‘କିଙ୍ଗ୍‌ ଖାନ୍‌’ କହିଛନ୍ତି, ଯେତେବେଳେ ସେ ପ୍ରଥମ ଥର ପାଇଁ ମୁମ୍ବାଇ ଆସିଥିଲେ ଓ ବଲିଉଡରେ ସଂଘର୍ଷ କରୁଥିଲେ, ସେହି ସମୟରେ ସେ ସଲମାନ୍‌ଙ୍କ ଘରେ ହିଁ ଖାଉଥିଲେ। ସଲମାନ୍‌ଙ୍କ ବାପା ତାଙ୍କର ଅନେକ ଯତ୍ନ ନେଇଥିଲେ। ଶାହାରୁଖ୍‌ କହିଛନ୍ତି ଯେ କେବଳ ସଲିମ୍‌ ଖାନ୍‌ଙ୍କ ପାଇଁ ହିଁ ଆଜି ସେ ବଲିଉଡ୍‌ର ‘ଶାହାରୁଖ ଖାନ୍‌’ ହୋଇପାରିଛନ୍ତି।

ଶାହାରୁଖ୍‌ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଏହି ଶୋ’କୁ କେବଳ ସଲମାନ୍‌ଙ୍କ ପାଇଁ ଆସିଛି। ସେ ମୋତେ ଯୁଆଡ଼େ ବି ଯିବାକୁ କହିବେ ମୁଁ ସିଆଡ଼େ ଯିବି।’ ସଲମାନ୍‌ଙ୍କ ପରିବାର ତିନି ଦଶନ୍ଧିରୁ ମୁମ୍ବାଇର ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରହିଆସୁଛନ୍ତି। ତେବେ ଶାହାରୁଖ୍‌ଙ୍କ କହିବା ଅନୁଯାୟୀ, ଜୀବନ ସଂଘର୍ଷର କଠିନ ସମୟରେ ଏହିଠାରେ ହିଁ ତାଙ୍କୁ ଆଶ୍ରୟ ମିଳିଥିଲା।

ଶୋ’ ର ପ୍ରମୋରେ ସଲମାନ୍‌ ଓ ଶାହାରୁଖ୍‌, ଅମିତାଭ ବଚ୍ଚନଙ୍କ ବେଶରେ ଥିବା ସୁନିଲ୍‌ ଗ୍ରୋବରଙ୍କ ସହ ‘କୌନ୍‌ ବନେଗା କରୋଡ଼ ପତି’ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଶାହାରୁଖ୍‌ ଏହି ଶୋ’କୁ ନିଜର ଆଗାମୀ ଫିଲ୍ମ ‘ଜିରୋ’ର ପ୍ରମୋଶନ କରିବା ପାଇଁ ଆସିଛନ୍ତି। ତାଙ୍କ ସହ ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ମଧ୍ୟ ଅଛନ୍ତି। ଏଥିରେ ସଲମାନ୍‌, ଶାହାରୁଖ୍‌ ଓ ରାନୀ, ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ର ସୃତିକୁ ତାଜା କରୁଥିବାର ଦେଖିବାକୁ ମିଳିବ। ‘ଦଶ୍ କା ଦମ୍‌’ର ଗ୍ରାଣ୍ଡ୍‌ ଫିନାଲେରେ ଏହି ତିନି ବଲିଉଡ୍‌ ଷ୍ଟାରଙ୍କୁ ଅନେକ ମଜା ମସ୍ତି କରୁଥବା ଦର୍ଶକ ଦେଖିବାକୁ ପାଇବେ।

ସୂଚନାଯୋଗ୍ୟ, ଶାହାରୁଖ୍‌ ନିର୍ମାତା ଆନନ୍ଦ ଏଲ୍. ରାୟଙ୍କ ଆଗାମୀ ଫିଲ୍ମ ‘ଜିରୋ’ରେ କ୍ୟାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମାଙ୍କ ସହ ନଜର ଆସିବେ। ଅନ୍ୟପକ୍ଷରେ ସଲମାନ୍‌ ନିଜ ଫିଲ୍ମ ‘ଭାରତ୍’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି।



from Odisha Reporter https://ift.tt/2wMqKeE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages