୩ କର୍ମଚାରୀଙ୍କୁ ୩ କୋଟିର ମର୍ସଡିଜ୍ ଦେଲେ ବ୍ୟବସାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

୩ କର୍ମଚାରୀଙ୍କୁ ୩ କୋଟିର ମର୍ସଡିଜ୍ ଦେଲେ ବ୍ୟବସାୟୀ

ସୁରତ (ଓଡ଼ିଶା ରିପୋର୍ଟର): ପୂର୍ବରୁ ୧୨୦୦ ଜଣ କର୍ମଚାରୀଙ୍କୁ ଡାଟସନ୍‌ କାର୍ ଦେଇ ଚର୍ଚ୍ଚାକୁ ଆସିଥିବା ସୁରତର ହୀରା ବ୍ୟବସାୟୀ ସାବ୍‌ଜି ଢୋଲ୍‌କିଆ ଏବେ କମ୍ପାନୀରେ ୨୫ ବର୍ଷ ପୂରଣ କରିଥିବା ୩ ଜଣ କର୍ମଚାରୀଙ୍କୁ ମର୍ସଡିଜ୍ ବେଞ୍ଜ ଜିଏଲ୍ଏସ୍ ଏସ୍‌ୟୁଭି ଉପହାର ଦେଇଛନ୍ତି।

ହରେ କ୍ରିଷ୍ଣା ଏକ୍ସପୋର୍ଟର ମାଲିକ ଢୋଲ୍‌କିଆ ଏଥ‍ପାଇଁ ଜଣ ପିଛା ୧ କୋଟି ଲେଖାଏ ଅର୍ଥାତ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୁରତରେ କମ୍ପାନୀର ଏକ ବିଶେଷ ଉତ୍ସବ ଅବସରରେ ସେ ଏହି ଉପହାର ଦେବା ଘଟଣା ବର୍ତ୍ତମାନ ସମଗ୍ର ଦେଶରେ ଆଲୋଚନାର ଵିଷୟ ହୋଇଛି।

ଏହି ଉତ୍ସବରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ହୀରା ବ୍ୟବସାୟରେ ପ୍ରସିଦ୍ଧି ଲାଭ କରିଥିବା ଏହି କମ୍ପାନୀର ୫,୫୦୦ କର୍ମଚାରୀ ଅଛନ୍ତି ଏବଂ ଏହାର ବାର୍ଷିକ ହୀରା ବ୍ୟବସାୟ ୬ ହଜାର କୋଟି ଟଙ୍କାର ବୋଲି ଜଣାପଡ଼ିଛି।

ଏହି ୩ ଜଣ କର୍ମଚାରୀ ୧୩ରୁ ୧୫ ବର୍ଷ ବୟସରେ ଏହି କମ୍ପାନୀରେ ଯୋଗ ଦେଇଥିଲେ। ପରେ ସେମାନେ ହୀରା କାଟିବା, ପଲିଶ୍ କରିବା ଶିଖିବା ସହିତ ବର୍ତ୍ତମାନ କେବଳ କୁଶଳୀ କର୍ମଚାରୀ ନୁହନ୍ତି, ବରଂ କମ୍ପାନୀର ସବୁଠାରୁ ଅଧିକ ବିଶ୍ୱସ୍ତ ବୋଲି ଢୋଲ୍‌କିଆ ଜଣାଇଛନ୍ତି।



from Odisha Reporter https://ift.tt/2IuIXCh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages