
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଆଜି ଏକ ବୋଲେରୋ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଲାଲକମଙ୍ଗ ଗାଁର ବୋଲି ଜଣାପଡ଼ିଛି।
ଅସ୍ତି ବିସର୍ଜନ ପାଇଁ ଏମାନେ ପୁରୀ ଆସୁଥିଲେ। ବୋଲେରୋଟି ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିଲା।
from Odisha Reporter https://ift.tt/2zs0RCN
No comments:
Post a Comment