ମୁଁ ନାନା ପାଟେକରଙ୍କ ଲିଗାଲ ନୋଟିସ୍‌ ପାଇ ନାହିଁ: ତନୁଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ମୁଁ ନାନା ପାଟେକରଙ୍କ ଲିଗାଲ ନୋଟିସ୍‌ ପାଇ ନାହିଁ: ତନୁଶ୍ରୀ

ମୁମ୍ବାଇ: ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଆଜି ଏ ସମ୍ପର୍କରେ ତନୁଶ୍ରୀ କହିଛନ୍ତି ଯେ, ମୁଁ ନାନା ପାଟେକରଙ୍କଠାରୁ କୌଣସି ଲିଗାଲ ନୋଟିସ୍‌ ପାଇ ନାହିଁ।  ତନୁଶ୍ରୀ କହିଛନ୍ତି ଯେ, ସେ ଏ ସମ୍ପର୍କରେ ତାଙ୍କ ଓକିଲ ସହ ଆଲୋଚନା କରିଛନ୍ତି। ତେଣୁ ନାନା ପାଟେକରଙ୍କ ଯାହା କହିବା କଥା ସେ ତାଙ୍କ ଓକିଲଙ୍କୁ କୁହନ୍ତୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ୧୦ ବର୍ଷ ପରେ ତନୁଶ୍ରୀ ଦତ୍ତ ଆଣିଥିବା ଅଭିଯୋଗକୁ ମିଛ ବୋଲି ଦର୍ଶାଇ ନାନା ତାଙ୍କୁ ପାଲଟା ଏକ ଲିଗାଲ ନୋଟିସ୍‌ ପଠାଇଥିବା ତାଙ୍କ ଓକିଲ କହିଛନ୍ତି।  ସେପଟେ ତନୁଶ୍ରୀଙ୍କୁ ବଲିଉଡ୍‌ରୁ ଜୋରଦାର ସମର୍ଥନ ମିଳିଛି। ବଲିଉଡ୍‌ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା, ସୋନମ କପୁର ଏବଂ ପ୍ରିୟଙ୍କା ଚୋପ୍ରା ତନୁଶ୍ରୀଙ୍କୁ ସମର୍ଥନ କରିଛନ୍ତି।

ସେହିପରି ତନୁଶ୍ରୀ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବି‌ରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୮ରେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ଏକ ଗୀତରେ ନାନା ପାଟେକର ତନୁଶ୍ରୀଙ୍କ ପ୍ରତି ଅଶାଳୀନ ଆଚରଣ କରିଥିଲେ। ଯେଉଁଥି ପାଇଁ ସେ ଅଧାରୁ ଓହରି ଯାଇଥିଲେ ବୋଲି ତନୁଶ୍ରୀ ଅଭିଯୋଗ ଆଣିଛନ୍ତି।



from Odisha Reporter https://ift.tt/2xKTQf1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages