ବାଣୀବିହାରରେ ଛାତ୍ର ଉତ୍ତେଜନା, ପୁଲିସ୍‌ ସହ ଧସ୍ତାଧସ୍ତି ଓ ମାରପିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ବାଣୀବିହାରରେ ଛାତ୍ର ଉତ୍ତେଜନା, ପୁଲିସ୍‌ ସହ ଧସ୍ତାଧସ୍ତି ଓ ମାରପିଟ୍‌

police

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ଓ ପୁଲିସ୍ ମଧ୍ୟରେ ସଂଘର୍ଷ ହୋଇଥିଲା। ଫାର୍ମାସି ଛାତ୍ର ଆନ୍ଦୋଳନ କରିବା ବେଳେ ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ।

ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଫାର୍ମାସି ବିଭାଗର ଛାତ୍ର ଆନ୍ଦୋଳନ କରୁଥିବା ବେଳେ କିଛି ଅଣଛାତ୍ର ଓ ପୂର୍ବତନ ଛାତ୍ର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୁଲିସ୍ ଉପସ୍ଥିତିରେ ସଂଘର୍ଷ ହୋଇଥିଲା। ଘଟଣାରେ ପୁଲିସ୍ ହସ୍ତକ୍ଷେପ କରିବାରୁ ପୁଲିସ ସହ ମଧ୍ୟ ମୁହାଁମୁହିଁ ହୋଇଥିଲେ ଛାତ୍ରଗୋଷ୍ଠୀ।

ଏହି ଘଟଣାରେ ପୁଲିସ୍ ଦୁଇ ଜଣ ଅଣଛାତ୍ରଙ୍କୁ ଅଟକ ରଖିଛି। କ୍ୟାମ୍ପସରେ ଏକ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି।
ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2O9hFq5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages