ଚୋରର ମୁହଁ ଟାଣ: ଚୋକ୍‌ସି କହିଲେ ଇଡି ବେଆଇନ କାମ କରିଛି  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଚୋରର ମୁହଁ ଟାଣ: ଚୋକ୍‌ସି କହିଲେ ଇଡି ବେଆଇନ କାମ କରିଛି 

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ତଥା ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ମେହୁଲ ଚୋକ୍‌ସି ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ସବୁ ଦୋଷ ଲଦି ଖସି ଯିବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି, ଇଡି ମୋ ବିରୋଧରେ ଯେଉଁ ଅଭିଯୋଗ ଆଣିଛି, ସେଗୁଡ଼ିକ ଭିତ୍ତିହୀନ। ବେଆଇନ୍‌ ଭାବେ ଇଡି ତାଙ୍କ ସମ୍ପତ୍ତି ଜବତ କରିଛି ବୋଲି ସେ କହିଛନ୍ତି।
 
ଆଣ୍ଟିଗୁଆରେ ଆତ୍ମଗୋପନ କରିଥିବା ଚୋକ୍‌ସି ଏଏନ୍‌ଆଇକୁ ସାକ୍ଷାତକାର ଦେଇ କହିଛନ୍ତି, “ସେଲ୍‌ କମ୍ପାନୀ ଦ୍ୱାରା ମୁଁ ଟଙ୍କା କାରବାର କରୁଥିଲି ବୋଲି ଇଡି ଯେଉଁ ଅଭିଯୋଗ ଆଣିଛି, ତାହା ଭିତ୍ତିହୀନ। ଅଭିଯୋଗରେ କୌଣସି ସତ୍ୟତା ନଥିଲେ ମଧ୍ୟ ଇଡି ବେଆଇନ୍‌ ଭାବେ ମୋ ସମ୍ପତ୍ତିକୁ ଜବତ କରିଛି। ଫେବୃଆରୀ ୧୬ରେ  ପାସ୍‌ପୋର୍ଟ ଅଫିସରୁ ଗୋଟିଏ ଇ-ମେଲ୍‌ ଆସିଥିଲା ଏବଂ ସେଥିରେ ଭାରତର ସୁରକ୍ଷା ପ୍ରତି ବିପଦ ଥିବାରୁ ମୋ ପାସପୋର୍ଟ ରଦ୍ଦ କରାଯାଇଥିବା କୁହାଗଲା। ଏହା ଆଦୌ ଠିକ୍‌ ନଥିଲା।”
 
ପିଏନ୍‌ବିରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଥିବା ଚୋକ୍‌ସି ଆହୁରି କହିଛନ୍ତି, ଫେବୃଆରୀ ୨୦ରେ ସେ ମୁମ୍ବାଇ ସ୍ଥିତ ଆଞ୍ଚଳିକ ପାସପୋର୍ଟ ଅଫିସ୍‌କୁ ଇ-ମେଲ୍‌ କରିଥିଲେ ମଧ୍ୟ କେହି ବି ଏହାର ଜବାବ ଦେଇ ନଥିଲେ।
 
ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ଚୋକ୍‌ସି ମିଳିତ ଭାବେ ପିଏନ୍‌ବିରୁ ୧୪ ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଉଭୟ ଏବେ ବିଦେଶରେ ଆତ୍ମଗୋପନ କରିଛନ୍ତି। 


from Odisha Reporter https://ift.tt/2Nshu9d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages