
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁନିଆରେ ଅନେକ ପ୍ରଜାତିର ଗଛ ରହିଛି। ଏଗୁଡିକ ମଧ୍ୟରୁ ପାଖାପାଖି ୮ ହଜାର ପ୍ରଜାତିର ଗଛରେ ବିଷ ରହିଥାଏ। ଏପରି କିଛି ଗଛ ଅଛି, ଯାହାକୁ ଛୁଇଁବା ମାତ୍ରକେ ମଣିଷ ବିପଦର ସମ୍ମୁଖୀନ ହୋଇଥାଏ ଏବଂ ଯଦି କେହି ଏହାକୁ ଖାଆନ୍ତି, ତେବେ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଏହି ଗଛସବୁ ଆପଣଙ୍କ ଚାରିପାଖେ ରହିଛନ୍ତି। ଆସନ୍ତୁ ଜାଣିବା, ସେହି ବିଷଗଛ ଗୁଡ଼ିକ ବିଷୟରେ।
କେଷ୍ଟର୍ ବିନ୍ସ୍ (Ricinus communis)
କେଷ୍ଟର୍ ବିନ୍ସ୍ ଗଛ ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହି ଗଛ ଦେଖିବାକୁ ସବୁଜ ଏବଂ ଗୋଲାପି ରଙ୍ଗର ହୋଇଥାଏ। ଏହି ଗଛର ମଞ୍ଜିରେ ରାଇସିନ୍ ନାମରେ ବିଷ ରହିଛି। କୁହାଯାଏ କି, ଏହି ଗଛର ବିଷ ସାଇନାଇଡ୍ ବିଷଠାରୁ ୧୨ ହଜାର ଗୁଣା ଅଧିକ ବିଷଧର ହୋଇଥାଏ। ଏହି ବିଷର ବ୍ୟବହାର ଯୁଦ୍ଧରେ ବ୍ୟବହୃତ ହେଉଥିବା ହତିଆର୍ରେ କରାଯାଉଥିଲା।
କାଇଁଚ ଗଛ(Rosary Pea)
କାଇଁଚ ଗଛର ମଞ୍ଜିରେ ଏବ୍ରିନ୍ ନାମରେ ବିଷ ରହିଛି। ଏହି ବିଷ ଦୁଇ ମିନିଟ୍ରେ ମଣିଷକୁ ମାରିପାରେ। ଭାରତର ଅନେକ ସ୍ଥାନରେ ଏହି ଗଛ ଦେଖିବାକୁ ମିଳିଥାଏ। ବିଶେଷ କରି ଛୋଟ ଛୁଆଙ୍କୁ ଏହି ଗଛଠାରୁ ଦୂରେଇ ରଖିବା କଥା।
ଆକୋନାଇଟ୍(Aconite)
ଏହାକୁ ‘ବିଷ ରାଣୀ’ ବା ‘ରାକ୍ଷସର ହେଲ୍ମେଟ୍’ ବୋଲି କୁହାଯାଇଥାଏ। ଏହା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଗଛ। ଏଥିରେ ‘ଏସିଟୋନାଇଟ୍’ନାମକ ବିଷ ରହିଛି। ଏହାର ଫୁଲକୁ ଛୁଇଁଲେ ଏବଂ ଖାଇଲେ ଆପଣ ମୃତ୍ୟୁ ହୋଇଯିବ।
ହେମ୍ଲକ୍(Hemlock)
ଏହି ଗଛ ବହୁତ ବିଷାକ୍ତ। ଏହାର ଧଳା ଫୁଲରେ ମଧ୍ୟ ବିଷ ରହିଥାଏ। ଏହି ଫୁଲରେ ମଣିଷର ସ୍ମୃତିଶକ୍ତି ଚାଲିଯିବାର ସମ୍ଭାବନା ରହିଛି। ଏଥିରେ ଟସ୍କିନ୍ କୋନାଇଲ୍ ନାମରେ ବିଷ ରହିଛି।
ଲିଲି ଅଫ୍ ଦି ଭାଲି( Lily of the Valley)
ଏହି ଗଛର ଫୁଲ ଧଳା ରଙ୍ଗର ହୋଇଥାଏ। ଏହି ଗଛ ଦେଖିବାକୁ ବହୁତ ସୁନ୍ଦର ହୋଇଥିଲେ ମଧ୍ୟ ଏଥିରେ ଗ୍ଲାଇକୋସାଇଡ୍ ନାମରେ ବିଷ ରହିଛି। ଏହି ବିଷରେ ଯେ କୌଣସି ବ୍ୟକ୍ତିର ମୃତ୍ୟୁ ୨୪ ଘଣ୍ଟାରେ ହୋଇପାରେ।
from Odisha Reporter https://ift.tt/2N6IwDm
No comments:
Post a Comment